କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
ବର୍ଷାନ୍ତ ସମୀକ୍ଷା- 2020: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
Posted On:
02 JAN 2021 1:19PM by PIB Bhubaneshwar
ବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ଦେଶରେ ଆର୍ଥିକ ଉଦାରୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବା ସତ୍ତ୍ୱେ, କୃଷି କ୍ଷେତ୍ର ଏଥିରୁ ବାଦ୍ ପଡ଼ିଥିଲା । ତେଣୁ ସରକାର ଏହାର ଆବଶ୍ୟକତାକୁ ଉପଲବ୍ଧି କରି କୃଷକମାନଙ୍କ ହିତ ସାଧନ ନିମନ୍ତେ ସଂସ୍କାର ଘଟାଯିବା ଜରୁରି ବୋଲି ଜାଣିପାରିଥିଲେ । ତଦନୁସାରେ ଏହି କ୍ଷେତ୍ର ପାଇଁ ଆବଶ୍ୟକ ସଂସ୍କାର ଘଟାଇବା ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ । ଫଳରେ କୃଷି କ୍ଷେତ୍ର ଦିନକୁ ଦିନ ଅଧିକ ଶକ୍ତିଶାଳୀ ହୋଇଚାଲିଛି ।
2020 ବର୍ଷରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରେ ଗ୍ରହଣ କରାଯାଇଥିବା ପ୍ରମୁଖ ସଂସ୍କାର ସଂପର୍କରେ ନିମ୍ନରେ ସୂଚନା ପ୍ରଦାନ କରାଯାଇଛି:
1.ବଜେଟ ପ୍ରାବଧାନରେ ଅଭୂତପୂର୍ବ ବୃଦ୍ଧି
- 2020-21 ଆର୍ଥିକ ବର୍ଷରେ, କୃଷି କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ବଜେଟ ଅର୍ଥରେ ଛଅଗୁଣ ବୃଦ୍ଧି କରାଯାଇ ଏହାକୁ 1,34,399.77 କୋଟି ଟଙ୍କା କରାଯାଇଛି । କୃଷି ବିଭାଗ ପାଇଁ 2013-14 ବର୍ଷ ମାତ୍ର 21933.50 କୋଟି ଟଙ୍କାର ପ୍ରାବଧାନ କରାଯାଇଥିଲା ।
2.ଦେଶରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ
- 2015-16 ବର୍ଷରେ ଦେଶରେ 251.54 ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଥିବା ବେଳେ 2019-20 ବର୍ଷରେ ତାହା 296.65 ନିୟୁତ ଟନ୍ ଛୁଇଁଛି ଯାହାକି ଏ ପର୍ଯ୍ୟନ୍ତ ଦେଶର ସର୍ବାଧିକ ଖାଦ୍ୟଶସ୍ୟ ଉତ୍ପାଦନ ।
- ତୃତୀୟ ଆଗୁଆ ଆକଳନ ଅନୁସାରେ, 2019-20 ବର୍ଷରେ ଉଦ୍ଦ୍ୟାନ କୃଷି କ୍ଷେତ୍ରରୁ 319.57 ଏମଏମଟି ଉତ୍ପାଦିତ ହେବାର ଆକଳନ କରାଯାଇଛି, ଯାହାକି ଭାରତୀୟ ଉଦ୍ୟାନ କୃଷି କ୍ଷେତ୍ରର ସର୍ବାଧିକ ଉତ୍ପାଦନ ହେବ ।
3. ଉତ୍ପାଦନ ମୂଲ୍ୟ ଠାରୁ ଏମଏସପିରେ ଦେଢ଼ଗୁଣ ବୃଦ୍ଧି ପାଇଁ ସରକାରଙ୍କ ଘୋଷଣା-
- ସରକାର ସମସ୍ତ ସ୍ୱୀକୃତ ଖରିଫ, ରବି ଏବଂ ଅନ୍ୟାନ୍ୟ ବ୍ୟବସାୟିକ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ବୃଦ୍ଧି ଘଟାଇଛନ୍ତି । 2018-19 କୃଷି ବର୍ଷ ଠାରୁ ସର୍ବ ଭାରତୀୟ ମୂଲ୍ୟାୟନ ହାରାହାରି ଉତ୍ପାଦନ ମୂଲ୍ୟରେ ଅନ୍ୟୂନ 50 ପ୍ରତିଶତ ରିଟର୍ଣ୍ଣ ସୁନିଶ୍ଚିତ ହୋଇଛି ।
- ଧାନର ଏମଏସପିକୁ କ୍ୱିଣ୍ଟାଲ ପିଛା 2020-21 ବର୍ଷରୁ 1868 ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ 2013-14 ରେ କ୍ୱିଣ୍ଟାଲ ପିଛା 1310 ଟଙ୍କା ଥିଲା । ସରକାର ପୂର୍ବ ମୂଲ୍ୟ ତୁଳନାରେ ଏବେ ସେଥିରେ 43 ପ୍ରତିଶତ ମୂଲ୍ୟ ବୃଦ୍ଧି ଘଟାଇଛନ୍ତି ।
- ସେହିଭଳି 2013-14 ବର୍ଷରେ ଗହମର କ୍ୱିଣ୍ଟାଲ ପିଛା ଦର 1400 ଟଙ୍କା ଥିବା ବେଳେ 2020-21 ବର୍ଷରେ ତାହାକୁ କ୍ୱିଣ୍ଟାଲ ପିଛା 1975 ଟଙ୍କାକୁ ବଢ଼ାଇ ଦିଆଯାଇଛି ।
4. କୃଷକମାନଙ୍କ ଠାରୁ ଶସ୍ୟ ସଂଗ୍ରହ ପରିମାଣ ବୃଦ୍ଧି
- ପାଞ୍ଚ ବର୍ଷ ଭିତରେ ପୂର୍ବର ଅର୍ଥାତ୍ 2009-10 ଠାରୁ 2013-14 ଅବଧି ତୁଳନାରେ କୃଷକମାନଙ୍କୁ ଧାନ ପାଇଁ ଏମଏସପି ମୂଲ୍ୟରେ 2.4 ଗୁଣ ବୃଦ୍ଧି ଘଟିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ କୃଷକମାନଙ୍କୁ ଏମଏସପି ବାବଦରେ 4.95 ଲକ୍ଷ କୋଟି ଟଙ୍କା ଦିଆଯାଇଥିବା ବେଳେ ଇତି ପୂର୍ବର ପାଞ୍ଚ ବର୍ଷରେ ତାହାର ମୋଟ ପରିମାଣ 2.06 ଲକ୍ଷ କୋଟି ଟଙ୍କା ଥିଲା।
- ଗହମ ବାବଦକୁ ଏମଏସପି ମୂଲ୍ୟ ନିମନ୍ତେ ଗତ ପାଞ୍ଚବର୍ଷ ଭିତରେ କୃଷକମାନେ ଇତି ପୂର୍ବର ପାଞ୍ଚବର୍ଷ, ଅର୍ଥାତ୍ 2009-10 ଠାରୁ 2013-14 ଅବଧି ତୁଳନାରେ 1.77 ଗୁଣ ଅଧିକ ମୂଲ୍ୟ ପାଇଛନ୍ତି । ଗତ ପାଞ୍ଚ ବର୍ଷ ଭିତରେ ଏଥିପାଇଁ ଏମଏସପି ବାବଦକୁ 2.97 ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ 2009-10ରୁ 2013-14 ଅବଧି ମଧ୍ୟରେ ଏହି ମୂଲ୍ୟ ବାବଦକୁ 1.68 ଲକ୍ଷ କୋଟି ଟଙ୍କା ଦିଆଯାଇଥିଲା ।
- ଡାଲିଜାତୀୟ ଶସ୍ୟର ଏମଏସପି ମୂଲ୍ୟରେ ଗତ ପାଞ୍ଚ ବର୍ଷ ସହିତ ଯଦି 2009-10ରୁ 2013-14 ଅବଧିର ତୁଳନା କରାଯାଏ ତେବେ ସେଥିରେ 75 ଗୁଣ ମୂଲ୍ୟ ବୃଦ୍ଧି ଘଟିଛି ବୋଲି ଜଣାପଡ଼ିବ । 2009-10ରୁ 2013-14 ପର୍ଯ୍ୟନ୍ତ ଏମଏସପି ବାବଦକୁ ମାତ୍ର 645 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଗତ ପାଞ୍ଚବର୍ଷ ଭିତରେ ଏହି ବାବଦକୁ 49,000 କୋଟି ଟଙ୍କା କୃଷକମାନଙ୍କୁ ପ୍ରଦାନ କରାଯାଇଛି ।
- ତୈଳବୀଜ ଏବଂ କୋପ୍ରା ବାବଦକୁ ଗତ ପାଞ୍ଚବର୍ଷର ଏମଏସପି ମୂଲ୍ୟ ସହ ଯଦି 2009-10 ଠାରୁ 2013-14 ବର୍ଷର ମୂଲ୍ୟକୁ ତୁଳନା କରାଯାଏ ତେବେ ସେଥିରେ 10 ଗୁଣ ବୃଦ୍ଧି ଘଟିଛି । ଗତ ପାଞ୍ଚବର୍ଷ ମଧ୍ୟରେ ତୈଳବୀଜ ଓ କୋପ୍ରା ବାବଦକୁ କୃଷକମାନଙ୍କୁ 25,000 କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ କରାଯାଇଥିବା ବେଳେ 2009-10 ରୁ 2013-14 ପାଞ୍ଚ ବର୍ଷ ଅବଧିରେ ଏହାର ମୋଟ ପରିମାଣ 2,460 କୋଟି ଟଙ୍କା ଥିଲା ।
- 2020-21 ବର୍ଷର ଖରିଫ ଋତୁ ନିମନ୍ତେ ଧାନ ସଂଗ୍ରହ ଓ କ୍ରୟ (8.12.2020 ତାରିଖ ପର୍ଯ୍ୟନ୍ତ) କ୍ରମାଗତ ତଥା ସୁପରିଚାଳିତ ଭାବେ 356.18 ଲକ୍ଷ ମେଟ୍ରିକ୍ ଟନ ହୋଇପାରିଛି। ଯାହାକି ପୂର୍ବ ବର୍ଷର ଏହି ଅବଧିରେ 295.79 ଲକ୍ଷ ମେଟ୍ରିକ ଟନ୍ ଥିଲା । ତେଣୁ ଏଥିରେ ସିଧାସଳଖ 20% ବୃଦ୍ଧି ଘଟିଥିବା କୁହାଯାଇପାରିବ ।
- 30.11.2020 ତାରିଖ ପର୍ଯ୍ୟନ୍ତ କେବଳ ପଞ୍ଜାବରୁ 202.77 ଲକ୍ଷ ମେଟ୍ରିକ ଟନ୍ ସଂଗ୍ରହ କରାଯାଇଛି ଯାହାକି ମୋଟ ଶସ୍ୟ ସଂଗ୍ରହର 56.93% ବୋଲି ହିସାବରୁ ଜଣାପଡ଼ିଛି ।
- ଖରିଫ ଶସ୍ୟ ସଂଗ୍ରହ ଋତୁରେ ଏମଏସପି ସହିତ କରାଯାଇଥିବା ଶସ୍ୟ ସଂଗ୍ରହରୁ 37.88 ଲକ୍ଷ କୃଷକ ଉପକୃତ ହୋଇପାରିଛନ୍ତି ଏବଂ ଏଥିପାଇଁ ସେମାନଙ୍କୁ 67,248.22 କୋଟି ଟଙ୍କା ଦିଆଯାଇଛି । ଏଥିପାଇଁ ଟନ୍ ପିଛା 18,880 ଟଙ୍କା ପ୍ରଦାନ କରାଯାଇଛି ।
5. ପିଏମ- କିଷାନ ଯୋଜନା ମାଧ୍ୟମରେ ଉପାର୍ଜନ ସହାୟତା ରାଶି
- ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ- କିଷାନ) କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର 2019 ମସିହା ଫେବୃଆରୀ ମାସରେ ଆରମ୍ଭ କରିଥିଲେ ଏବଂ ଏହା ଅଧୀନରେ ସେହି ବର୍ଷ 6,000 କୋଟି ଟଙ୍କା ହିତାଧିକାରୀ କୃଷକମାନଙ୍କ ଜମାଖାତାକୁ ତିନି କିସ୍ତିରେ ହସ୍ତାନ୍ତର କରାଯାଇଥିଲା ।
- ଏହି ଯୋଜନା ପ୍ରବର୍ତ୍ତନ ହେବା ଦିନଠାରୁ ଏପର୍ଯ୍ୟନ୍ତ 1,10,000 କୋଟି ଟଙ୍କା ହସ୍ତାନ୍ତର କରାଯାଇସାରିଛି ଏବଂ ସେଥିରୁ ପ୍ରାୟ 10.59 କୋଟି କୃଷକ ପରିବାର ଉପକୃତ ହୋଇଛନ୍ତି।
6. ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ)
- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଏବେ ସୁଦ୍ଧା ପ୍ରବର୍ତ୍ତନ ହେବାର 4 ବର୍ଷ ପୂରଣ କରିଛି ଏବଂ ଏହା ଅଧୀନରେ 23 କୋଟିରୁ ଅଧିକ କୃଷକ ଏଥିପାଇଁ ଆବେଦନ କରିଥିବାବେଳେ ସେମାନଙ୍କ ମଧ୍ୟରୁ 7.2 କୋଟି ଆବେଦନକାରୀ ଉପକୃତ ହୋଇପାରିଛନ୍ତି। ଏହି ଅବଧି ମଧ୍ୟରେ କୃଷକମାନେ ସେମାନଙ୍କର ଅଂଶ ପ୍ରିମିୟମ୍ ବାବଦକୁ 17,450 କୋଟି ଟଙ୍କା ଦେବାକୁ ପଡ଼ିଛି ଏବଂ ସେମାନେ ବିଭିନ୍ନ ପ୍ରକାର ପ୍ରାକୃତିକ ଆପଦା ଯୋଗୁ ସହ୍ୟ କରିଥିବା ଫସଲହାନି ବାବଦକୁ 87,000 କୋଟିରୁ ଅଧିକ ଟଙ୍କାର କ୍ଷତିପୂରଣ ରାଶି ପାଇଛନ୍ତି । ଏହା ସୂଚୀତ କରେ ଯେ କୃଷକମାନେ ଦେଇଥିବା ପ୍ରତି 100 ଟଙ୍କାରେ ସେମାନଙ୍କୁ 532 ଟଙ୍କାର ବୀମା ରାଶି ମିଳିଛି ।
7. କୃଷି କ୍ଷେତ୍ରକୁ ଆନୁଷ୍ଠାନିକ ଋଣ ଯୋଗାଣ ବ୍ୟବସ୍ଥା
- 2013-14 ଆର୍ଥିକ ବର୍ଷରେ ଏହାର ପରିମାଣ 7.3 ଲକ୍ଷ କୋଟି ଟଙ୍କା ଥିବାବେଳେ 2019-20 ବର୍ଷରେ ତାହା 13.73 ଲକ୍ଷ କୋଟି ଟଙ୍କା ଛୁଇଁଛି ଏବଂ 2020-21ରେ ଏହା 15 ଲକ୍ଷ କୋଟି ଟଙ୍କା ଛୁଇଁବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
- କିଷାନ କ୍ରେଡ଼ିଟ୍ କାର୍ଡ଼ ମାଧ୍ୟମରେ 2.5 କୋଟି କୃଷକଙ୍କୁ ରିହାତି ହାରରେ 2 ଲକ୍ଷ କୋଟି ଟଙ୍କାର ଋଣ ଯୋଗାଣ ନିମନ୍ତେ ପରିକଳ୍ପନା କରାଯାଇଛି ।
- 2020 ମସିହା ଫେବୃଆରୀ ମାସ ଠାରୁ ପିଏମ- କିଷାନ ହିତାଧିକାରୀମାନଙ୍କୁ କିଷାନ କ୍ରେଡ଼ିଟ୍ କାର୍ଡ଼ ମାଧ୍ୟମରେ ରିହାତି ହାରରେ ଋଣ ଯୋଗାଣ ନିମନ୍ତେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁସାରେ 146.46 ଲକ୍ଷ କେସିସି ଆବେଦନକାରୀଙ୍କୁ ଏପର୍ଯ୍ୟନ୍ତ 1,57,815 କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି।
- ସୁଧ ସହାୟତାର ସୁବିଧା କୃଷକମାନଙ୍କ ପାଇଁ ସଂପ୍ରସାରଣ କରାଯାଇଛି ଯାହା ସେମାନଙ୍କର ସ୍ୱଳ୍ପକାଳୀନ ଚଳନ୍ତି ପୁଂଜି ଆବଶ୍ୟକତାକୁ ପୂରଣ କରିପାରିବ ଯାହାକି ସେମାନେ କୃଷି ସଂପର୍କୀତ କାର୍ଯ୍ୟ ଯଥା ପଶୁପାଳନ ଓ ମତ୍ସ୍ୟଚାଷ ଆଦି ପାଇଁ ବ୍ୟୟ କରିପାରିବେ ।
8. କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ
- ଏକ ନୂତନ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା 2014-15 ମସିହା ଠାରୁ ଆରମ୍ଭ କରାଯାଇଛି ଯଦ୍ୱାରା ମାଟିରେ ଥିବା ସମସ୍ତ ପ୍ରକାର ପୋଷକ କ୍ଷମତାର ସର୍ବାଧିକ ଉପଯୋଗ କରାଯାଇପାରିବ ।
- ମାଗଣାରେ ପ୍ରଦାନ କରାଯାଉଥିବା ଏହି ଦେଶବ୍ୟାପୀ ପରିଚାଳିତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର 10.74 କୋଟି କୃଷକଙ୍କୁ ପ୍ରଥମ ପର୍ଯ୍ୟାୟ ଅର୍ଥାତ, 2015-16 ଠାରୁ 2016-17 ପର୍ଯ୍ୟନ୍ତ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଥିଲା ଏବଂ ଦ୍ୱିତୀୟ ପର୍ଯ୍ୟାୟ ଯାହାକି 2017-18 ଠାରୁ 2018-19 ପର୍ଯ୍ୟନ୍ତ ବ୍ୟାପ୍ତ ସେହି ଅବଧି ମଧ୍ୟରେ 11.75 କୋଟି କାର୍ଡ଼ ବଣ୍ଟନ କରାଯାଇଛି ।
9. ଦେଶରେ ଜୈବ କୃଷିକୁ ପ୍ରୋତ୍ସାହନ ଯୋଜନା
- 2015-16 ମସିହାରେ ପ୍ରଥମ ଥର ପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନା ଆରମ୍ଭ କରାଯାଇଥିଲା ଯାହା ମାଧ୍ୟମରେ ଜୈବ କୃଷିକୁ ପ୍ରୋତ୍ସାହିତ କରିବା ହେଲା ମୂଳ ଉଦ୍ଦେଶ୍ୟ ।
- ଏପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ 30,934ଟି କ୍ଲଷଟର ସୁଫଳ ପାଇପାରିଛନ୍ତି ।
- ଦେଶର 15.47 ଲକ୍ଷ କୃଷକ ମୋଟ 6.19 ଲକ୍ଷ ହେକ୍ଟର ଜମିରେ ଏଭଳି ଜୈବ ଚାଷ କରି ଲାଭବାନ ହୋଇପାରିଛନ୍ତି ।
- ଏଥିପାଇଁ ଆରମ୍ଭ କରାଯାଇଥିବା ସମର୍ପିତ ୱେବ୍ ପୋର୍ଟାଲ www.Jaivikkheti.inରେ ଏପର୍ଯ୍ୟନ୍ତ 3.5 ଲକ୍ଷ କୃଷକ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି ଏବଂ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ପାଇଁ ବଜାର ବ୍ୟବସ୍ଥା କରିବା ନିମନ୍ତେ ଉଦ୍ଦିଷ୍ଟ ।
- ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ ମିଶନ ଅର୍ଗାନିକ ଭେଲ୍ୟୁ ଚେନ୍ ଡେଭଲପମେଣ୍ଟ (MOVCDNER) ଆରମ୍ଭ କରାଯାଇଛି ।
- ଦେଶବ୍ୟାପୀ 169ଟି କୃଷକ ଉତ୍ପାଦ କମ୍ପାନୀ ଗଠନ କରାଯାଇଛି ଯେଉଁଥିରେ 83,096 ଜଣ କୃଷକ ସାମିଲ ହୋଇଛନ୍ତି ଏବଂ ସେମାନେ 79,445 ହେକ୍ଟର ଜମିରେ ବିଭିନ୍ନ ଜୈବ ଚାଷ କରୁଛନ୍ତି ।
- ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଦୁବାଇ, ସୁଇଜରଲାଣ୍ଡ ଆଦି ରାଷ୍ଟ୍ରଙ୍କୁ ଜୈବ ପଦ୍ଧତିରେ ଉତ୍ପାଦିତ ଅଦା, ହଳଦୀ, ଲଙ୍କା ଏବଂ ପ୍ରକ୍ରିୟାକୃତ ସପୁରୀ ଇତ୍ୟାଦି ରପ୍ତାନୀକୁ ଆହୁରି ତ୍ୱରାନ୍ୱିତ କରାଯାଇଛି । କଳା ଥାଇ ହଳଦୀ, ଔଷଧୀୟ ବୃକ୍ଷଲତା ଚାଷ ପାଇଁ ଚୁକ୍ତିଭିତ୍ତିକ କୃଷି ବ୍ୟବସ୍ଥାର ପ୍ରବର୍ତ୍ତନ କରାଯାଇଛି ।
10. ନିମ ପ୍ରଲେପଯୁକ୍ତ ୟୁରିଆ
- 2015-16 ବର୍ଷ ଠାରୁ ନିମ ପ୍ରଲେପଯୁକ୍ତ ୟୁରିଆ ସାର ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି ଯଦ୍ୱାରା ସେଥିରେ ରାସାୟନିକ ପଦାର୍ଥର ବ୍ୟବହାର କମିଛି ଓ ଏହା ମୃତ୍ତିକାର ସ୍ୱାସ୍ଥ୍ୟରେ ଉନ୍ନତି ଘଟାଇଛି । ଏହା ସାମଗ୍ରିକ ଭାବେ କୃଷି ଉତ୍ପାଦନ ପରିମାଣ ମଧ୍ୟ ବଢ଼ାଇଛି ଏବଂ ଅଣ କୃଷି ଉଦ୍ଦେଶ୍ୟରେ ୟୁରିଆ ବ୍ୟବହାରକୁ କମାଇଛି ।
11. କୃଷି ଭିତ୍ତିଭୂମି ପାଣ୍ଠି
- କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ) ଯୋଜନାକୁ ସରକାର 2020 ମସିହା ଅଗଷ୍ଟ 9 ତାରିଖ ଦିନ ଆରମ୍ଭ କରିଥିଲେ । ଏହାର ଉଦ୍ଦେଶ୍ୟ ହେଲା ସମ୍ଭାବ୍ୟ ପ୍ରକଳ୍ପ ପାଇଁ ଦୀର୍ଘକାଳୀନ ନିବେଶ ପୁଂଜି ଋଣ ଆକାରରେ ଯୋଗାଇଦେବା ଯାହାକି ଅମଳ ପରବର୍ତ୍ତୀ ଭିତ୍ତିଭୂମି ପରିଚାଳନା ଏବଂ ଗୋଷ୍ଠୀ କୃଷି ସଂପଦ ଭାବେ ପରିଚିତ ଏବଂ ଏଥିପାଇଁ ସୁଧ ସହାୟତା ତଥା ଆର୍ଥିକ ସହଯୋଗର ବ୍ୟବସ୍ଥା କରିବା । ଏହି ଯୋଜନା 10 ବର୍ଷ ପାଇଁ କାର୍ଯ୍ୟକାରୀ କରାଯିବ । ଏହାର ଅବଧି 2020 ଆର୍ଥିକ ବର୍ଷ ଠାରୁ ଆରମ୍ଭ ହୋଇ 2029 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଚାଲିବ । ଏପର୍ଯ୍ୟନ୍ତ ପ୍ରାଥମିକ କୃଷି ଋଣ ଯୋଗାଣ ସମିତିର 3,064ଟି ପ୍ରକଳ୍ପକୁ ଋଣ ଆକାରରେ ମୋଟ 1,565 କୋଟି ଟଙ୍କା ନାବାର୍ଡ଼ ମାଧ୍ୟମରେ ମଂଜୁର କରାଯାଇଛି । ଆହୁରି ମଧ୍ୟ ପିଏସି ପ୍ରକଳ୍ପ ଅଧୀନରେ 3,500 କୋଟି ଟଙ୍କାର ଋଣ ଯୋଗାଣ ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
12. ଏଫପିଓଙ୍କୁ ପ୍ରୋତ୍ସାହନ ଯୋଗାଣ
- ଦେଶରେ 10,000 ଏଫପିଓ ଗଠନ ଏବଂ ସେଗୁଡ଼ିକର ବିକାଶ ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ସେଥିପାଇଁ 6,865 କୋଟି ଟଙ୍କାର ବଜେଟ ପ୍ରାବଧାନ ମଧ୍ୟ କରାଯାଇଛି । ଏହି ଯୋଜନା 29.02.2020 ତାରିଖ ଦିନ ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନା ଅଧୀନରେ 2023-24 ମସିହା ସୁଦ୍ଧା ପାଞ୍ଚ ବର୍ଷ ମଧ୍ୟରେ ସାରା ଦେଶରେ 10,000 ଏଫପିଓ ଗଠନ କରାଯିବାର ଲକ୍ଷ୍ୟ ରହିଛି । ପ୍ରତ୍ୟେକ ଏଫପିଓକୁ ସରକାର ସୁଦୃଢ଼ କରିବା ସକାଶେ ପାଞ୍ଚବର୍ଷ ପର୍ଯ୍ୟନ୍ତ ସେମାନଙ୍କର ହାତ ଧରି ସେମାନଙ୍କର କାର୍ଯ୍ୟକ୍ରମରେ ସହଯୋଗ କରିବେ ଏବଂ ଏହି ସହଯୋଗ 2027-28 ମସିହା ପର୍ଯ୍ୟନ୍ତ ଜାରି ରହିବ ।
- 2020-21 ମସିହାରେ ଏଥିପାଇଁ 40.16 କୋଟିର ଅର୍ଥ ପ୍ରଦାନ କରାଯାଇଛି ଯାହା ଏଫପିଓ ଗଠନ ନିମନ୍ତେ ଉଦ୍ଦିଷ୍ଟ ।
13. ଜାତୀୟ ମଧୁମକ୍ଷୀ ଓ ମହୁ ମିଶନ
- 2020 ମସିହାରେ ଜାତୀୟ ମଧୁମକ୍ଷୀ ଓ ମହୁ ମିଶନର ଶୁଭାରମ୍ଭ କରାଯାଇଥିଲା ଯାହା ଆତ୍ମନିର୍ଭର ଭାରତ ଅଭିଯାନର ଅଂଶବିଶେଷ । 2020-21 ଠାରୁ 2022-2023 ମସିହା ପର୍ଯ୍ୟନ୍ତ ଏଥିପାଇଁ 500 କୋଟି ଟଙ୍କା ମଂଜୁର କରାଯାଇଛି । ସେଥି ମଧ୍ୟରୁ 2020 ମସିହା ଡିସେମ୍ବର ମାସ ସୁଦ୍ଧା 100 କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବାର ଲକ୍ଷ୍ୟ ରଖାଯାଇଥିଲା ।
୧୪. ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା
- ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା (ପିଏମକେଏସୱାଇ- ପିଡ଼ିଏମସି) କାର୍ଯ୍ୟକ୍ରମ ପ୍ରତି ବୁନ୍ଦା ଜଳରେ ଅଧିକ ଫସଲ ଅମଳ ପାଇଁ ଉଦ୍ଦିଷ୍ଟ ଏବଂ ଏହା ମାଧ୍ୟମରେ ଜଳର ସୀମିତ ଉପଯୋଗ- ଅଣୁ ଜଳସେଚନ ଦ୍ୱାରା କିଭଳି କୃଷି କ୍ଷେତ୍ରରେ ଅଧିକ ସଫଳତାର ସହ ଫସଲ ଉପୁଜାଯାଇ ପାରିବ ତାହା ଉପରେ ଧ୍ୟାନ କେନ୍ଦ୍ରୀତ କରାଯାଇଛି । ଏଥିପାଇଁ ମାଇକ୍ରୋ ଜଳସେଚନ ପଦ୍ଧତି ଅର୍ଥାତ୍, ଡ୍ରିକ୍ ଓ ସିଞ୍ଚନ ଯନ୍ତ୍ର ସାହାଯ୍ୟରେ ଜଳସେଚନର ବ୍ୟବସ୍ଥା କରାଯାଇଛି । ଏହାଅତିରିକ୍ତ 50.1 ଲକ୍ଷ ହେକ୍ଟର କ୍ଷେତ୍ରରେ ଅଣୁ ଜଳସେଚନ ମାଧ୍ୟମରେ 2015-16 ଠାରେ ଏଯାବତ୍ ଚାଷକାର୍ଯ୍ୟ କରାଯାଇ ଆସୁଛି । ଏଥିପାଇଁ 2015-16 ଆର୍ଥିକ ବର୍ଷ ଠାରୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ସ୍ୱରୂପ 13309 କୋଟି ଟଙ୍କା ଯୋଗାଇ ଦିଆଯାଇଛି ।
15. ମାଇକ୍ରୋ ଜଳସେଚନ ପାଣ୍ଠି
- ଅଣୁ (ମାଇକ୍ରୋ) ଜଳସେଚନ ପାଣ୍ଠି ନିମନ୍ତେ “ନାବାର୍ଡ଼” ନିକଟରେ 5,000 କୋଟି ଟଙ୍କା ରଖାଯାଇଛି । ଏହି ପାଣ୍ଠିର ଉଦ୍ଦେଶ୍ୟ ହେଲା ରାଜ୍ୟମାନଙ୍କୁ ସମ୍ପଦ ପରିଚାଳନା ମାଧ୍ୟମରେ ଅଣୁ ଜଳସେଚନର ମାତ୍ରା ବୃଦ୍ଧି କରିବା ଯାହାକି ସ୍ୱତନ୍ତ୍ର ଏବଂ ଅଭିନବ ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ ।
- ମାଇକ୍ରୋ ଜଳସେଚନ ପାଣ୍ଠି (ଏମଆଇଏଫ) ଏବଂ “ନାବାର୍ଡ”ର ଷ୍ଟିଅରିଂ କମିଟି ଏବେ ସୁଦ୍ଧା 12.53 ଲକ୍ଷ ହେକ୍ଟର ଚାଷଜମି ନିମନ୍ତେ 3805.67 କୋଟି ଟଙ୍କା ମଂଜୁର କରିଛନ୍ତି ।
16. କୃଷି ଯାନ୍ତ୍ରିକରଣ
- କୃଷି ଯାନ୍ତ୍ରିକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାହା ମାଧ୍ୟମରେ କୃଷିର ଆଧୁନିକୀକରଣ କରାଯିବା ସମ୍ଭବପର । ଏହା ଫଳରେ ପାରମ୍ପରିକ କୃଷି ପଦ୍ଧତି ଯେଉଁଭଳି ଭାବେ ରସହୀନ ଲାଗିଥାଏ ତାହା ମଧ୍ୟ ଦୂର କରାଯାଇପାରିବ । ସରକାର ଏହି ପରିପ୍ରେକ୍ଷୀରେ ନାନା ପ୍ରକାର ହସ୍ତକ୍ଷେପ ପନ୍ଥା ଗ୍ରହଣ କରିଛନ୍ତି । 2014-15 ଠାରୁ 2020-21 ମସିହା ମଧ୍ୟରେ କୃଷି ଯାନ୍ତ୍ରିକରଣ ନିମନ୍ତେ 3606.72 କୋଟି ଟଙ୍କା ସରକାର ମଂଜୁର କରିଛନ୍ତି । ସେଥି ମଧ୍ୟରୁ, 11,62,437ଟି ମେସିନ୍ ଏବଂ ଉପକରଣ କୃଷକମାନଙ୍କୁ ସବସିଡ଼ି ଆକାରରେ ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ 10,209ଟି କଷ୍ଟମ ହାୟାରିଂ କେନ୍ଦ୍ର, 255ଟି ହାଇ-ଟେକ୍ ହବ୍ ଏବଂ 7,828ଟି ଫାର୍ମ ମେସିନାରୀ ବ୍ୟାଙ୍କ ମଧ୍ୟ ସ୍ଥାପନ କରାଯାଇଛି ।
- 2018 ମସିହାରେ ହରିଆନା, ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀରେ ଫସଲ ପାଳକୁଟାର ପରିଚାଳନା ନିମନ୍ତେ ଏକ ନୂତନ କେନ୍ଦ୍ରୀୟ ଯୋଜନାର ଶୁଭାରମ୍ଭ କରାଯାଇଥିଲା ।
- 2019-20 ବର୍ଷରେ ପଞ୍ଜାବ, ହରିଆନା, ଉତ୍ତର ପ୍ରଦେଶ ଓ ଜାତୀୟ ରାଜଧାନୀ କ୍ଷେତ୍ରର କୃଷକମାନଙ୍କୁ ବ୍ୟକ୍ତିଗତ ଭାବେ ସହାୟତା ଯୋଗାଇ ଦିଆଯାଇଛି ଯାହା ଫଳରେ 12,717 ଯଥା ସ୍ଥାନୀୟ ଫସଲ କାଠିକୁଟା ପରିଚାଳନା ମେସିନାରୀ ଏବଂ 8,866 କଷ୍ଟମ ହାୟାରିଂ କେନ୍ଦ୍ର ସ୍ଥାପନ କରାଯାଇଛି ।
- ଫସଲ ପରବର୍ତ୍ତୀ କ୍ଷେତରେ ପାଳକୁଟା ଜଳା ଭଳି ଘଟଣା ଏହିସବୁ ରାଜ୍ୟରେ 2019-20 ବର୍ଷରେ 2017 ଓ 2018 ମସିହାରେ ଯଥାକ୍ରମେ 18.8% ଏବଂ 31% ହ୍ରାସ ପାଇଥିବା ଜଣାପଡ଼ିଛି ।
- “ଫାର୍ମସ” (ଫାର୍ମ ମେସିନେରୀ ସଲ୍ୟୁସନ୍ସ) ଆପ୍ (ସିଏଚସି- ଫାର୍ମ ମେସିନେରୀ ମୋବାଇଲ ଆପ୍ ଆଡଭାନ୍ସଡ ଏଡ଼ିସନ)- ସକଳ ପ୍ରକାର କୃଷି ଯନ୍ତ୍ରପାତି କଷ୍ଟମ ସେମା ଯୋଗାଣକାରୀ ଏବଂ କୃଷକ/ ବ୍ୟବହାରକାରୀଙ୍କୁ ଏକଜୁଟ କରିବା ସକାଶେ ଏକ ବିବିଧଭାଷିକ ଆଣ୍ଡ୍ରଏଡ୍ ପ୍ଲାଟଫର୍ମର ବିକାଶ ଏବଂ ଶୁଭାରମ୍ଭ କରାଯାଇଛି ।
17. ବିପର୍ଯ୍ୟୟ ରିଲିଫ ମାନରେ ପରିବର୍ତ୍ତନ
- ବିପର୍ଯ୍ୟୟ ରିଲିଫ ମାନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟାଯାଇଛି । ସେଥିରେ ସମସ୍ତ ପ୍ରକାର ପ୍ରକୃତିକ ଆପଦା ଜନିତ ରିଲିଫ ସହାୟତା ପରିମାଣରେ ଦେଢ଼ଗୁଣ ବୃଦ୍ଧି କରାଯାଇଛି ।
- ପୂର୍ବରୁ କେବଳ 50% ଫସଲ ହାନି ନିମନ୍ତେ ନଷ୍ଟ ଫସଲ ପାଇଁ କ୍ଷତିପୂରଣ ପ୍ରଦାନ କରାଯାଉଥିଲା । ଏବେ ସେହି କ୍ଷତିପୂରଣ ପ୍ରଦାନ ନିମନ୍ତେ 33% ଫସଲ ହାନିକୁ ମାନକ ରୂପେ ହ୍ରାସ କରାଯାଇଛି ।
- ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କୁ ମିଳୁଥିବା କ୍ଷତିପୂରଣ ରାଶିକୁ 1.5 ଲକ୍ଷରୁ 4 ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି ।
- ସେହିଭଳି ଏଭଳି ସକଳ ଘଟଣାରେ ସହାୟତା ରାଶି ପ୍ରଦାନ ନିମନ୍ତେ ଗ୍ରହଣଯୋଗ୍ୟତାର ପରିମାଣକୁ ଏକ ହେକ୍ଟରରୁ ଦୁଇ ହେକ୍ଟରକୁ ବୃଦ୍ଧି କରାଯାଇଛି ।
18. ଇ- ନାମ୍ ସମ୍ପ୍ରସାରଣ
- ଦେଶର 18 ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ କ୍ଷେତ୍ରରେ 1000ଟି ବଜାରକୁ ଏକୀକୃତ କରାଯାଇ ଏକ ଇ- ନାମ୍ ପ୍ଲାଟଫର୍ମ ଗଠନ କରାଯାଇଛି ।
- ଦେଶର 1.68 କୋଟି କୃଷକ ତଥା 1.52 ଲକ୍ଷ ବ୍ୟବସାୟୀଙ୍କୁ ସେହି ପ୍ଲାଟଫର୍ମରେ ପଂଜୀକୃତ କରାଯାଇଛି । ଏହି ପ୍ଲାଟଫର୍ମ ଜରିଆରେ ମୋଟ 3.94 କୋଟି ମେଟ୍ରିକ୍ ଟନର କାରବାର କରାଯାଇଛି ଯାହାର ମୋଟ ମୂଲ୍ୟ 1.15 ଲକ୍ଷ କୋଟି ଟଙ୍କା ।
- କୃଷି ଉତ୍ପାଦ ସଂଗଠନ (ଏଫପିଓ)ମାନଙ୍କୁ ଇ- ନାମ ପ୍ଲାଟଫର୍ମରେ ସମନ୍ୱିତ କରାଯାଇଛି ଏବଂ ଏହି ପ୍ଲାଟଫର୍ମ ଜରିଆରେ ଏବେ କାରବାର ଆରମ୍ଭ ହୋଇଛି ।
19. କୃଷି ଉତ୍ପାଦ ଲଜିଷ୍ଟିକ୍ସର ଉନ୍ନତିକରଣ, କିଷାନ ରେଳ ବ୍ୟବସ୍ଥାର ପ୍ରବର୍ତ୍ତନ
- ଏକ କୃଷକ ଅନୁକୂଳ ମୋବାଇଲ୍ ଆପ୍ଲିକେଶନ “କିଷାନ ରଥ“ ଆପ୍ ଆରମ୍ଭ କରାଯାଇଛି ଯାହା ଉଭୟ କୃଷକ ଏବଂ ବଣିକମାନଙ୍କୁ ପ୍ରାଥମିକ ଏବଂ ସେକେଣ୍ଡାରୀ ସ୍ତରୀୟ ପରିବହନ ଯାନବାହନ ଖୋଜିବାରେ ସହାୟକ ହେବ ଏବଂ ସେମାନେ ଏହି ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କର କୃଷି ତଥା ଉଦ୍ୟାନକୃଷି ଉତ୍ପାଦକୁ ସହଜରେ ବିଭିନ୍ନ ସ୍ଥାନକୁ ପରିବହନ କରିପାରିବେ ।
- ଦେଶର ପ୍ରଥମ କିଷାନ ରେଳ ଦେଓରିଆ ଏବଂ ଦାନାପୁର ଷ୍ଟେସନ ମଧ୍ୟରେ 08.07.2020 ତାରିଖ ଦିନ ଚଳାଚଳ ଆରମ୍ଭ କରିଥିଲା । ଆଉ ଏକ କିଷାନ ରେଳ ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଠାରୁ ଦିଲ୍ଲୀର ଆଦର୍ଶ ନଗର ମଧ୍ୟରେ ଚଳାଚଳ କରୁଛି ।
- 11.12.2020 ତାରିଖ ସୁଦ୍ଧା ଏହି କିଷାନ ରେଳ 84ଟି ଟ୍ରିପ୍ରେ 23,219 ଟନ୍ କୃଷିଜାତ ସାମଗ୍ରୀ ପରିବହନ କରିଛି ଏବଂ ସରକାରଙ୍କର ଏଥିରେ 901.3 ଲକ୍ଷ ଟଙ୍କାର ରାଜସ୍ୱ ଉପାର୍ଜନ କରାଯାଇପାରିଛି ।
20. ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମର ଅୟମାରମ୍ଭ
- କୃଷି ଏବଂ ସଂପର୍କୀତ କ୍ଷେତ୍ରରେ 424ଟି ଷ୍ଟାର୍ଟ ଅପ୍କୁ ଚୟନ କରାଯାଇ ସେମାନଙ୍କୁ 45.38 କୋଟି ଟଙ୍କାର ପାଣ୍ଠି କିସ୍ତି ଆଧାରରେ ଯୋଗାଇ ଦିଆଯାଇଛି । ଏହାର ପ୍ରଥମ କିସ୍ତି ଭାବେ 19.70 କୋଟି ଟଙ୍କା ଏବେ ସୁଦ୍ଧା ସେହିସବୁ ଷ୍ଟାର୍ଟ ଅପ୍ମାନଙ୍କୁ ଯୋଗାଣ କରାଯାଇଛି । ଏହିସବୁ ଷ୍ଟାର୍ଟ ଅପମାନଙ୍କୁ ବିଭିନ୍ନ ପ୍ରକାର କୃଷି ବ୍ୟବସାୟ ସଂପର୍କୀତ ଦୁଇମାସିଆ ତାଲିମ ପ୍ରଦାନ କରାଯାଇଛି । ସେଥି ମଧ୍ୟରେ ନଲେଜ ପାର୍ଟନର୍ସ (କେପି) ଏବଂ ଆରକେଭିୱାଇ- ରଫ୍ତାର କୃଷି ବ୍ୟବସାୟ ଇନକୁବେଟର (ଆର- ଏବିଆଇ) ସାମିଲ ।
***************
APS/MS/SS/SM
(Release ID: 1686011)
Visitor Counter : 218