ପ୍ରତିରକ୍ଷା ମନ୍ତ୍ରଣାଳୟ

ଉତ୍ତର ସିକିମରୁ ତିନି ଚୀନ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ସେନା

प्रविष्टि तिथि: 05 SEP 2020 2:00PM by PIB Bhubaneswar

ଉତ୍ତର ସିକିମର ମାଳଭୂମି ଅଞ୍ଚଳର 17 ହଜାର 500 ଫୁଟ ଉଚ୍ଚତାରେ ରାସ୍ତା ହରାଇଥିବା ତିନି ଚୀନ ନାଗରିକଙ୍କୁ ସେପ୍ଟେମ୍ବର 3, 2020ରେ ଭାରତୀୟ ସେନା ଉଦ୍ଧାର କରିଛି

ତାପମାତ୍ରା ଶୂନ୍ୟରୁ କମ ଥିବାରୁ ତିନି ଚୀନ ନାଗରିକ (ଦୁଇ ପୁରୁଷ ଜଣେ ମହିଳା)ଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଭାରତୀୟ ସେନା ତୁରନ୍ତ ସେମାନଙ୍କ ନିକଟରେ ପହଞ୍ଚି ଅତ୍ୟଧିକ ଉଚ୍ଚତା ପ୍ରତିକୂଳ ପାଗଜନିତ ବିପଦରୁ ରକ୍ଷା କରିବା ପାଇଁ ଅକ୍ସିଜେନ, ଖାଦ୍ୟ ଗରମ ପୋଷାକ ଯୋଗାଇଥିଲା

ଚୀନ ନାଗରିକମାନଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଁଚିବା ପାଇଁ ରାସ୍ତା ପ୍ରଦର୍ଶନ କରି ଭାରତୀୟ ସେନା ଫେରିଥିଲା ତୁରନ୍ତ ସହାୟତା ଯୋଗାଇ ଦେଇଥିବାରୁ ଚୀନ ନାଗରିକମାନେ ଭାରତ ଭାରତୀୟ ସେନା ପ୍ରତି କୃତଜ୍ଞତା ଜଣାଇଛନ୍ତି

 

**********


(रिलीज़ आईडी: 1651635) आगंतुक पटल : 172
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Manipuri , Assamese , Bengali , Punjabi , Tamil