ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କରୋନା ସକ୍ରିୟ ମାମଲା ହାର କ୍ରମାଗତ ହ୍ରାସ

● ମୋଟ ପଜିଟିଭ୍ ମାମଲାର ମାତ୍ର 15.11% ସକ୍ରିୟ ମାମଲା
● ମୋଟ ସକ୍ରିୟ ମାମଲାର 76% 10ଟି ସର୍ବାଧିକ ପ୍ରଭାବିତ ରାଜ୍ୟରେ

Posted On: 30 SEP 2020 12:17PM by PIB Bhubaneshwar

ଭାରତରେ ମୋଟ କରୋନା ପଜିଟିଭ୍ ମାମଲା ତୁଳନାରେ ସକ୍ରିୟ ମାମଲା ହାର କ୍ରମାଗତ ହ୍ରାସ ପାଉଛି ଏବେ ଦେଶରେ ମୋଟ ପଜିଟିଭ୍ ମାମଲା ମଧ୍ୟରେ ସକ୍ରିୟ ମାମଲା ରହିଛି ମାତ୍ର 15.11% ଅର୍ଥାତ 9,40,441

ଅଗଷ୍ଟ 1 ତାରିଖରେ ସକ୍ରିୟ ମାମଲା 33.32% ଥିବା ବେଳେ ସେପ୍ଟେମ୍ବର 30 ତାରିଖରେ ଏହା 15.11%କୁ ହ୍ରାସ ପାଇଛି ଯାହାକି ଦୁଇ ମାସ ମଧ୍ୟରେ ଅଧାରୁ କମ୍

ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥତା ହାର କ୍ରମାଗତ ବୃଦ୍ଧି ପାଇ 83.33%କୁ ଛୁଇଁଛି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 86,428 ଜଣ ସୁସ୍ଥ ହୋଇଛନ୍ତି

ଦେଶରେ ଏବେ ମୋଟ ସୁସ୍ଥଙ୍କ ସଂଖ୍ୟା 51,87,825ରେ ପହଞ୍ଚିଛି ସୁସ୍ଥତା ସଂଖ୍ୟା ଏବଂ ସକ୍ରିୟ ମାମଲାର ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ଏବେ 42 ଲକ୍ଷ (42,47,384)କୁ ଅତିକ୍ରମ କରିଛି ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ପାର୍ଥକ୍ୟ ବୃଦ୍ଧି ପାଇବାରେ ଲାଗିଛି

ଦେଶରେ ସକ୍ରିୟ ମାମଲା ହ୍ରାସ ପାଉଥିବାରୁ ସେପ୍ଟେମ୍ବର 22 ବେଳକୁ ଏହି ସଂଖ୍ୟା 10 ଲକ୍ଷ ତଳେ ରହିଥିଲା

ସକ୍ରିୟ ମାମଲା ମଧ୍ୟରୁ 76% 10ଟି ରାଜ୍ୟ; ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା, ଆସାମ, ଛତିଶଗଡ଼ ଏବଂ ତେଲଙ୍ଗାନାରୁ ଆସିଛି

ମହାରାଷ୍ଟ୍ରରୁ ସର୍ବାଧିକ 2,60,000 ମାମଲା ଆସିଛି

ଟେଷ୍ଟ, ଟ୍ରାକ, ଟ୍ରେସ୍, ଟ୍ରିଟ, ଟେକ୍ନୋଲୋଜିର କୌଶଳ ପ୍ରୟୋଗ କରି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ସୁସ୍ଥ ହାର ବୃଦ୍ଧି କରୁଛନ୍ତି 14ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ 5 ହଜାରରୁ କମ୍ ସକ୍ରିୟ ମାମଲା ରହିଛି

10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ସୁସ୍ଥଙ୍କ ମଧ୍ୟରୁ 78% ଅଛନ୍ତି ମହାରାଷ୍ଟ୍ରରେ ସର୍ବାଧିକ 10,00,000ରୁ ଅଧିକ ସୁସ୍ଥ ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶରେ 6,00,000ରୁ ଅଧିକ ସୁସ୍ଥ ହୋଇଛନ୍ତି

ଗତ 24 ଘଣ୍ଟା ମଧ୍ୟରେ ନୂଆ 80,472ଟି ସକ୍ରିୟ ମାମଲା ହୋଇଛି

ନୂତନ ମାମଲାରୁ 76% 10ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ଏଥିରୁ ମହାରାଷ୍ଟ୍ରରେ ସର୍ବାଧିକ ପ୍ରାୟ 15,000 ଥିବା ବେଳେ କର୍ଣ୍ଣାଟକରେ 10 ହଜାରରୁ ଅଧିକ ମାମଲା ଆସିଛି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1179 ଜଣଙ୍କ ମୃତ୍ୟୁ ହୋଇଛି   ଏଥିରୁ 85% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ; ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ତାମିଲ ନାଡ଼ୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶ ଏଥିରୁ କେବଳ ମହାରାଷ୍ଟ୍ରରେ 36% (430 ମୃତ୍ୟୁ)ରୁ ଅଧିକ ମୃତ୍ୟୁ ହୋଇଛି  

 

**********

 

 

 

 



(Release ID: 1660366) Visitor Counter : 170