ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ବର୍ଷାନ୍ତ ସମୀକ୍ଷା -2020- ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

କୋଭିଡ-19 କାଳରେ ପିଏମୟୁୱାଇ ହିତାଧିକାରୀଙ୍କୁ 14.13 କୋଟି ମାଗଣା ସିଲିଣ୍ଡର ଯୋଗାଣ

ଓଏଏଲପି ପଞ୍ଚମ ବିଡ ରାଉଣ୍ଡ ଅନ୍ତର୍ଗତ 11 ବ୍ଲକର 19,789 ବର୍ଗ କିମି କ୍ଷେତ୍ର ସାମିଲ

ଦେଶରେ 01.04.2020 ଠାରୁ ବାହନ ଇନ୍ଧନରେ ବିଏସ-6 ମାନକ କାର୍ଯ୍ୟକାରୀ

2020ରେ ଜାତୀୟ ଗ୍ୟାସ ଗ୍ରୀଡର ଅଂଶବିଶେଷ ଭାବେ 1544 କିମି ପାଇପଲାଇନ ବିଛାଯାଇଛି

ପୋଷ୍ଟ କରାଯିବା ଦିନାଙ୍କ: 31 DEC 2020 5:17PM by PIB Bhubaneshwar

1. ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) : କୋଭିଡ-19 ଆର୍ଥିକ ପ୍ରଭାବକୁ ପ୍ରତିହତ କରିବା ଲାଗିପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ” (ପିଏମଜିକେପି) ଅଂଶବିଶେଷ ସ୍ୱରୂପ 31.12.2020 ସୁଦ୍ଧା ପିଏମୟୁୱାଇ ହିତାଧିକାରୀମାନଙ୍କୁ ମାଗଣାରେ ସର୍ବାଧିକ ତିନୋଟି ଲେଖାଏଁ ଏଲପିଜି ସିଲିଣ୍ଡର ରିଫିଲ ଯୋଗାଇ ଦିଆଯାଇଛି। 30.11.2020 ସୁଦ୍ଧା ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ଵାରା ପିଏମୟୁୱାଇ ହିତାଧିକାରୀମାନଙ୍କୁ 1413.38 ଲକ୍ଷ ମାଗଣା ଗ୍ୟାସ ସିଲିଣ୍ଡର ରିଫିଲ ଯୋଗାଇ ଦିଆଯାଇଛି ଏବଂ 7.5 କୋଟିରୁ ଅଧିକ ପିଏମୟୁୱାଇ ହିତାଧିକାରୀ ଏହି ଯୋଜନା ଅନ୍ତର୍ଗତ ମାଗଣା ଗ୍ୟାସ ଭର୍ତ୍ତି ସିଲିଣ୍ଡର ପାଇଛନ୍ତି।

2. ମୁକ୍ତ ଏକର ଲାଇସେନ୍ସ ପ୍ରଦାନ ନୀତି (ଓଏଏଲପି): ବିଡିଂ ରାଉଣ୍ଡ 2020 ବର୍ଷରେ, ଓଏଏଲପି ବିଡ ପଞ୍ଚମ ରାଉଣ୍ଡ ଅନ୍ତର୍ଗତ ଅକ୍ଟୋବର 2020ରେ 11ଟି ବ୍ଲକର 19,789 ବର୍ଗ କିମି ଅଞ୍ଚଳକୁ ସାମିଲ କରାଯାଇଛି।

3. ଅଣମୌଦ୍ରିକ ଆବିଷ୍କାରଗୁଡ଼ିକର ବିକାଶ : 2020-21 ଆର୍ଥିକ ବର୍ଷ କାଳରେ ମୋଟ 05ଟି ଆବିଷ୍କାର (ନାମାଙ୍କନ ବ୍ୟବସ୍ଥାରୁ 04ଟି-03ଟି ଓଏନଜିସିରୁ, 01 ଗୋଟିଏ ଓଆଇଏଲରୁ ଏବଂ 01ଟି ପିଏସସିରୁ)କୁ ନଭେମ୍ବର 2020 ସୁଦ୍ଧା ମୌଦ୍ରିକରଣ କରାଯାଇଛି।

4. ଜୁନ, 2020ରେ ଇଣ୍ଡିଆ ଗ୍ୟାସ ଏକ୍ସଚେଞ୍ଜର ଉଦଘାଟନ : ଭାରତୀୟ ଗ୍ୟାସ ଏକ୍ସଚେଞ୍ଜ (ଆଇଜିଏକ୍ସ) ଦ୍ୱାରା ଗ୍ୟାସ ବାଣିଜ୍ୟ ମଞ୍ଚ ପ୍ରାକୃତିକ ଗ୍ୟାସ ପାଇଁ ଏକ ଯୋଗାଣ ଆଧାରିତ କାରବାର କ୍ଷେତ୍ର ହେବ। ସଂକ୍ଷେପରେ କହିଲେ, ଆଇଜିଏକ୍ସରେ ଗ୍ୟାସ ଉଦ୍ୟୋଗର କେତେ ଜଣ ରଣନୈତିକ ନିବେଶକ ରହିବେ।

5. ପରିବହନ ଇନ୍ଧନ ବିପଣନ କରିବା ପାଇଁ ଅଧିକାର ପ୍ରଦାନ କରିବା ଲାଗି ନୂଆ ମାଗଦର୍ଶିକା ଅନ୍ତର୍ଗତ 04ଟି କମ୍ପାନୀକୁ ଅଧିକୃତ କରାଯାଇଥିବା ବେଳେ 01ଟି ଆବେଦନ ମନ୍ତ୍ରଣାଳୟର ବିଚାରାଧୀନ ରହିଛି

6. ବାହନ ଇନ୍ଧନ ଲକ୍ଷ୍ୟ ଏବଂ ନୀତି: ସ୍ୱଚ୍ଛ ଇନ୍ଧନ ଉପଲବ୍ଧତାରେ ସୁଧାର : ବିଏସ-6 ଅନୁକୂଳ ଇନ୍ଧନର ଉପଲବ୍ଧତା ସୁନିଶ୍ଚିତ ହୋଇଛି। ବାହନ ଇନ୍ଧନରେ ବିଏସ-6 ମାନକକୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ 01.04.2020 ଠାରୁ ସାରା ଦେଶରେ କାର୍ଯ୍ୟକାରୀ କରାଯାଇଛି।

7. ଜାତୀୟ ଗ୍ୟାସ ଗ୍ରିଡ୍: 2020ରେ ଜାତୀୟ ଗ୍ୟାସ ଗ୍ରିଡର ଅଂଶବିଶେଷ ଭାବେ ମୋଟ 1544 କିମି ପାଇପ ଲାଇନ ବିଛାଯାଇଛି।

8. ଅନ୍ତର୍ଜାତୀୟ ସହଯୋଗ/ ଗୁରୁତ୍ୱପୂର୍ଣ୍ଣ ରାଜିନାମା/ଚୁକ୍ତି/ନିବେଶ :

ଇନ୍ଧନ ସୁରକ୍ଷାକୁ ସୁନିଶ୍ଚିତ କରିବାର ଅଂଶବିଶେଷ ସ୍ୱରୂପ, ଭାରତ ଅଶୋଧିତ ତୈଳ ଆମଦାନୀ ଲାଗି ରୁଷ ଏବଂ ଆଙ୍ଗୋଲାକୁ ନୂତନ ଉତ୍ସ ଭାବେ ଗ୍ରହଣ କରିଛି। ମନ୍ତ୍ରୀସ୍ତରୀୟ ବୈଠକ ଜରିଆରେ ଆମେରିକା, ରୁଷ, ସାଉଦୀ ଆରବ ଏବଂ ୟୁଏଇ ସହିତ ରଣନୈତିକ ଇନ୍ଧନ ସହଭାଗିତାକୁ ଆହୁରି ମଜବୁତ କରାଯିବା ସହିତ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହିତ ଇନ୍ଧନ କରିଡରକୁ ସୁଦୃଢ଼ କରାଯାଇଛି।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ବୈଶ୍ୱିକ ଅଶୋଧିତ ତୈଳ ଏବଂ ପ୍ରାକୃତିକ ବାଷ୍ପର ବଜାର ସ୍ଥିରତା ଉପରେ ଜି-20 ଶକ୍ତି ମନ୍ତ୍ରୀମାନଙ୍କ ବୈଠକରେ ଅଂଶଗ୍ରହଣ କରିବା ସହିତ ଓପିଇସି ଏବଂ ଅନ୍ତର୍ଜାତୀୟ ଇନ୍ଧନ ମଞ୍ଚ (ଆଇଇଏଫ) ସହିତ ଉଚ୍ଚସ୍ତରୀୟ ଆଲୋଚନାରେ ଭାଗ ନେଇଥିଲେ।

ମାନନୀୟ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଅକ୍ଟୋବର 2020ରେ ଆୟୋଜିତ ସେରା ୱିକ୍ 2020 ଇଣ୍ଡିଆ ଏନର୍ଜି ଫୋରମକୁ ଉଦଘାଟନ କରିଥିଲେ ଏବଂ ଇନ୍ଧନର ସାତଟି ପ୍ରମୁଖ ବାହକ ସହିତ ଭାରତର ନୂତନ ଇନ୍ଧନ ମାନଚିତ୍ରକୁ ଘୋଷଣା କରିଥିଲେ।

ଅଶୋଧିତ ତୈଳ ମୂଲ୍ୟ ହ୍ରାସର ଲାଭ ଉଠାଇ, ବିଶାଖାପାଟଣା, ମାଙ୍ଗାଲୋର ପାଦୁରରେ ଥିବା ତିନୋଟି ରଣନୈତିକ ପେଟ୍ରୋଲିୟମ ଭଣ୍ଡାର (ଏସପିଆର)କୁ ସମ୍ପୂର୍ଣ୍ଣ କ୍ଷମତା ପର୍ଯ୍ୟନ୍ତ ପୂରଣ କରାଯାଇଛି, ଯାହାଫଳରେ ପାଖାପାଖି 5000 କୋଟି ଟଙ୍କା ସଞ୍ଚୟ କରାଯାଇ ପାରିଛି।

9. ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ: ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) 2019-20 କାଳରେ 30.11.2020 ସୁଦ୍ଧା 172.43 କୋଟି ଲିଟର ଇଥାନଲ ମିଶ୍ରଣ ଉଦ୍ଦେଶ୍ୟରେ ତୈଳ ବିପଣନ କମ୍ପାନୀଗୁଡ଼ିକ କ୍ରୟ କରିଛନ୍ତି। ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ଫିଡଷ୍ଟକ୍ ପାଇଁ ଲାଭପ୍ରଦ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଚିନିରୁ ବାହାରୁ ଥିବା ଇଥାନଲର ମୂଲ୍ୟ ଲିଟର ପିଛା 3.17 ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ବି-ହେଭି ମୋଲାସ ଲିଟର ପ୍ରତି 3.34 ଟଙ୍କା ଏବଂ ସି-ହେଭି ମୋଲାସ ଲିଟର ପ୍ରତି 1.94 ଟଙ୍କା ବୃଦ୍ଧି କରାଯାଇଛି। ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ସହିତ ମିଶି ବଳକା ଚାଉଳ ଏବଂ ମକାରୁ ଇଥାନଲ ଉତ୍ପାଦନକୁ ଭାରତ ସରକାର ପ୍ରଥମ ଥର ପାଇଁ ଅନୁମତି ଦେଇଛନ୍ତି।

10. ଗ୍ୟାସ ପାଇପ ଲାଇନ ଶୁଳ୍କ ନିର୍ଦ୍ଧାରଣ: ପେଟ୍ରୋଲିୟମ ପ୍ରାକୃତିକ ବାଷ୍ପ ନିୟାମକ ବୋର୍ଡ (ପିଏନଜିଆରବି) ଏକ ଡ୍ରାଫ୍ଟ ପିଏନଜିଆରବି (ପ୍ରାକୃତିକ ବାଷ୍ପ ପାଇପଲାଇନ ଶୁଳ୍କ ନିର୍ଦ୍ଧାରଣ) ସଂଶୋଧନ ନିୟାମକ, 2020 ବିଜ୍ଞପିତ ରିଥିଲା। ଗୋଟିଏ ଜାତୀୟ ଗ୍ୟାସ ଗ୍ରୀଡ ବ୍ୟବସ୍ଥା (ଏନଜିଜିଏସ) ଭାବେ ପୂର୍ବରୁ ବିଡ-ଆଉଟ କରାଯାଇଥିବା ପାଇପଲାଇନ ସମେତ ଏକାଧିକ ପାଇପଲାଇନ ସଂସ୍ଥାଗୁଡ଼ିକର ସମସ୍ତ ଆନ୍ତଃସଂଯୁକ୍ତ ପାଇପଲାଇନ ଘୋଷଣା କରିବା ଲାଗି ଏହା କରାଯାଇଛି।

11. ଶସ୍ତା ପରିବହନ ଲାଗି ଦୀର୍ଘସ୍ଥାୟୀ ବିକଳ୍ପ (ଏସଏଟିଏଟି) : ଶସ୍ତା ପରିବହନ ଲାଗି ଦୀର୍ଘସ୍ଥାୟୀ ବିକଳ୍ପ (ଏସଏଟିଏଟି) କାର୍ଯ୍ୟକ୍ରମ ଅକ୍ଟୋବର ପହିଲା, 2018ରେ ଆରମ୍ଭ କରାଯାଇଥିଲା ଯେଉଁଠି ତୈଳ ଏବଂ ଗ୍ୟାସ ବିପଣନ କମ୍ପାନୀଗୁଡ଼ିକ କମ୍ପ୍ରେସଡ ବାୟୋ ଗ୍ୟାସ (ସିବିଜି) କ୍ରୟ ନିମନ୍ତେ ସମ୍ଭାବ୍ୟ ଉଦ୍ୟୋଗୀଙ୍କ ଠାରୁ ଏକ୍ସପ୍ରେସନ ଅଫ ଇଣ୍ଟ୍ରେଷ୍ଟ (ଇଓଆଇ) ଆହ୍ୱାନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ 15 ଡିସେମ୍ବର 2020 ସୁଦ୍ଧା 621ଟି ଲେଟର୍ସ ଅଫ ଇଣ୍ଟେଣ୍ଟ ଜାରି କରାଯାଇଛି। 7ଟି ପ୍ଲାଣ୍ଟରୁ ସିବିଜି ଯୋଗାଣ ଆରମ୍ଭ କରାଯାଇଛି ଏବଂ 13ଟି ଖୁଚୁରା ଆଉଟଲେଟରୁ ବିକ୍ରି ଆରମ୍ଭ ହୋଇଛି।

12.ସ୍ଥାନୀୟ ଉତ୍ପାଦିତ ସାମଗ୍ରୀକୁ ପ୍ରୋତ୍ସାହନ ଦେବା ଜରିଆରେ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ପିପି-ଏଲସି (ସ୍ଥାନୀୟ ଉତ୍ପାଦ ଯୁକ୍ତ ସାମଗ୍ରୀ କ୍ରୟକୁ ପ୍ରାଥମିକତା) ନୀତିକୁ ଅଧିକ ପ୍ରଭାବୀ କରିବା ଲାଗି ଏଥିରେ ସମ୍ପୂର୍ଣ୍ଣ ସୁଧାର ଅଣାଯାଇଛି।

13. ସୁଲଭ ଆବାସିକ ଭବନ ଯୋଜନା : ପେଟ୍ରୋଲିୟମ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହା ଅଧୀନରେ ଥିବା ତୈଳ ଏବଂ ବାଷ୍ପ ରାଷ୍ଟ୍ରାୟତ୍ତ ଉଦ୍ୟୋଗ/ସଂଗଠନ ସହିତ ମିଶି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସୁଲଭ ଆବାସିକ ଭବନ ଯୋଜନା (ଏଆରଏଚସି) ଅନ୍ତର୍ଗତ 50,000 ଘର ନିର୍ମାଣ ଲାଗି ଯୋଜନା କରାଯାଇଛି

 

*********


(ରିଲିଜ ଆଡି: 1685401) ପରିଦର୍ଶକ କାଉଣ୍ଟର : 306
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Bengali , Assamese , Punjabi , Tamil