ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ସୁଗା ୟୋଶିହିଦେଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
Posted On:
25 SEP 2020 2:09PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (25.09.2020) ଫୋନ ଯୋଗେ ଜାପାନ ପ୍ରଧାନମନ୍ତ୍ରୀ ସୁଗା ୟୋଶିହିଦେଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ ହୋଇଥିବାରୁ ସୁଗାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇବା ସହ ଲକ୍ଷ୍ୟ ହାସଲରେ ସଫଳତା ପାଇଁ ଶୁଭକାମନା ଜଣାଇ ଥିଲେ । ଗତ କିଛି ବର୍ଷ ହେଲା ଭାରତ-ଜାପାନ ମଧ୍ୟରେ ରଣନୀତିକ ଭାଗିଦାରୀ ବେଶ ବଢିଛି । ପାରସ୍ପରିକ ବିଶ୍ୱାସ ତଥା ଚିନ୍ତାଧାରା ବିନିମୟ ମାଧ୍ୟମରେ ଏହାକୁ ମଜବୁତ କରିବା ଉପରେ ଦୁଇ ନେତା ଗୁରୁତ୍ୱ ଦେଇଥିଲେ ।
ଦୁଇ ଦେଶ ମଧ୍ୟରେ ଭାଗିଦାରୀ କୋଭିଡ-19 ମହାମାରୀ ଭଳି ବିଶ୍ୱବ୍ୟାପୀ ଆହ୍ୱାନକୁ ଦୃଷ୍ଟିରେ ରଖି ଅଧିକ ପ୍ରାସଙ୍ଗିକ ବୋଲି ଦୁଇ ନେତା ଏକମତ ହୋଇଥିଲେ । ଅବାଧ, ଖୋଲା ଓ ସମ୍ମିଳିତ ଭାରତ-ପ୍ରଶାନ୍ତମହାସାଗରୀୟ ଅଂଚଳର ଆର୍ଥିକ ରୂପରେଖ ନମନୀୟ ଯୋଗାଣ ଶୃଙ୍ଖଳା ଉପରେ ଆଧାରିତ ହେବା ଦରକାର ବୋଲି ଦୁଇ ନେତା ଗୁରୁତ୍ୱ ଦେବା ସହ ଭାରତ, ଜାପାନ ଓ ଅନ୍ୟ ସମାନ ବିଚାରଧାରା ଥିବା ଦେଶଗୁଡିକୁ ସହଯୋଗ ପାଇଁ ଆମନ୍ତ୍ରଣ ଜଣାଇଥିଲେ । ଉଭୟ ନେତା ଦୁଇ ଦେଶର ପ୍ରଗତିଶୀଳ ଅର୍ଥନୈତିକ ଭାଗିଦାରୀକୁ ପ୍ରଶଂସା କରିଥିଲେ ଓ ଏହି ମର୍ମରେ କୁଶଳୀ ଶ୍ରମିକଙ୍କ ସହ ସମ୍ପର୍କିତ ରାଜିନାମାର ବିଷୟବସ୍ତୁକୁ ଅନ୍ତିମ ରୂପ ପ୍ରଦାନକୁ ସ୍ୱାଗତ କରିଥିଲେ ।
କୋଭିଡ-19 ମହାମାରୀ ଜନିତ ସ୍ଥିତି ସୁଧୁରିବା ପରେ ବାର୍ଷିକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଅବସରରେ ଭାରତ ଗସ୍ତରେ ଆସିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ସୁଗାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଆମନ୍ତ୍ରଣ ଜଣାଇଥିଲେ ।
**********
(Release ID: 1659088)
Visitor Counter : 293
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam