ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ପ୍ରତିଷ୍ଠା ଦିବସରେ କେରଳବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 01 NOV 2020 9:42AM by PIB Bhubaneswar

ରାଜ୍ୟ ପ୍ରତିଷ୍ଠା ଦିବସରେ କେରଳବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“କେରଳ ପିରାବୀ (ପ୍ରତିଷ୍ଠା) ଦିବସରେ ରାଜ୍ୟର ସୁନ୍ଦର ଅଧିବାସୀଙ୍କୁ ଶୁଭକାମନା, ଯେଉଁମାନେ କି ଭାରତର ସାମଗ୍ରିକ ବିକାଶରେ ସେମାନଙ୍କର ବହୁମୂଲ୍ୟ ଅବଦାନ ଦେଇଛନ୍ତି । କେରଳର ଲୋକପ୍ରିୟ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥଳୀଗୁଡିକ ବିଶ୍ଵର ସମସ୍ତ ପ୍ରାନ୍ତରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇପାରିଛି । କେରଳର ନିରନ୍ତର ପ୍ରଗତି ଲାଗି ପ୍ରାର୍ଥନା କରୁଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********


(ରିଲିଜ ଆଡି: 1669356) ପରିଦର୍ଶକ କାଉଣ୍ଟର : 169