ପ୍ରତିରକ୍ଷା ମନ୍ତ୍ରଣାଳୟ

ମେକ ଇନ ଇଣ୍ଡିଆକୁ ବୃହତ ପ୍ରୋତ୍ସାହନ : ଘରୋଇ ଶିଳ୍ପରୁ 27,000 କୋଟି ଟଙ୍କା ମୂଲ୍ୟର ଉପକରଣ କ୍ରୟ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ

प्रविष्टि तिथि: 17 DEC 2020 5:25PM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନା ଆବଶ୍ୟକ କରୁଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର / ପ୍ଲାଟଫର୍ମ / ଯନ୍ତ୍ରପାତି / ସିଷ୍ଟମ ପାଇଁ ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଯାହାର ହାରାହାରି ଆନୁମାନିକ ମୂଲ୍ୟ 28,000 କୋଟି ଟଙ୍କା ରହିଛି

ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା 2020ର ନୂତନ ବ୍ୟବସ୍ଥାରେ ଡିଏସିର ଏହା ହେଉଛି ପ୍ରଥମ ବୈଠକ ଭାରତୀୟ (ଆଇଡିଡିଏମ) କ୍ରୟର ସର୍ବାଧିକ ବର୍ଗୀକରଣରେ ପ୍ରଦାନ କରାଯାଇଥିବା ସର୍ବାଧିକ ଏଓଏନ ସହିତ ଏହା ହେଉଛି ଆସେପ୍ଟାନ୍ସ ଅଫ ନେସେସିଟି (ଏଓଏନ)ର ପ୍ରଥମ ପର୍ଯ୍ୟାୟ 7 ଟି ପ୍ରସ୍ତାବ ମଧ୍ୟରୁ 6 ଟି ଅର୍ଥାତ 28,000 କୋଟିରୁ 27,000 କୋଟି ଟଙ୍କାର ସରଞ୍ଜାମ ଭାରତୀୟ ଉଦ୍ୟୋଗ ଠାରୁ କିଣାଯିବ ଏହା ସରକାରଙ୍କ ମେକ୍ ଇନ୍ ଇଣ୍ଡିଆଏବଂ ଆତ୍ମନିର୍ଭର ଭାରତଭିଯାନକୁ ପ୍ରୋତ୍ସାହିତ କରିବ

ଆଜି ଅନୁମୋଦିତ ଅଧିଗ୍ରହଣ ପ୍ରସ୍ତାବରେ ଭାରତୀୟ ବାୟୁସେନା ପାଇଁ ଡିଆରଡିଓଡିଜାଇନ ଏବଂ ଭାରତୀୟ ବାୟୁସେନା ପାଇଁ ବିକଶିତ ଏୟାରବୋର୍ନ ର୍ଲି ୱାର୍ଣ୍ଣିଂ ଏବଂ କଣ୍ଟ୍ରୋଲ ସିଷ୍ଟମ, ଭାରତୀୟ ନୌସେନା ପାଇଁ ପରବର୍ତ୍ତୀ ପିଢ଼ିର ଅଫଶୋର ପାଟ୍ରୋଲ ଜାହାଜ ଏବଂ ଭାରତୀୟ ସେନା ପାଇଁ ମଡ୍ୟୁଲାର ବ୍ରିଜ ଅନ୍ତର୍ଭୁକ୍ତ

 

**********

 

 


(रिलीज़ आईडी: 1681513) आगंतुक पटल : 290
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Tamil , Telugu