ରାଷ୍ଟ୍ରପତିଙ୍କ ସଚିବାଳୟ

ନୂଆ ବର୍ଷର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

Posted On: 31 DEC 2020 5:09PM by PIB Bhubaneshwar

ନୂତନ ବର୍ଷ 2021ର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ରାଷ୍ଟ୍ରପତି ଏକ ବାର୍ତ୍ତାରେ କହିଛନ୍ତି, “ନୂତନ ବର୍ଷ ଅବସରରେ ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି

ପ୍ରତ୍ୟେକ ନୂତନ ବର୍ଷ ଏକ ନୂତନ ଆରମ୍ଭ କରିବାର ସୁଯୋଗ ପ୍ରଦାନ କରେ ଏବଂ ବ୍ୟକ୍ତିଗତ ଓ ସାମୂହିକ ବିକାଶ ପାଇଁ ଆମର ସଂକଳ୍ପକୁ ଗୁରୁତ୍ୱ ଦେଇଥାଏ

କୋଭିଡ-19 ପରିସ୍ଥିତିରୁ ଉତ୍ପନ୍ନ ଏହି କଷ୍ଟକର ସମୟ ଆମ ସମସ୍ତଙ୍କ ପାଇଁ ଏକଜୁଟ ହୋଇ ଆଗକୁ ବଢିବାର ଏକ ସମୟ ସାଂସ୍କୃତିକ ମୂଲ୍ୟବୋଧକୁ ମଜବୁତ କରିବାର ଏହା ମଧ୍ୟ ସମୟ, ଯାହା ବିବିଧତା ଉପରେ ଆମର ଏକତା ଉପରେ ବିଶ୍ୱାସକୁ ଦୃଢିଭୂତ କରେ

ନୂତନ ବର୍ଷ 2021ର ପୂର୍ବ ସନ୍ଧ୍ୟାରେ, ଆସନ୍ତୁ ମିଳିତ ଭାବେ ପ୍ରେମ, କରୁଣା ଏବଂ ସହନଶୀଳ ହୃଦୟ ​​ଦ୍ୱାରା ଶାନ୍ତି ଏବଂ ସଦ୍ଦିତ୍ସାକୁ ପ୍ରୋତ୍ସାହିତ କରୁଥିବା ଏକ ସୁସ୍ଥ ସମାଜ ଗଠନ ଦିଗରେ କାର୍ଯ୍ୟ କରିବା

ଆପଣ ସମସ୍ତେ ସୁରକ୍ଷିତ ଓ ସୁସ୍ଥ ରୁହନ୍ତୁ ଏବଂ ଆମ ଦେଶର ପ୍ରଗତିର ସାଧାରଣ ଲକ୍ଷ୍ୟ ହାସଲ କରିବା ପାଇଁ ଏକ ନୂତନ ଶକ୍ତି ସହିତ ଆଗକୁ ବଢନ୍ତୁ

ରାଷ୍ଟ୍ରପତିଙ୍କ ବାର୍ତ୍ତା ଦେଖିବା ପାଇଁ ନିମ୍ନ ଲିଙ୍କରେ କ୍ଲିକ କରନ୍ତୁ 

 

 

***********

DS/AKP/AK/TRP



(Release ID: 1685192) Visitor Counter : 245