ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରେଲବାଇର ଆଧୁନିକୀକରଣ ନିମନ୍ତେ ଗତ କିଛିବର୍ଷ ମଧ୍ୟରେ ନିଆଯାଇଛି ଅଦ୍ଭୂତପୂର୍ବ ପଦକ୍ଷେପ: ପ୍ରଧାନମନ୍ତ୍ରୀ
Posted On:
17 JAN 2021 2:19PM by PIB Bhubaneshwar
ନିକଟରେ ରେଳବାଇର ଭିତ୍ତିଭୂମି ବିକାଶ ଦିଗରେ କେତେକ ପରିବର୍ତ୍ତନ ଅଣା ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ପରିବର୍ତ୍ତନ ଯୋଗୁ ଭାରତୀୟ ରେଳବାଇର ଆଧୁନିକୀକରଣରେ ଅସ୍ୱାଭାବିକ ପରିବର୍ତ୍ତନ ଆସିଥିବା ଶ୍ରୀ ମୋଦି କହିଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରୁ ଗୁଜରାଟର କେଭାଡିଆକୁ ପତାକା ଦେଖାଇ ଆଠଟି ଟ୍ରେନ ଚଳାଚଳର ଆରମ୍ଭ, ଭିଡିଓ କନଫରେନ୍ସି ଜରିଆରେ କେତେକ ରେଳବାଇ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ରହିଥିବା ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସୀମିତ ଧ୍ୟାନ ଦିଆଯାଉଥିବା ସହ ଆଧୁନିକ ବୈଷୟିକଜ୍ଞାନ ଓ ନୂତନ ଚିନ୍ତାଧାରାର ଉପଯୋଗ କରାଯାଉ ନଥିଲା । ଏହି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଅପରିହାର୍ଯ୍ୟ ହୋଇପଡିଥିଲା । ସେ ଦୃଷ୍ଟିରୁ ଗତ କିଛିବର୍ଷ ତଳେ ସମଗ୍ର ରେଳବାଇ ପଦ୍ଧତିରେ ଆମୂଳଚୂଳ ପରିବର୍ତ୍ତନ କରାଯାଇଛି । ଏହା କେବଳ ରେଳବଜେଟ୍ ଓ ନୂଆ ଟ୍ରେନ ଚଳାଚଳ ଘୋଷଣା ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ । ଏହି ପରିବର୍ତ୍ତନ ଅନେକ କ୍ଷେତ୍ରରେ ଅଣାଯାଇଛି । କେଭାଡିଆ ସହ ସଂଯୋଗକାରୀ ପ୍ରକଳ୍ପ କିପରି ରେକର୍ଡ ସମୟ ମଧ୍ୟରେ ସମାପ୍ତ ହୋଇଛି ଶ୍ରୀ ମୋଦି ତାହାର ଉଦାହରଣ ଦେଇଥିଲେ ।
ପୁରୁଣା ଢାଞ୍ଚା ପରିବର୍ତ୍ତନର ଉଦାହରଣ ସ୍ୱରୂପ ପ୍ରଧାନମନ୍ତ୍ରୀ ଏକ ମାଲବାହୀ କରିଡର ମଧ୍ୟ ଉତ୍ସର୍ଗ କରାଇଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ପୂର୍ବ ଓ ପଶ୍ଚିମ ମାଲବାହୀ କରିଡରର ମଧ୍ୟ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପ 2006 ରୁ 2014 ମସିହା ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାକୁା ଧାର୍ଯ୍ୟ ହୋଇଥିଲେ ମଧ୍ୟ କାର୍ଯ୍ୟ କେବଳ କାଗଜ-କଲମରେ ସୀମିତ ଥିଲା ଓ ଗୋଟିଏ କିଲୋମିଟର ଟ୍ରାକ ମଧ୍ୟ ବିଛା ଯାଇ ନ ଥିଲା । ଆଉ କିଛିମାସ ମଧ୍ୟରେ ମୋଟ ଏଗାରଶହ କିଲୋମିଟର କାର୍ଯ୍ୟ ଶେଷ ହେବାକୁ ଯାଉଛି ।
******
(Release ID: 1689540)
Visitor Counter : 220
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam