ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ଭାରତ ବାୟୋଟେକର କୋଭିଡ-19 ଟିକାକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଦେଇଥିବା ଅନୁମୋଦନକୁ କଲେ ପ୍ରଶଂସା

“ଭାରତ ପାଇଁ ଏକ ମହତ୍ଵପୂର୍ଣ୍ଣ ସଫଳତା!” କହିଲେ ଅମିତ ଶାହ

ଭାରତକୁ ଗର୍ବିତ କରିଥିବାରୁ ମୁଁ ଆମର ଦକ୍ଷ ଏବଂ ପରିଶ୍ରମୀ ବୈଜ୍ଞାନିକଙ୍କୁ ଅଭିବାଦନ ଜଣାଉଛି

“କୋଭିଡ ମୁକ୍ତ ଭାରତ ଲାଗି ଉଦ୍ୟମ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ, ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ବିରାଟ ପରିବର୍ତ୍ତନ ଆଣିପାରେ”

ମେଡ୍ ଇନ ଇଣ୍ଡିଆ ଟିକାକୁ ଅନୁମୋଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମ ନିର୍ଭର ଭାରତକୁ ବଳ ଦେବାରେ ଏକ ପରିବର୍ତ୍ତନକାରୀ ପ୍ରମାଣିତ ହେବ

ଏହି ପରୀକ୍ଷଣ ସମୟରେ ମାନବିକତାର ସେବା କରିଥିବା ଆମର ବୈଜ୍ଞାନିକ, ଡାକ୍ତର, ଡାକ୍ତରୀ କର୍ମଚାରୀ, ସୁରକ୍ଷା କର୍ମୀ ଏବଂ ସମସ୍ତ କରୋନା ଯୋଦ୍ଧାଙ୍କୁ ହୃଦୟରୁ ଧନ୍ୟବାଦ

ପୋଷ୍ଟ କରାଯିବା ଦିନାଙ୍କ: 03 JAN 2021 2:50PM by PIB Bhubaneswar

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ଭାରତ ବାୟୋଟେକର କୋଭିଡ-19 ଟିକାକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଦେଇଥିବା ଅନୁମୋଦନକୁ ପ୍ରଶଂସା କରିଛନ୍ତି

ଅନୁମୋଦନକୁ ସ୍ୱାଗତ କରି ତାଙ୍କ ଟ୍ୱିଟରେ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଭାରତ ପାଇଁ ଏକ ମହତ୍ଵପୂର୍ଣ୍ଣ ସଫଳତା! ଡିସିଜିଆଇ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ଭାରତ ବାୟୋଟେକର କୋଭିଡ ଟିକାକୁ ଅନୁମୋଦନ ଦେଇଛି ଭାରତକୁ ଗର୍ବିତ କରିଥିବାରୁ ମୁଁ ଆମର ଅତ୍ୟନ୍ତ ପ୍ରତିଭାଶାଳୀ ଏବଂ ପରିଶ୍ରମୀ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଉଛି କୋଭିଡ ମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ପ୍ରୟାସ ପାଇଁ ଅଭିନନ୍ଦନ ।  ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ଵ  ବିରାଟ  ପରିବର୍ତ୍ତନ ଆଣିପାରିବ ।

ସମୟେ ସମୟେ, ଆମେ ଦେଖିଛୁ ସଙ୍କଟ ସମୟରେ ମାନବିକତାକୁ ଅଭିନବ ତଥା ସାହାଯ୍ୟ କରିବାକୁ ନୂତନ ଭାରତ ଆଗ୍ରହୀ ମେଡ୍ ଇନ୍ ଇଣ୍ଡିଆ ଟିକାକୁ ଅନୁମୋଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଦୂରଦୃଷ୍ଟିକୁ ବଳ ଦେବାରେ ଏକ ପରିବର୍ତ୍ତନକାରୀ ପ୍ରମାଣିତ ହେବ ଆମେ ଆମର ବୈଜ୍ଞାନିକ, ଡାକ୍ତର, ଡାକ୍ତରୀ କର୍ମଚାରୀ, ସୁରକ୍ଷା କର୍ମୀ ଏବଂ ସମସ୍ତ କରୋନା ଯୋଦ୍ଧାଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛୁ, ଯେଉଁମାନେ ଏହି ପରୀକ୍ଷଣ ସମୟରେ ମାନବିକତାର ସେବା କରିଥିଲେ ମାନବିକତା ପ୍ରତି ନିଃସ୍ୱାର୍ଥପର ସେବା ପାଇଁ ରାଷ୍ଟ୍ର ସର୍ବଦା ସେମାନଙ୍କ ନିକଟରେ କୃତଜ୍ଞ ରହିବ।

 



**********

NW/RK/PK/AY/DDD/TRP


(ରିଲିଜ ଆଡି: 1685880) ପରିଦର୍ଶକ କାଉଣ୍ଟର : 259