ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତର ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି, ଆଜି ଏହା 2.77 ଲକ୍ଷରେ ପହଞ୍ଚିଛି
ମୋଟ ଆରୋଗ୍ୟ ସଂଖ୍ୟା ସକ୍ରିୟ ମାମଲାଠାରୁ 95 ଲକ୍ଷରୁ ଅଧିକକୁ ଅତିକ୍ରମ କରିଛି
ପ୍ରତି ମିଲିୟନ ଜନସଂଖ୍ୟାରେ ସକ୍ରିୟ ଏବଂ ମୃତ୍ୟୁ ମାମଲା ବିଶ୍ଵର ସବୁଠାରୁ କମ ଭାରତରେ
प्रविष्टि तिथि:
28 DEC 2020 10:50AM by PIB Bhubaneshwar
ଭାରତର ମୋଟ ସକ୍ରିୟ ମାମଲା ହ୍ରାସ ଧାରା ଜାରି ରହିଛି । ଦେଶର ସକ୍ରିୟ ମାମଲା ଆଜି 2,77,301 ରେ ପହଞ୍ଚିଛି । ମୋଟ ପଜିଟିଭ ମାମଲା ମଧ୍ୟରେ ସକ୍ରିୟ ମାମଲାର ଅଂଶ 2.72 ପ୍ରତିଶତକୁ ହ୍ରାସ ପାଇଛି ।
ଗତ 24 ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲା 1,389 ହ୍ରାସ ପାଇଥିବା ରେକର୍ଡ ହୋଇଛି ।

ଏକ ମାସରୁ ଅଧିକ ସମୟ ଧରି ଦୈନିକ ଆରୋଗ୍ୟ ସଂଖ୍ୟା ନୂତନ ମାମଲାଠାରୁ ଅଧିକ ରହିଛି । ଗତ 24 ଘଣ୍ଟା ମଧ୍ୟରେ, ଦେଶରେ 20,021 ଜଣ ବ୍ୟକ୍ତି କୋଭିଡ ସଂକ୍ରମିତ ଥିବା ଜଣାପଡିଛି । ଏହି ସମୟ ମଧ୍ୟରେ 21,131 ରୋଗୀ ନୂତନ ଭାବେ ଆରୋଗ୍ୟ ହୋଇଛନ୍ତି ଯାହା ସକ୍ରିୟ ମାମଲା ହ୍ରାସକୁ ସୁନିଶ୍ଚିତ କରିଛି ।
ମୋଟ ଆରୋଗ୍ୟ ମାମଲା ପାଖାପାଖି 98 ଲକ୍ଷ (97,82,669) କୁ ସ୍ପର୍ଶ କରିଛି । ସେହିଭଳି ଆରୋଗ୍ୟ ହାର ମଧ୍ୟ 95.83 ପ୍ରତିଶତକୁ ବୃଦ୍ଧି ପାଇଛି । ଆରୋଗ୍ୟ ଏବଂ ସକ୍ରିୟ ମାମଲାଗୁଡ଼ିକ ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଆଜି ଏହି ସଂଖ୍ୟା 95 ଲକ୍ଷ (95,05,368) କୁ ଅତିକ୍ରମ କରିଛି ।

ଯଦି ବିଶ୍ଵ ସ୍ତରରେ ତୁଳନା କରାଯାଏ, ତାହାହେଲେ ପ୍ରତି ମିଲିୟନ ଜନସଂଖ୍ୟାରେ ଭାରତର ମାମଲା ଦୁନିଆର ସର୍ବନିମ୍ନ ଅର୍ଥାତ 7,397 ମଧ୍ୟରେ ରହିଛି । ବିଶ୍ଵ ସ୍ତରର ହାରାହାରି ସଂଖ୍ୟା ହେଉଛି 10,149 । ରୁଷିଆ, ବ୍ରିଟେନ, ଇଟାଲୀ, ବ୍ରାଜିଲ, ଫ୍ରାନ୍ସ ଏବଂ ଆମେରିକା ପରି ଦେଶଗୁଡିକରେ ପ୍ରତି ମିଲିୟନ ଜନସଂଖ୍ୟାରେ ମାମଲା ରହିଛି ଅଧିକ ।

ନୂତନ ଆରୋଗ୍ୟ ମାମଲାର 72.99 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ କେନ୍ଦ୍ରୀଭୂତ ହୋଇଥିବା ପରିଲକ୍ଷିତ ହୋଇଛି ।
3,463 ନୂତନ ଆରୋଗ୍ୟ ମାମଲା ସହିତ କେରଳ ସର୍ବାଧିକ ଦିନର ଆରୋଗ୍ୟ ରିପୋର୍ଟ କରିଛି । ଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 2,124 ଲୋକ ସୁସ୍ଥ ହୋଇଥିବା ବେଳେ ଏହାରି ପଛକୁ ପଶ୍ଚିମବଙ୍ଗରୁ 1,740 ଲୋକ ଆରୋଗ୍ୟ ହୋଇଛନ୍ତି ।

ନୂତନ ମାମଲାଗୁଡ଼ିକର 79.61 ପ୍ରତିଶତ 10ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
4,905 ରେ କେରଳ ସର୍ବାଧିକ ଦୈନିକ ନୂତନ ମାମଲା ଚିହ୍ନଟ ହୋଇଥିବା ରିପୋର୍ଟ ଜାରି କରିଛି । ଏହା ପରେ ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ଯଥାକ୍ରମେ 3,314 ଏବଂ 1,435 ନୂତନ ମାମଲା ଚିହ୍ନଟ ହୋଇଥିବା ଦର୍ଶାଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 279 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଦୈନିକ ମୃତ୍ୟୁ ହାର 80.29 ପ୍ରତିଶତ ରହିଛି । ମହାରାଷ୍ଟ୍ରରୁ ସର୍ବାଧିକ 66 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପଶ୍ଚିମବଙ୍ଗ ଏବଂ କେରଳରୁ ଯଥାକ୍ରମେ 29 ଏବଂ 25 ଜଣଙ୍କ ମୃତ୍ୟୁ ଘଟିଛି ।

ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ପ୍ରତି ମିଲିୟନ ଜନସଂଖ୍ୟାରେ ଭାରତର ମୃତ୍ୟୁ ସଂଖ୍ୟା 107, ଯାହାକି ବିଶ୍ଵର ସର୍ବନିମ୍ନ । ବିଶ୍ଵର ହାରାହାରି ମୃତ୍ୟୁ ସଂଖ୍ୟା 244 ।

**********
MV/SJ/TRP
(रिलीज़ आईडी: 1684266)
आगंतुक पटल : 182
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam