ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 33ତମ ପ୍ରଗତି ମତ ବିନିମୟ କାର୍ଯ୍ୟକ୍ରମ
Posted On:
25 NOV 2020 8:26PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମତ ବିନିମୟ କାର୍ଯ୍ୟକ୍ରମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ 33ତମ ପ୍ରଗତି ମତ ବିନିମୟ କାର୍ଯ୍ୟକ୍ରମ ଯେଉଁଥିରେ ସକ୍ରିୟ ପ୍ରଶାସନ ଏବଂ ଭିଭିନ୍ନ କାର୍ଯ୍ୟକ୍ରମର ସମୟୋଚିତ କ୍ରିୟାନ୍ୱୟନ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥାଏ ।
ଆଜିର ପ୍ରଗତି ବୈଠକରେ ଏକାଧିକ ପ୍ରକଳ୍ପ, ଆପତ୍ତି ଅଭିଯୋଗ ଓ କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରାଯାଇଥିଲା । ରେଳବାଇ ମନ୍ତ୍ରଣାଳୟର କାର୍ଯ୍ୟକ୍ରମ, ମୋର୍ଥ, ଡିପିଆଇଆଇଟି ଏବଂ ଶକ୍ତି ମନ୍ତ୍ରଣାଳୟର କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ ଥିଲା । 1 କୋଟି 41 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଯଥା ଓଡିଶା, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଜମ୍ମୁ ଓ କଶ୍ମୀର, ଗୁଜରାଟ, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଦାଦ୍ରା ଓ ନଗର ହାବେଳିରେ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଓ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।
ବୈଠକ କାଳରେ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟଗୁଡିକ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ସେହିଭଳି କୋଭିଡ-19 ଚିକିତ୍ସାର ଅସୁବିଧା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ କହିଥିଲେ ।
ପ୍ରଧାନମନ୍ତ୍ରୀ ସ୍ଵନିଧି, କୃଷିଗତ ସଂସ୍କାର ଉପରେ ସମୀକ୍ଷା କରାଯାଇଥିଲା । ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକୁ ସେମାନଙ୍କ ରପ୍ତାନି ରଣନୀତି କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆପତ୍ତି ଓ ଅଭିଯୋଗ ସମାଧାନର ଗୁରୁତ୍ଵ ଉପରେ ଜୋର ଦେଇଥିଲେ ଏବଂ କହିଥିଲେ ଯେ, କେବଳ ଆପତ୍ତି ଅଭିଯୋଗର ସମାଧାନ ଉପରେ ଧ୍ୟାନ କେନ୍ଦ୍ରିତ ନକରି ଏହାର ଗୁଣାତ୍ମକ ବିକାଶ ଉପରେ ଆଲୋକପାତ କରିବା ଆବଶ୍ୟକ । ଜଣେ କର୍ତ୍ତବ୍ୟ ସମ୍ପାଦନ କଲେ ହିଁ ସଂସ୍କାରର ସୁବିଧା ହାସଲ ହୋଇଥାଏ ଏବଂ ଏହାଦ୍ଵାରା ହିଁ ଦେଶର ପରିବର୍ତ୍ତନ ହୋଇପାରିବ ।
ଗତ 32 ଟି ବୈଠକରେ 12.5 ଲକ୍ଷ କୋଟି ଟଙ୍କାର 275ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି ଏବଂ 17ଟି ଯୋଜନା ଓ 17ଟି ସେକ୍ଟରର ଆପତ୍ତି ଅଭିଯୋଗ ସମ୍ପର୍କରେ ଆଲୋଚନା କରାଯାଇ ସମାଧାନ କରାଯାଇଛି ।
**********
(Release ID: 1675880)
Visitor Counter : 279
Read this release in:
Telugu
,
Kannada
,
Malayalam
,
Assamese
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil