ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ଦେଶର ଆଠଟି ବେଳାଭୂମିରେ ଉଡାଗଲା ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ

ବ୍ଲୁ ଫ୍ଲାଗ ସ୍ୱଚ୍ଛ ଉପକୂଳ ପରିବେଶର ସୂଚକ ଏବଂ ବେଳାଭୂମିର ସ୍ୱଚ୍ଛତା ଜନ ଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ – ଶ୍ରୀ ପ୍ରକାଶ ଜାଭଡେକର

ଆଗାମୀ ତିନିବର୍ଷ ମଧ୍ୟରେ ଶହେରୁ ଅଧିକ ବେଳାଭୂମି ବିକଶିତ କରିବାକୁ ଲକ୍ଷ୍ୟ ରଖିଛି ଭାରତ

Posted On: 28 DEC 2020 3:41PM by PIB Bhubaneshwar

ଦେଶର ଆଠଟି ବେଳାଭୂମିରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଭର୍ଚୁଆଲ ମୋଡରେ ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ ଉତ୍ତୋଳନ କରିଛନ୍ତି । ଏସବୁ ବେଳାଭୂମି ନିମନ୍ତେ ଭାରତ ଗତ ଅକ୍ଟୋବର ମାସ 6 ତାରିଖ ଦିନ ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ ପ୍ରମାଣପତ୍ର ଲାଭ କରିଛି । UNEP, UNWTO, UNESCO, IUCN, ILS, FFE ଇତ୍ୟାଦି ସଂଗଠନର ସଦସ୍ୟକୁ ନେଇ ଗଠିତ ଏକ ବିଚାରକମଣ୍ଡଳୀ ଡେନମାର୍କର କୋପେନହାଗେନଠାରେ ଏହି ସମ୍ମାନ ଘୋଷଣା କରିଥିଲେ । 33ଟି କଡା କାଇଦା କଟକଣାକୁ ଭିତ୍ତିକରି ଡେନମାର୍କ ପରିବେଶ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ବ୍ଲୁ ଫ୍ଲାଗ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ

ରାଜ୍ୟ ଏବଂ କେନ୍ଦ୍ର ସରକାର ତଥା ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଜାଭଡେକର କହିଛନ୍ତି ଯେ, ସ୍ୱଚ୍ଛ ଓ ପରିଷ୍କାର ବେଳାଭୂମି ଉପକୂଳ ପରିବେଶର ସୂଚକାଙ୍କବ୍ଲୁ ଫ୍ଲାଗ ପ୍ରଦାନ ଆମ ଦେଶର ପରିବେଶ ସଂରକ୍ଷଣ ଓ ନିରନ୍ତର ବିକାଶ ଉଦ୍ୟମର ଏକ ବୈଶ୍ଵିକ ସ୍ଵିକୃତୀ ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଗାମୀ ତିନିରୁ ଚାରି ବର୍ଷ ମଧ୍ୟରେ ଦେଶର ଆହୁରି ଶହେ ବେଳାଭୂମି ବ୍ଲୁ ଫ୍ଲାଗ ସମ୍ମାନ ପାଇବ ଓ ବେଳାଭୂମି ସଫାସୁତୁରା ରଖିବା ଏକ ଜନ ଆନ୍ଦୋଳନର ରୂପ ନେବା ଆବଶ୍ୟକ । କେବଳ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କାରଣ ଯୋଗୁଁ ନୁହେଁ ବରଂ ଏହା ସାମୁଦ୍ରିକ ଆବର୍ଜନାର ସମ୍ଭାବନାକୁ ଦୂର କରି ଉପକୂଳ ପରିବେଶକୁ ସ୍ଵଚ୍ଛ  ରଖିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି ।

ଯେଉଁ ବେଳାଭୂମିଗୁଡ଼ିକର ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ ଅନାବରଣ କରାଯାଇଛି ସେଗୁଡିକ ହେଲା କାପାଡ (କେରଳ), ଶିବରାଜପୁର (ଗୁଜରାଟ), ଘୋଘଲା (ଡିଉ), କାସରକଡ ଏବଂ ପାଡୁବିତ୍ରୀ (କର୍ଣ୍ଣାଟକ), ରୁଷିକୋଣ୍ଡା (ଆନ୍ଧ୍ରପ୍ରଦେଶ), ଗୋଲଡେନ ବିଚ (ଓଡିଶା) ଏବଂ ରାଧାନଗର (ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ) । ଏହି ବେଳାଭୂମିଗୁଡିକର ରାଜ୍ୟମନ୍ତ୍ରୀ ଓ ଅଧିକାରୀମାନେ ପତାକା ଉତ୍ତୋଳନ କରିଛନ୍ତି ।

ବେଳାଭୂମି ସଫେଇ ଅଭିଯାନ (ମୁଁ ମୋ ବେଳାଭୂମିର ରକ୍ଷା କରୁଛି) ଜୁନ 2018 ମସିହା ବିଶ୍ଵ ପରିବେଶ ଦିବସ ଅବସରରେ ଭାରତ ଉପକୂଳ ଅଞ୍ଚଳରେ  ଆରମ୍ଭ କରିଥିଲା । 13ଟି ସମୁଦ୍ର ଉପକୂଳ ରାଜ୍ୟରେ ଏକାବେଳେ ମନ୍ତ୍ରଣାଳୟର ଆକର୍ଷକ କାର୍ଯ୍ୟକ୍ରମ ଉପକୂଳ ପରିବେଶ ଏବଂ ଆଧ୍ୟାତ୍ମିକ ପରିଚାଳନା ସେବା BEAM ସହିତ ଭାରତ ଏହି ଯାତ୍ରା ଆରମ୍ଭ କରିଥିଲା ।

ଆଜି (BEAM) କାର୍ଯ୍ୟକ୍ରମ ଦେଶର 10ଟି ସମୁଦ୍ରକୂଳ ଥିବା ରାଜ୍ୟରେ ପ୍ରବର୍ତ୍ତିତ ହୋଇ ବେଳାଭୂମି କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରୀୟ ସ୍ଵଚ୍ଛତା ପ୍ରଦାନ କରୁଛି । ବେଳାଭୂମିଗୁଡିକରୁ 500 ଟନ ପର୍ଯ୍ୟନ୍ତ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ସେଗୁଡିକର ପ୍ରକ୍ରିୟାକରଣ ହୋଇ ବୈଜ୍ଞାନିକ ପଦ୍ଧତିରେ ସ୍ଥାନାନ୍ତର କରାଯାଇଛି ଏହାଦ୍ଵାରା ସାମୁଦ୍ରିକ ଆବର୍ଜନା ଶତକଡା 78 ଓ ପ୍ଲାଷ୍ଟିକ ଶତକଡା 83 ଭାଗ ଦୂର କରାଯାଇଛି । BEAM କାର୍ଯ୍ୟକ୍ରମ ଯୋଗୁଁ 11000 କିଲୋଲିଟର ପାଣି ପ୍ରକ୍ରିୟାକରଣ ହୋଇ ପୁନଃ ବ୍ୟବହାର ଯୋଗ୍ୟ ହୋଇପାରିଛି ।

 

**********

GK/SM

 

 

 



(Release ID: 1684240) Visitor Counter : 218