ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଇଆଇଟି ରୁର୍କି ପକ୍ଷରୁ ଆୟୋଜିତ ପ୍ରଥମ ଜୟ କୃଷ୍ଣ ସ୍ମାରକୀ ବକ୍ତୃତାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଉଦବୋଧନ
ପୋଷ୍ଟ କରାଯିବା ଦିନାଙ୍କ:
06 NOV 2020 8:16PM by PIB Bhubaneswar
ଆଇଆଇଟି ରୁର୍କି ପକ୍ଷରୁ ଆୟୋଜିତ ପ୍ରଥମ ଜୟ କୃଷ୍ଣ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପିକେ ମିଶ୍ର ଉଦବୋଧନ ଦେଇଛନ୍ତି। ଏହି ବକ୍ତୃତା କାର୍ଯ୍ୟକ୍ରମରେ କୋଭିଡ-19 ଏବଂ ଭାରତରେ ବିପର୍ଯ୍ୟୟ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରମୁଖ ସଚିବ କହିଥିଲେ ଯେ ବିପର୍ଯ୍ୟୟ ବିପତ୍ତି ପରିଚାଳନାର ପରିସର ବୃଦ୍ଧି ପାଇଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହାର ସୁଯୋଗ ସମ୍ପ୍ରସାରିତ ହୋଇଛି ଏବଂ ବିଭିନ୍ନ ପ୍ରସଙ୍ଗ ଏଥିରେ ସାମିଲ ହୋଇଛି। ବର୍ତ୍ତମାନ ଏହାକୁ ଏକ ସୀମିତ କ୍ଷେତ୍ର ମଧ୍ୟରେ ଦେଖାଯାଉନାହିଁ।
ମହାମାରୀ କାରଣରୁ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ପାଇଁ ଭବିଷ୍ୟତରେ ନିଆଯିବାକୁ ଥିବା ପଦକ୍ଷେପ ଉପରେ ମଧ୍ୟ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ। ସେ ମଧ୍ୟ କହିଥିଲେ ଯେ କୋଭିଡ-19 ମହାମାରୀ ଏକ ଶିକ୍ଷା ଦେଇଛି ଯାହା ମାଧ୍ୟମରେ ଦେଶ ଏକ ଉନ୍ନତ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରିବ।
**********
(ରିଲିଜ ଆଡି: 1670827)
ପରିଦର୍ଶକ କାଉଣ୍ଟର : 188
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam