ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ଭାରତ ସରକାରଙ୍କ ଦ୍ୱାରା 43ଟି ମୋବାଇଲ ଆପ୍‌ ନିଷିଦ୍ଧ

• ଇଲେକ୍‌ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆଇଟି ନିୟମର ଧାରା 69ଏ ଅନୁସାରେ ଏହି ଆପ୍‌ଗୁଡିକୁ ବ୍ଲକ କରିବା ପାଇଁ ନିର୍ଦେଶନାମା ଜାରି ହେଲା

Posted On: 24 NOV 2020 4:53PM by PIB Bhubaneshwar

ଭାରତ ସରକାର ଦେଶରେ 43ଟି ମୋବାଇଲ ଆପ୍‌ର ବ୍ୟବହାରକୁ ବ୍ଲକ କରିଛନ୍ତି । ଫଳରେ ଏସବୁ ଆପ୍‌ ବ୍ୟବହାର କରୁଥିବା ଲୋକ ଏହାର ଆକ୍ସେସ କରିବାର ସୁଯୋଗ ପାଇବେ ନାହିଁ । ଇଲେକ୍‌ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଆଇଟି ଆଇନର ଧାରା 69ଏ ଅନୁସାରେ ଏହି ମର୍ମରେ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହିସବୁ ଆପ୍‌ର ବ୍ୟବହାର ସଂପର୍କରେ ସରକାର କେତେକ ଦେଶର ସ୍ୱାର୍ଥ ବିରୋଧୀ ତଥ୍ୟ ପାଇବା ପରେ ଏଭଳି ପଦକ୍ଷେପ ନେଇଛନ୍ତି । ଏହି 43ଟି ମୋବାଇଲ ଆପ୍‌ ବ୍ୟବହାର କରି କିଛି ଲୋକ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା, ପ୍ରତିରକ୍ଷା, ଦେଶର ନିରାପତ୍ତା ଏବଂ ସାଧାରଣ ଶୃଙ୍ଖଳା ରକ୍ଷା ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ପକ୍ଷରୁ ଏ ସଂପର୍କରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ମିଳିବା ପରେ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏସବୁ ଆପ୍‌ର ବ୍ୟବହାରକୁ ବ୍ଲକ କରାଯାଇଛି ।

ଚଳିତବର୍ଷ ଜୁନ 29 ତାରିଖରେ ଭାରତ ସରକାର 59ଟି ମୋବାଇଲ ଆପ୍‌ ଏବଂ ସେପ୍‌ଟେମ୍ବର 2 ତାରିଖରେ 118ଟି ଅଧିକ ଆପ୍‌କୁ ଆଇଟି ନିୟମର 69ଏ ଧାରା ନିୟମ ଅନୁସାରେ ନିଷିଦ୍ଧ କରିଥିଲେ । ଭାରତ ସରକାର ନାଗରିକଙ୍କ ସ୍ୱାର୍ଥ ଏବଂ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ସବୁମନ୍ତେ ସୁରକ୍ଷିତ ରଖିବାକୁ ଅଙ୍ଗୀକାରବଦ୍ଧ ହୋଇଥିବାରୁ ସେଥିପାଇଁ ଆବଶ୍ୟକସ୍ଥଳେ ଯେକୌଣସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡିବ ତାହା କରିବାକୁ ଅଧିକୃତ । ସେଥିପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତରେ ଆଜି ବ୍ଲକ ହୋଇଥିବା 69 ଆପ୍‌ସର ତାଲିକା ନିମ୍ନ ପରିଶିଷ୍ଟରେ ପ୍ରଦାନ କରାଯାଇଛି ।

  1. AliSuppliers Mobile App
  2. Alibaba Workbench
  3. AliExpress - Smarter Shopping, Better Living
  4. Alipay Cashier
  5. Lalamove India - Delivery App
  6. Drive with Lalamove India
  7. Snack Video
  8. CamCard - Business Card Reader
  9. CamCard - BCR (Western)

10. Soul- Follow the soul to find you

11. Chinese Social - Free Online Dating Video App & Chat

12. Date in Asia - Dating & Chat For Asian Singles

13. WeDate-Dating App

14. Free dating app-Singol, start your date!

15. Adore App

16. TrulyChinese - Chinese Dating App

17. TrulyAsian - Asian Dating App

18. ChinaLove: dating app for Chinese singles

19. DateMyAge: Chat, Meet, Date Mature Singles Online

20. AsianDate: find Asian singles

21. FlirtWish: chat with singles

22. Guys Only Dating: Gay Chat

23. Tubit: Live Streams

24. WeWorkChina

25. First Love Live- super hot live beauties live online

26. Rela - Lesbian Social Network

27. Cashier Wallet

28. MangoTV

29. MGTV-HunanTV official TV APP

30. WeTV - TV version

31. WeTV - Cdrama, Kdrama&More

32. WeTV Lite

33. Lucky Live-Live Video Streaming App

34. Taobao Live

35. DingTalk

36. Identity V

37. Isoland 2: Ashes of Time

38. BoxStar (Early Access)

39. Heroes Evolved

40. Happy Fish

41. Jellipop Match-Decorate your dream island

42. Munchkin Match: magic home building

43. Conquista Online II

 

**********

 



(Release ID: 1675440) Visitor Counter : 444