କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

ପିଆଜର ବଜାର ଦରକୁ କମ କରିବା ପାଇଁ ଆମଦାନୀ କଟକଣା କୋହଳ

କେବଳ ଖାଇବା ପାଇଁ ଉଦ୍ଦିଷ୍ଟ ପିଆଜ ଦରରେ ସର୍ତ୍ତମୂଳକ କୋହଳତା

ପୋଷ୍ଟ କରାଯିବା ଦିନାଙ୍କ: 17 DEC 2020 3:17PM by PIB Bhubaneswar

ବଜାରରେ ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସର୍ତ୍ତମୂଳକ ଭାବେ ଏହାର ଆମଦାନୀ ମିଆଦ ବୃଦ୍ଧି କରିଛନ୍ତି ପ୍ଳାଣ୍ଟ କ୍ଵାରେନଟାଇନ ଅର୍ଡର 2003 ଓ ଫିଟୋ ସାନିଟାଇଜ ପ୍ରମାଣପତ୍ର ବଳରେ ଏହି ରପ୍ତାନୀକୁ 2021 ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଭାରତୀୟ ବନ୍ଦରଗୁଡିକୁ ବିଶୋଧିତ ନହୋଇ ଆସୁଥିବା ପିଆଜ ଭାରତରେ ପହଞ୍ଚିବା ପରେ ସ୍ଵୀକୃତପ୍ରାପ୍ତ ବିଶୋଧନକାରୀ ସଂସ୍ଥା ଦ୍ଵାରା ଆମଦାନୀକାରୀମାନେ ବିଶୋଧନ କରିବାକୁ ପଡିବ ବାହାରୁ ଆମଦାନୀ ହୋଇ ଆସୁଥିବା ପିଆଜକୁ ସଙ୍ଗରୋଧ ଅଧିକାରୀମାନେ ଟିକିନିଖି କରି ପରୀକ୍ଷା ନିରୀକ୍ଷା କରିବା ପରେ ଏହା ଜୀବାଣୁ ମୁକ୍ତ ହୋଇଥିଲେ ହିଁ ବଜାରକୁ ଛଡାଯିବ । ଆସିଥିବା ପିଆଜ ପରୀକ୍ଷା କାଳରେ ପଚାସଢା ବାହାରିଲେ ତାହାକୁ ଅଗ୍ରାହ୍ୟ କରି ଫେରାଇ ଦିଆଯିବ ଯଦି ପିଆଜରେ କୌଣସି ପୋକ ବା ଶଣ୍ଢା ବାହାରିଥାଏ ତାହାକୁ ବିଶୋଧନକାଳରେ ବାଦ ଦେଇ ଭଲ ପିଆଜଗୁଡ଼ିକୁ ବଜାରକୁ ଛାଡିବାକୁ ପଡିବ । ତେବେ କ୍ଷତି ପାଇଁ ନିରୀକ୍ଷଣ ବାବଦ ଖର୍ଚ୍ଚ ଦେବାକୁ ପଡିବ ନାହିଁ । ପିଆଜ ଆମଦାନିକାରୀଙ୍କୁ କେବଳ ଖାଉଟୀମାନଙ୍କ ପାଇଁ ଉଦ୍ଦିଷ୍ଟ ଓ ଏହା ପ୍ରଚାର ପ୍ରସାର ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଏକ ମୁଚାଲିକା ଦେବାକୁ ପଡିବବ୍ୟବହାର ପାଇଁ ଉଦ୍ଦିଷ୍ଟ ପିଆଜ ଅତିରିକ୍ତ ନିରୀକ୍ଷଣ ବ୍ୟୟ ଦେବାକୁ ପଡିବ ନାହିଁ  ।

 

**********


(ରିଲିଜ ଆଡି: 1681472) ପରିଦର୍ଶକ କାଉଣ୍ଟର : 230
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Manipuri , Punjabi , Tamil , Telugu