ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି 
                
                
                
                
                
                
                    
                    
                        ବାହ୍ୟ ଆର୍ଥିକ ସହାୟତାରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ନଦୀବନ୍ଧ ପୁନରୁଦ୍ଧାର ଓ ଉନ୍ନତିକରଣ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି 
                    
                    
                        •	ପ୍ରକଳ୍ପରେ ଓଡ଼ିଶାର 36 ନଦୀବନ୍ଧ ସାମିଲ
                    
                
                
                    Posted On:
                29 OCT 2020 3:48PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ନଦୀବନ୍ଧ ପୁନରୁଦ୍ଧାର ଏବଂ ଉନ୍ନତିକରଣ ପ୍ରକଳ୍ପ (ଡିଆରଆଇପି)କୁ ମଞ୍ଜୁରି ମିଳିଛି। ଏହି ଦୁଇଟି ପ୍ରକଳ୍ପ ପାଇଁ ବିଶ୍ୱ ବ୍ୟାଙ୍କ (ଡବ୍ଲୁବି) ଏବଂ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ (ଏଆଇଆଇବି) ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ବ୍ୟବସ୍ଥାଗତ ପରିଚାଳନା ଆଭିମୁଖ୍ୟ ନେଇ ସଂସ୍ଥାଗତ ଦୃଢ଼ତା ସହିତ ସାରା ଦେଶରେ ଥିବା ନଦୀବନ୍ଧଗୁଡ଼ିକର ନିରାପତ୍ତା ଓ ପରିଚାଳନା ପ୍ରଦର୍ଶନରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।
ପ୍ରକଳ୍ପ ଅଧୀନରେ ସାରା ଦେଶରେ 736ଟି ବର୍ତ୍ତମାନର ନଦୀବନ୍ଧଗୁଡ଼ିକର ବ୍ୟାପକ ପୁନରୁଦ୍ଧାର ପାଇଁ ପରିକଳ୍ପନା କରାଯାଇଛି। ଏଥିରେ ଓଡ଼ିଶାର 36 ଟି ନଦୀବନ୍ଧକୁ ସାମିଲ କରାଯାଇଛି।
ଏହି ପ୍ରକଳ୍ପ ପାଇଁ 10,211 କୋଟି ଟଙ୍କା ଖର୍ଚ୍ଚ ହେବ। ଏପ୍ରିଲ 2021ରୁ ମାର୍ଚ୍ଚ 2031 ପର୍ଯ୍ୟନ୍ତ 10 ବର୍ଷର ଅବଧି ଲାଗି ଦୁଇଟି ପର୍ଯ୍ୟାୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ପ୍ରତ୍ୟେକ ପର୍ଯ୍ୟାୟର ଅବଧି ଦୁଇ ବର୍ଷର ଅତିରିକ୍ତ ସମୟ ସହିତ 6 ବର୍ଷ ରହିବ। ମୋଟ ପ୍ରକଳ୍ପ ଖର୍ଚ୍ଚରୁ 7000 କୋଟି ଟଙ୍କା ବାହ୍ୟ ପାଣ୍ଠି ଯୋଗାଣ ମାଧ୍ୟମରେ ଭରଣା କରାଯିବାକୁ ଥିବା ବେଳେ ଅବଶିଷ୍ଟ 3,211 କୋଟି ଟଙ୍କା ସମ୍ପୃକ୍ତ କାର୍ଯ୍ୟକାରୀ ଏଜେନ୍ସି ବହନ କରିବ। କେନ୍ଦ୍ର ସରକାରଙ୍କ ଯୋଗଦାନ ଋଣ ଦେୟତା ଆକାରରେ 1,024 କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଉପାଦାନର ଅଂଶବିଶେଷ ଭାବେ (କାଉଣ୍ଟର ପାର୍ଟ ଫଣ୍ଡିଂ) 285 କୋଟି ଟଙ୍କା ଉପଲବ୍ଧ କରାଯିବ।
ଡିଆରଆଇପି ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ନିମ୍ନଲିଖିତ ଉଦ୍ଦେଶ୍ୟର ପରିକଳ୍ପନା କରାଯାଇଛି:
	- ଚୟନ କରାଯାଇଥିବା ବର୍ତ୍ତମାନର ନଦୀବନ୍ଧ ଏବଂ ସମ୍ପୃକ୍ତ ପରିସମ୍ପତ୍ତିଗୁଡ଼ିକର ସୁରକ୍ଷା ଓ ପ୍ରଦର୍ଶନରେ ସ୍ଥାୟୀ ସୁଧାର ଆଣିବା,
 
	- ଏଥିରେ ସାମିଲ ରାଜ୍ୟଗୁଡ଼ିକ ସହିତ କେନ୍ଦ୍ରୀୟ ସ୍ତରରେ ନଦୀବନ୍ଧ ସୁରକ୍ଷା ସହ ଜଡ଼ିତ ସଂସ୍ଥାଗତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ
 
	- କେତେକ ଚୟନ କରାଯାଇଥିବା ନଦୀବନ୍ଧରେ ବିକଳ୍ପ ସାଧନଗୁଡ଼ିକୁ ଠାବ କରିବା, ଯାହା ଫଳରେ ନଦୀବନ୍ଧର ସ୍ଥାୟୀ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ଅତିରିକ୍ତ  ରାଜସ୍ୱ ମିଳିପାରିବ।
 
