ଅର୍ଥ ମନ୍ତ୍ରଣାଳୟ

ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ କେନ୍ଦ୍ର ସରକାର ଓଡିଶା ସମେତ 16ଟି ରାଜ୍ୟକୁ ପ୍ରଥମ ଦଫାରେ ଦେଲେ 6 ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

ପୋଷ୍ଟ କରାଯିବା ଦିନାଙ୍କ: 23 OCT 2020 6:42PM by PIB Bhubaneswar

2020-21 ଅର୍ଥିକ ବର୍ଷରେ ଜିଏସ୍‌ଟି ସଂଗ୍ରହ ଲକ୍ଷ୍ୟ ହାସଲରେ ଯେଉଁ ଅଭାବ ପରିଲକ୍ଷିତ ହୋଇଥିଲା ତାହାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ତାହାର ସମାଧାନ ସୂତ୍ର ବାହାର କରିଛନ୍ତି । ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାର ଋଣକରି ପ୍ରଥମ ଦଫାରେ ଜିଏସ୍‌ଟି କ୍ଷତିପୂରଣ ବାବଦରେ 16ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ 6000 କୋଟି ଟଙ୍କା ଦେଇଛନ୍ତି । ସ୍ପେଶାଲ ବରୋଇଂ ୱିଣ୍ଡୋ ମାଧ୍ୟମରେ ଏହି ଅର୍ଥ ପାଇବା ପାଇଁ 21ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କେନ୍ଦ୍ରକୁ ନିଜର ସମ୍ମତି ଜଣାଇଥିଲେ । ରାଜ୍ୟମାନେ କ୍ରମାଗତ ଋଣ କରିବା କ୍ଷେତ୍ରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସମନ୍ୱୟ କାର୍ଯ୍ୟ ନିର୍ବାହ କରି ଏହି ବ୍ୟବସ୍ଥାରେ ଅର୍ଥ ଯୋଗାଇ ଦେଇଛି ।

ରାଜ୍ୟମାନଙ୍କ ମଧ୍ୟରୁ 5ଟି ରାଜ୍ୟର ଜିଏସ୍‌ଟି କ୍ଷତିପୂରଣ ବାବଦ କୌଣସି ବକେୟା ନ ଥିଲା । ଅନ୍ୟ ରାଜ୍ୟମାନଙ୍କ ଆବଶ୍ୟକତା ପୂରଣ ପାଇଁ ଆଜି କେନ୍ଦ୍ର ସରକାର 6 ହଜାର କୋଟି ଟଙ୍କା ଋଣ କରି ପ୍ରଥମ ଦଫାରେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିଆନା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଅଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ଓଡ଼ିଶା, ତାମିଲନାଡୁ, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ତଥା ଦୁଇ କେନ୍ଦ୍ର ଶାସତି ଅଞ୍ଚଳ ଦିଲ୍ଲୀ ଏବଂ ଜମ୍ମୁ ଓ କଶ୍ମୀର ଏଭଳି 16ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ।

ସରକାର ଏହି ଋଣ ବାର୍ଷିକ 5.19 ଶତାଂଶ ସୁଧରେ ଉଠାଇଛନ୍ତି । ଏହି 6 ହଜାର କୋଟି ଟଙ୍କା ସାପ୍ତାହିକ ଭିତ୍ତିରେ ସଂପୃକ୍ତ ରାଜ୍ୟମାନଙ୍କୁ ପ୍ରଦାନ କରାଯିବ । ସଂପୃକ୍ତ ଋଣର ମିଆଦ 3ରୁ 5 ବର୍ଷ ରହିଛି ।

 

**********


(ରିଲିଜ ଆଡି: 1667137) ପରିଦର୍ଶକ କାଉଣ୍ଟର : 306