ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ଦିନିକିଆ ଆରୋଗ୍ୟ କ୍ଷେତ୍ରରେ ରେକର୍ଡ

• ଗତ 24 ଘଣ୍ଟା ମଧ୍ୟରେ ଏକ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ

Posted On: 22 SEP 2020 11:29AM by PIB Bhubaneshwar

ଏକ ଅଭୂତପୂର୍ବ ସଫଳତା ସ୍ୱରୂପ ଦେଶରେ ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି ଗତ 24 ଘଣ୍ଟା ମଧ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ (1,01,468) ନୂତନ ରୋଗୀ ସୁସ୍ଥ ହୋଇଛନ୍ତି । ଏକ ସଫଳତାର ନିଦର୍ଶନ ସ୍ୱରୂପ ଦିନକରେ ଏତେ ରୋଗୀ ସୁସ୍ଥ ହେବା ଗତ 4 ଦିନଧରି ଲାଗି ରହିଛି ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ପାଖାପାଖି 45 ଲକ୍ଷରେ (44,97,867) ପହଞ୍ଚିଛି ଏବଂ ଆରୋଗ୍ୟ ହାର 80.86 ପ୍ରତିଶତକୁ ଛୁଇଁଛି

ଶତକଡା 79 ଭାଗ ସୁସ୍ଥ ରୋଗୀ 10ଟି ରାଜ୍ୟରୁ ବୋଲି ଜଣାପଡିଛି ସେଗୁଡିକ ହେଲା – ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ତାମିଲନାଡୁ, ଓଡିଶା, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ ଓ ପଞ୍ଜାବ

ଗୋଟିଏ ଦିନରେ ମହାରାଷ୍ଟ୍ରରେ ସର୍ବାଧିକ 32 ହଜାରରୁ ଉର୍ଦ୍ଧ୍ଵ (31.5 ପ୍ରତିଶତ) ନୂତନ ରୋଗୀ ସୁସ୍ଥ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ 10 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି । ଦେଶର ଏହି ଆରୋଗ୍ୟ ହାର ବିଶ୍ଵରେ ସର୍ବାଧିକ ବୋଲି ଜଣାପଡିଛି । ନିରବଛିନ୍ନ ପରୀକ୍ଷା, ଚିହ୍ନଟ ଓ ଉପଚାର ଯୋଗୁଁ ଏହି ଉନ୍ନତ ସୁସ୍ଥତା ହାର ହାସଲ ହୋଇପାରିଛି । କେନ୍ଦ୍ର ସରକାରଙ୍କ କୋଭିଡ ନିୟମାବଳୀ ଓ ନୂତନ ଭାବେ ଉପଲବ୍ଧ ହେଉଥିବା ବୈଷୟିକ ଜ୍ଞାନର ସଠିକ ପ୍ରୟୋଗ ଯୋଗୁଁ ଏହି ସଫଳତା ହାସଲ ହୋଇପାରିଛି ।

କେନ୍ଦ୍ର ସରକାରଙ୍କ ପରୀକ୍ଷାମୂଳକ ଉପଚାର ବାବଦ ରେମଡିସିଭିର, କୋନଭାଲେଣ୍ଟ ପ୍ଲାଜମା ଏବଂ ତୋଷିଲିଜୁମାବର ପ୍ରୟୋଗକୁ ଅନୁମତି ଦେଇଛନ୍ତି । ଏହାଛଡା ଅଧିକ ଅମ୍ଳଜାନ ବ୍ୟବହାର ଓ ଅନ୍ୟାନ୍ୟ ପଦ୍ଧତି ଅବଲମ୍ବନ ଯୋଗୁଁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ଘରକୁ ଘର ବୁଲି ରୋଗୀଙ୍କୁ ନିରୀକ୍ଷଣ, ସ୍ୱଳ୍ପ ଲକ୍ଷଣଯୁକ୍ତ ରୋଗୀଙ୍କ ଉପଚାର, ଉନ୍ନତ ଆମ୍ବୁଲାନ୍ସ ସେବା ଓ ସମୟୋପଯୋଗୀ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇଛି । ନୂଆଦିଲ୍ଲୀସ୍ଥିତ ଏମ୍ସର ସକ୍ରିୟ ସହଯୋଗରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟରତ ଆଇସିୟୁ ଡାକ୍ତରମାନଙ୍କ ପାଇଁ କୋଭିଡ ପରିଚାଳନାଯୁକ୍ତ ତାଲିମ ମଧ୍ୟ ପ୍ରଦାନ କରାଯାଉଛି । ସପ୍ତାହରେ ମଙ୍ଗଳବାର ଓ ଶୁକ୍ରବାର ଦୁଇଦିନ ହୋଇଥିବା ଟେଲି ପରାମର୍ଶ ଯୋଗୁଁ ଦେଶରେ ସୁସ୍ଥତା ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବା ପରିଲକ୍ଷିତ ହୋଇଛି ।  ଏପର୍ଯ୍ୟନ୍ତ 28ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ଇ-ଆଇସିୟୁ 278ଟି ହସ୍ପିଟାଲରେ ଅନୁଷ୍ଠିତ ହୋଇଛି ।

କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଥିବା କର୍ମଚାରୀଙ୍କୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପଠାଉଛନ୍ତି । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଦ୍ଵାରା ଅମ୍ଳଜାନ ଉପଲବ୍ଧତା ଓ ଅନ୍ୟାନ୍ୟ ଚିକିତ୍ସାଗତ ସୁବିଧା ସମ୍ପର୍କରେ ତଦାରଖ କରାଯାଉଛି ଏହାର ଫଳସ୍ଵରୂପ ଦେଶରେ ଅଧିକ ଆରୋଗ୍ୟ ଲାଭ କରୁଥିବା ବେଳେ ମୃତ୍ୟୁହାର ବର୍ତ୍ତମାନ 1.59 ପ୍ରତିଶତକୁ ଖସିଆସିଛି

 

**********



(Release ID: 1657867) Visitor Counter : 233