କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

କୃଷକ ସଙ୍ଗଠନଗୁଡିକ ସହ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାର ସର୍ବଦା ଉନ୍ମୁକ୍ତ – ନରେନ୍ଦ୍ର ସିଂ ତୋମର

● କୃଷକମାନଙ୍କ କଲ୍ୟାଣ ନିମନ୍ତେ ସରକାର ଅଙ୍ଗୀକାରବଦ୍ଧ, କୃଷକ ସଙ୍ଗଠନଗୁଡ଼ିକର ଆଶଙ୍କା ଦୂର ପାଇଁ ଦିଆଯାଇଛି ପ୍ରସ୍ତାବ
● ଏମଏସପି ଓ ଏପିଏମସି ବ୍ୟବସ୍ଥା ପୂର୍ବପରି ରହିବ – ପୀୟୂଷ ଗୋୟଲ

Posted On: 10 DEC 2020 7:00PM by PIB Bhubaneshwar

କୃଷି ଆଇନ ସଂକ୍ରାନ୍ତରେ ଉଦବେଗ ଦୂର କରିବା ପାଇଁ ପ୍ରସ୍ତାବମାନ ଦିଆଯାଇଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ, ରେଳବାଇ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ କହିଛନ୍ତି ଏକ ଆପୋଷ ଆଲୋଚନା ପାଇଁ ମଧ୍ୟ ସେମାନେ କୃଷକ ସଂଗଠନର ନେତାମାନଙ୍କୁ ନିବେଦନ କରିଥିବା ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି

କୃଷକ ଉତ୍ପାଦିତ ସାମଗ୍ରୀ ଏବଂ ବାଣିଜ୍ୟ ଆଇନ 2020, ଆର୍ଥିକ ପ୍ରତିଶ୍ରୁତି ନିମନ୍ତେ କୃଷକ ସଶକ୍ତିକରଣ ନିରାପତ୍ତା ରାଜିନାମା ଏବଂ କୃଷି ସେବା ଆଇନ 2020, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ 2020 ଅଦ୍ୟାବଧି ଦେଶରେ ସବୁଠାରୁ ବଡ କୃଷିଗତ ସଂସ୍କାରର ମାନ୍ୟତା ଲାଭ କରିଛି ଏହି ସଂସ୍କାର ଯୋଗୁଁ ଚାଷୀମାନଙ୍କୁ ବଜାର ସ୍ଵାଧୀନତା ମିଳିବା ସହ ଔଦ୍ୟୋଗିକତା ପାଇଁ ପ୍ରୋତ୍ସାହିତ କରିବ ସେମାନେ ବୈଷୟିକ ଜ୍ଞାନର ଉପଯୋଗ କରି କୃଷି କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ ମନ୍ତ୍ରୀଦ୍ଵୟ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର ଏମଏସପି ଏବଂ ଉତ୍ପାଦ ସଂଗ୍ରହ ଉପରେ ପ୍ରତିଶ୍ରୁତି ଦେବା ପାଇଁ ରାଜି ଅଛନ୍ତି ଏପିଏମସି ଏବଂ ତା ବାହାରେ ସରକାର ନେଣଦେଣ କାରବାର ନେଇ ସ୍ଵଛତା ରକ୍ଷା କରିବେ କୌଣସି ବିବାଦ ଉପୁଜିଲେ ଚାଷୀମାନେ ଚାହିଁଲେ ଏସଡିଏମ ଅଦାଲତ ବ୍ୟତୀତ ଦେବାନୀ ଅଦାଲତର ମଧ୍ୟ ଆଶ୍ରୟ ନେଇପାରିବେ ଛଣ ବା ନଡା ଜଳାଇବା ପାଇଁ ଜରିମାନା ପ୍ରସ୍ତାବିତ ବିଦ୍ୟୁତ ସଂଶୋଧିତ ବିଲ ଉପରେ ସରକାର ସଚେତନ ଅଛନ୍ତି ନୂତନ କୃଷି ଆଇନରେ ଚାଷୀମାନଙ୍କ ଜମି ଜମା ସୁରକ୍ଷିତ ରହିବ ବୋଲି ସେମାନେ କହିଛନ୍ତି

               

କୃଷି କ୍ଷେତ୍ରକୁ ମଜବୁତ କରିବା ତଥା କୃଷକମାନଙ୍କ ବିକାଶ କରିବା ପାଇଁ ମୋଦୀ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ମନ୍ତ୍ରୀ ଶ୍ରୀ ତୋମର ଶ୍ରୀ ଗୋୟଲ ପ୍ରକାଶ କରିଛନ୍ତି ସେମାନେ କହିଛନ୍ତି ଯେ, ଅଂଶୀଦାରମାନଙ୍କ ସହ ଅନେକ ଆଲୋଚନା ପରେ ଏହି ସଂସ୍କାର ଅଣାଯାଇଛି ଏଥିରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଯେକୌଣସି ସ୍ଥାନରେ ବିକ୍ରୟ କରିବା ପାଇଁ ସ୍ଵାଧୀନତା ଦିଆଯିବା ସହ ଘରୋଇ କମ୍ପାନୀଗୁଡ଼ିକ ସହିତ ବ୍ୟବସାୟିକ ବୁଝାମଣା ବେଳେ ଆଇନଗତ ସୁରକ୍ଷା ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି ନୂତନ ଆଇନ ବଳରେ ବିବାଦର ସମାଧାନ ହେବା ଯୋଗୁଁ ମହାରାଷ୍ଟ୍ରର ଜଣେ ଚାଷୀ କିପରି ସଙ୍ଗେ ସଙ୍ଗେ ତାଙ୍କର ଦେୟ ପାଇପାରିଲେ କୃଷି ମନ୍ତ୍ରୀ ତାହାର ଏକ ଉଦାହାରଣ ଦେଇଛନ୍ତି ସେମାନେ କହିଛନ୍ତି ଯେ, କେନ୍ଦ୍ର ସରକାର ଯେତେବେଳେ କୌଣସି ଆଇନ ପ୍ରଣୟନ କରନ୍ତି, ତାହା ସମଗ୍ର ଦେଶ ପାଇଁ ଲାଗୁ ହୋଇଥାଏ କୃଷି ବିପଣନ କ୍ଷେତ୍ରରେ ଯେକୌଣସି ଆଇନ କଲାବେଳେ କେନ୍ଦ୍ର ସରକାର ତାହା ସାମ୍ବିଧାନିକ ପ୍ରକ୍ରିୟା ମଧ୍ୟରେ ହିଁ କରିଥାନ୍ତି 2014 ରୁ 2020 ମଧ୍ୟରେ କୃଷି କ୍ଷେତ୍ରରେ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ହୋଇଛି ଏବଂ ଏହା କୃଷି ଗ୍ରାମାଞ୍ଚଳ କ୍ଷେତ୍ର ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାର ସୂଚନା ଦେଇଥାଏ ପିଏମ-କିଷାନ ବାବଦକୁ 75 ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି, ଯାହାଫଳରେ କୃଷକମାନେ 6 ହଜାର ଟଙ୍କାର ପ୍ରତ୍ୟକ୍ଷ ଆୟ ସହାୟତା ପାଉଛନ୍ତି କୃଷି ଭିତ୍ତିଭୂମିର ବିକାଶ ନିମନ୍ତେ 1 ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ମୋଦୀ ସରକାରଙ୍କ ଦ୍ଵାରା ରାସାୟନିକ ସାରର ପ୍ରୟୋଗ ହ୍ରାସ କରି ଜମିର ଉର୍ବରତା ବୃଦ୍ଧି ପାଇଁ ନିମ ପ୍ରଲେପଯୁକ୍ତ ୟୁରିଆ ଯୋଜନା ପ୍ରବର୍ତ୍ତନ କରାଯାଇଛି ସ୍ଵାମୀନାଥନ କମିଟି ଆୟୋଗର ସୁପାରିଶ ଅନୁସାରେ ନ୍ୟୁନତମ ସହାୟକ ମୂଲ୍ୟ ମୋଦୀ ସରକାର ଘୋଷଣା କରିଛନ୍ତି ଏହାଫଳରେ କୃଷକମାନେ ନିଶ୍ଚିତ ଭାବରେ ଅନ୍ତତଃ ତାଙ୍କର ଉତ୍ପାଦିତ ଖର୍ଚ୍ଚଠାରୁ ଦେଢଗୁଣ ଅଧିକ ଲାଭ ପାଇପାରିବେ ପ୍ରଧାନମନ୍ତ୍ରୀ କିଷାନ ମନ ଧନ ଅଧୀନରେ କୃଷକମାନେ ପେନସନ ସହାୟତା ମଧ୍ୟ ପାଉଛନ୍ତି କୃଷକ ଉତ୍ପାଦକ ସଂଗଠନ କୃଷକମାନଙ୍କୁ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ସଚେତନ କରାଉଛନ୍ତି ଏବଂ ଏହିପରି 10 ହଜାର ସଂଗଠନ ସୃଷ୍ଟି କରାଯାଇଛି

ଏହି ସମସ୍ତ ପଦକ୍ଷେପ କୃଷକମାନଙ୍କର କଲ୍ୟାଣ ଏବଂ ଅଧିକ ଉପାର୍ଜନ ନିମନ୍ତେ ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ କୃଷି ଯୋଜନାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେମାନେ କହିଛନ୍ତି

**********

 

 



(Release ID: 1679836) Visitor Counter : 278