ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନଭେମ୍ବର 26 ରେ 80ତମ ସର୍ବଭାରତୀୟ ପ୍ରିଜାଇଡିଂ ଅଧିକାରୀଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 24 NOV 2020 5:54PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 26 ରେ ମଧ୍ୟାହ୍ନ 12.30 ବେଳେ 80ତମ ସର୍ବଭାରତୀୟ ପ୍ରିଜାଇଡିଂ ଅଧିକାରୀ ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରିବେ  

ର୍ବଭାରତୀୟ ପ୍ରିଜାଇଡିଂ ଅଧିକାରୀ ସମ୍ମିଳନୀ 1921 ମସିହାରେ ଆରମ୍ଭ ହୋଇଥିଲା ଏହି  ବର୍ଷ ସମ୍ମିଳନୀର ଶତବାର୍ଷିକୀ ମଧ୍ୟ ପାଳନ କରାଯାଉଛି ସମାରୋହକୁ ପାଳନ କରିବା ପାଇଁ ନଭେମ୍ବର 25-26 ଦୁଇଦିନ ଧରି ଏହି ସମ୍ମିଳନୀ ଗୁଜରାଟର କେୱଡିଆଠାରେ ଅନୁଷ୍ଠିତ ହେବ ବ୍ୟବସ୍ଥାପକ, ନ୍ୟାୟପାଳିକା କାର୍ଯ୍ୟପାଳିକା ମଧ୍ୟରେ ଉତ୍ତମ ସମନ୍ଵୟ ମଜବୁତ ଗଣତନ୍ତ୍ରକୁ ଚଳିତ ବର୍ଷ ସମ୍ମିଳନୀର ମୁଖ୍ୟ ବିଷୟ ଭାବେ ଗ୍ରହଣ କରାଯାଇଛି ସମ୍ମିଳନୀକୁ ଆସନ୍ତା 25ରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଉଦଘାଟନ କରିବେ ଏଥିରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପସଭାପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ସମ୍ମିଳନୀର ଅଧ୍ୟକ୍ଷ ତଥା ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା, ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ଓ ଅନ୍ୟାନ୍ୟ ଗଣମାନ୍ୟ ଅତିଥିବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

 

**********


(रिलीज़ आईडी: 1675443) आगंतुक पटल : 241
इस विज्ञप्ति को इन भाषाओं में पढ़ें: Assamese , Tamil , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Telugu , Kannada , Malayalam