କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା
ଜାନୁଆରୀ 15ରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ନିଷ୍ପତ୍ତି
प्रविष्टि तिथि:
08 JAN 2021 7:25PM by PIB Bhubaneswar

କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ର ରେଳ, ବାଣିଜ୍ୟ ଏବଂ ଶିଳ୍ପ ଓ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଏବଂ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୋମପ୍ରକାଶ 41ଟି କୃଷକ ସଂଗଠନର ପ୍ରତିନିଧିମାନଙ୍କ ସହିତ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆଜି ଅଷ୍ଟମ ପର୍ଯ୍ୟାୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କୃଷି ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ବିଭିନ୍ନ ବିନ୍ଦୁ ଆଧାରିତ ଆଲୋଚନା ପାଇଁ ସେମାନେ ପୁଣି ଥରେ କୃଷକ ସଂଗଠନ ଗୁଡିକୁ ନିବେଦନ କରିଛନ୍ତି ।
ଶ୍ରୀ ତୋମାର କହିଥିଲେ ଯେ କୃଷି ଆଇନକୁ ସାରା ଦେଶରେ କୃଷକମାନଙ୍କର ଲାଭକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ସରକାର ଚାଷୀଙ୍କୁ ନେଇ ଚିନ୍ତିତ ଏବଂ ଶୀଘ୍ର ଆନ୍ଦୋଳନ ଶେଷ ହେଉ ବୋଲି ଚାହୁଁଛନ୍ତି। କିନ୍ତୁ କୌଣସି ପ୍ରସଙ୍ଗରେ ସମାଧାନ ହେଉନଥିବାରୁ ବିବାଦ ଅସମାହିତ ହୋଇ ରହିଛି।
କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମାର କହଛନ୍ତି ଯେ କୃଷକ ସଂଗଠନ ଗୁଡିକ ଶୃଙ୍ଖଳିତ ଉପାୟରେ ଆନ୍ଦୋଳନ କରିବା ପ୍ରଶଂସାଯୋଗ୍ୟ । ସେ କହିଛନ୍ତି ଯେ କେନ୍ଦ୍ର ସରକାର ଖୋଲା ମନରେ ଆଲୋଚନା ଜାରି ରଖିବାକୁ ଇଚ୍ଛୁକ, ଯଦି ଆଲୋଚନା ଜାରି ରୁହେ ତେବେ ସେଥିରୁ ନିଶ୍ଚିତ ଭାବେ ଯୁକ୍ତିଯୁକ୍ତ ମାର୍ଗରେ ସମାଧାନ ବାହାରିବ ।

କୃଷକ ସଂଗଠନଗୁଡିକ ଆଇନ ପ୍ରତ୍ୟାହାର ପାଇଁ ଦାବି କରିଥିବାବେଳେ କେନ୍ଦ୍ର ସରକାର ପୁନର୍ବାର ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଇତିମଧ୍ୟରେ ଦୀର୍ଘ ଆଲୋଚନା ସତ୍ତ୍ବେ କୌଣସି ସମାଧାନ ବାହାରି ପାରିନାହିଁ । ଜାନୁଆରୀ 15 ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବବୋଲି ନିଷ୍ପତ୍ତି ନିଆଯାଇଛି ।
***********
HS/PS
(रिलीज़ आईडी: 1687222)
आगंतुक पटल : 294