ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦ୍ୱାଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତ ତରଫରୁ ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

प्रविष्टि तिथि: 17 NOV 2020 6:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 17 ନଭେମ୍ବର 2020ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱାଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତ ତରଫରୁ ଭର୍ଚୁଆଲ ଫର୍ମାଟରେ ନେତୃତ୍ୱ ନେଇଛନ୍ତି ସମ୍ମିଳନୀର ଶୀର୍ଷକ ଥିଲାଅନ୍ତର୍ଜାତୀୟ ସ୍ଥିରତା, ନିରାପତ୍ତା ଏବଂ ଅଭିନବ ଅଭିବୃଦ୍ଧି ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ପ୍ରମୁଖ ମଧ୍ୟ ସମ୍ମିଳନୀରେ ଯୋଗଦେଇଥିଲେ

କୋଭିଡ-19 ମହାମାରୀର ଆହ୍ୱାନ ସତ୍ତ୍ୱେ ରୁଷୀୟ ନେତୃତ୍ୱରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ରୁଷକୁ ପ୍ରଶଂସା କରିଥିଲେ ଆତଙ୍କବାଦ ବିରୋଧରେ ଲଢ଼େଇ ଏବଂ ବିଶ୍ୱ ଅର୍ଥନୀତିକୁ ଆଗେଇ ନେବାରେ ବ୍ରିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସେ ଦର୍ଶାଇଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ଏବଂ ବିଶେଷକରି ନିରାପତ୍ତା ପରିଷଦରେ ଆବଶ୍ୟକ ସଂସ୍କାର ପାଇଁ ଆହ୍ୱାନ ଦେଇଥିଲେ ଏଥିସହ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ), ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଭଳି ଅନ୍ତର୍ଜାତୀୟ ସଂସ୍ଥାକୁ ସମୟୋପଯୋଗୀ ବାସ୍ତବତା ସହ ଖାପ ଖୁଆଇବା ପାଇଁ ମଧ୍ୟ ସଂସ୍କାର ଜରୁରି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ

ଏହାବ୍ୟତୀତ କୋଭିଡ-19 ମହାମାରୀର ମୁକାବିଲା କ୍ଷେତ୍ରରେ ସହଯୋଗିତା ବୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବା ସହ ଭାରତ ଦ୍ୱାରା 150ରୁ ଅଧିକ ରାଷ୍ଟ୍ରକୁ ଅତ୍ୟାବଶ୍ୟକ ଔଷଧ ଯୋଗାଣ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ସେ ଆହୁରି କହିଥିଲେ ଯେ ଭାରତ ନେତୃତ୍ୱରେ 2021ରେ ହେବାକୁ ଥିବା ପରବର୍ତ୍ତୀ ବ୍ରିକ୍ସ ଶିଖର ସମ୍ମିଳନୀରେ ବ୍ରିକ୍ସ ରାଷ୍ଟ୍ର ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଭାରତ ଗୁରୁତ୍ୱ ଦେବ ପାରମ୍ପରିକ ଔଷଧ ଡିଜିଟାଲ ସ୍ୱାସ୍ଥ୍ୟ, ଲୋକଙ୍କ ମଧ୍ୟରେ ସୁସମ୍ପର୍କ ଏବଂ ସାଂସ୍କୃତିକ ବିନିମୟ ଆଦି କ୍ଷେତ୍ରରେ ମଧ୍ୟ ଭାରତ ଫୋକସ କରିବ ବୋଲି ସେ କହିଥିଲେ

ଶିଖର ସମ୍ମିଳନୀର ଶେଷରେ ବ୍ରିକ୍ସ ନେତାମାନେମସ୍କୋ ଘୋଷଣାନାମାକୁ ଆପଣାଇଥିଲେ


(रिलीज़ आईडी: 1674146) आगंतुक पटल : 143
इस विज्ञप्ति को इन भाषाओं में पढ़ें: Tamil , Kannada , English , Urdu , Marathi , Bengali , Assamese , Manipuri , Punjabi , Gujarati , Telugu , Malayalam