ଉପରୋକ୍ତ ଉଦ୍ଦେଶ୍ୟ ପୂରଣ କରିବା ଲାଗି ଡିଆରଆଇପି ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ନିମ୍ନୋକ୍ତ ଉପାଦାନଗୁଡ଼ିକୁ ସାମିଲ କରାଯାଇଛି:
	- ନଦୀବନ୍ଧ ଏବଂ ତତସଂକ୍ରାନ୍ତ ପରିସମ୍ପତ୍ତିର ପୁନରୁଦ୍ଧାର ଏବଂ ସୁଧାର
 
	- ଅଂଶଗ୍ରହଣକାରୀ ରାଜ୍ୟ ଓ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ମଧ୍ୟରେ ନଦୀବନ୍ଧ ସୁରକ୍ଷା ପାଇଁ ସଂସ୍ଥାଗତ ସୁଦୃଢ଼ତା।
 
	- କେତେକ ଚୟନ କରାଯାଇଥିବା ବନ୍ଧରେ ବିକଳ୍ପ ସାଧନକୁ ଚିହ୍ନଟ କରିବା ଠାବ କରିବା, ଯାହା ଫଳରେ ନଦୀବନ୍ଧର ସ୍ଥାୟୀ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ଅତିରିକ୍ତ  ରାଜସ୍ୱ ମିଳିପାରିବ।
 
	- ପ୍ରକଳ୍ପ ପରିଚାଳନା।
 
କାର୍ଯ୍ୟକାରୀ ଏଜେନ୍ସି ଆଧାରରେ ପୁରୁଦ୍ଧାର କରାଯିବାକୁ ଥିବା ନଦୀବନ୍ଧ ସଂଖ୍ୟାର ବିବରଣୀ ନିମ୍ନରେ ଦିଆଗଲା:-
	
		
			| 
			 କ୍ରଂ ସଂ. 
			 | 
			
			 ରାଜ୍ୟ/ ଏଜେନ୍ସି 
			 | 
			
			 ନଦୀବନ୍ଧର ସଂଖ୍ୟା 
			 | 
		
		
			| 
			 1 
			 | 
			
			 ଆନ୍ଧ୍ରପ୍ରଦେଶ 
			 | 
			
			 31 
			 | 
		
		
			| 
			 2 
			 | 
			
			 ଭକ୍ର ବିସ ପରିଚାଳନା ବୋର୍ଡ 
			 | 
			
			 2 
			 | 
		
		
			| 
			 3 
			 | 
			
			 ଛତିଶଗଡ଼ 
			 | 
			
			 5 
			 | 
		
		
			| 
			 4 
			 | 
			
			 କେନ୍ଦ୍ରୀୟ ଜଳ ଆୟୋଗ 
			 | 
			  | 
		
		
			| 
			 5 
			 | 
			
			 ଦାମୋଦର ଉପତ୍ୟାକା ନିଗମ 
			 | 
			
			 5 
			 | 
		
		
			| 
			 6 
			 | 
			
			 ଗୋଆ 
			 | 
			
			 2 
			 | 
		
		
			| 
			 7 
			 | 
			
			 ଗୁଜରାଟ 
			 | 
			
			 6 
			 | 
		
		
			| 
			 8 
			 | 
			
			 ଝାଡ଼ଖଣ୍ଡ 
			 | 
			
			 35 
			 | 
		
		
			| 
			 9 
			 | 
			
			 କର୍ଣ୍ଣାଟକ 
			 | 
			
			 41 
			 | 
		
		
			| 
			 10 
			 | 
			
			 କେରଳ 
			 | 
			
			 28 
			 | 
		
		
			| 
			 11. 
			 | 
			
			 ମଧ୍ୟପ୍ରଦେଶ 
			 | 
			
			 27 
			 | 
		
		
			| 
			 12. 
			 | 
			
			 ମହାରାଷ୍ଟ୍ର 
			 | 
			
			 167 
			 | 
		
		
			| 
			 13. 
			 | 
			
			 ମଣିପୁର 
			 | 
			
			 2 
			 | 
		
		
			| 
			 14. 
			 | 
			
			 ମେଘାଳୟ 
			 | 
			
			 6 
			 | 
		
		
			| 
			 15. 
			 | 
			
			 ଓଡ଼ିଶା 
			 | 
			
			 36 
			 | 
		
		
			| 
			 16. 
			 | 
			
			 ପଞ୍ଜାବ 
			 | 
			
			 12 
			 | 
		
		
			| 
			 17. 
			 | 
			
			 ରାଜସ୍ଥାନ 
			 | 
			
			 189 
			 | 
		
		
			| 
			 18. 
			 | 
			
			 ତାମିଲନାଡ଼ୁ 
			 | 
			
			 59 
			 | 
		
		
			| 
			 19. 
			 | 
			
			 ତେଲଙ୍ଗାନା 
			 | 
			
			 29 
			 | 
		
		
			| 
			 20. 
			 | 
			
			 ଉତ୍ତରପ୍ରଦେଶ 
			 | 
			
			 39 
			 | 
		
		
			| 
			 21. 
			 | 
			
			 ଉତ୍ତରାଖଣ୍ଡ 
			 | 
			
			 6 
			 | 
		
		
			| 
			 22. 
			 | 
			
			 ପଶ୍ଚିମବଙ୍ଗ 
			 | 
			
			 9 
			 | 
		
		
			|   | 
			
			 ମୋଟ 
			 | 
			
			 736 
			 | 
		
	
 
 
**********
                
                
                
                
                
                (Release ID: 1668585)
                Visitor Counter : 395
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam