ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତା 12 ତାରିଖ ଦିନ ଜେଏନୟୁ କ୍ୟାମ୍ପସରେ ସ୍ଵାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 10 NOV 2020 12:43PM by PIB Bhubaneshwar

ଆସନ୍ତା 12 ତାରିଖ ସନ୍ଧ୍ୟା 6.30 ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେଏନୟୁ କ୍ୟାମ୍ପସରେ ସ୍ଵାମୀ ବିବେକାନନ୍ଦଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ଭିଡିଓ କନଫରେନ୍ସ ଜରିଆରେ ହେଉଥିବା ଏହି ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ

ସ୍ଵାମୀ ବିବେକାନନ୍ଦଙ୍କ ଦର୍ଶନ ଆଭିମୁଖ୍ୟ ଏବେ ମଧ୍ୟ ଦେଶର ଯୁବ ସମାଜକୁ ଅନୁପ୍ରାଣିତ କରୁଛି ସମଗ୍ର ବିଶ୍ଵରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଥିବା ଏହି ମହାନ ବ୍ୟକ୍ତିତ୍ଵଙ୍କ ପାଇଁ ଭାରତ ବିଶେଷ ଭାବେ ଗର୍ବିତ ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଆଜି ମଧ୍ୟ ଉପଯୋଗୀ ଜନତାଙ୍କ ସେବା କରିବା ସହ ଯୁବ ସମାଜକୁ ସଶକ୍ତ କଲେ ତାହା ଦେଶକୁ ସମୃଦ୍ଧ କରିବା ସହ ବିଶ୍ଵରେ ଦେଶର ମର୍ଯ୍ୟାଦା ବୃଦ୍ଧି କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଶକ୍ତି ସମୃଦ୍ଧି ଲୋକମାନଙ୍କଠାରେ ହିଁ ଅନ୍ତର୍ନିହିତ ତେଣୁ ସମସ୍ତଙ୍କୁ ସଶକ୍ତ କରିପାରିଲେ ତାହା ଦେଶକୁ ଆତ୍ମନିର୍ଭର ଭାରତ କରିପାରିବ

 

**********


(रिलीज़ आईडी: 1671779) आगंतुक पटल : 243
इस विज्ञप्ति को इन भाषाओं में पढ़ें: Assamese , Kannada , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Malayalam