ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଇପିଏସ୍ ଶିକ୍ଷାନବୀଶଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 SEP 2020 2:43PM by PIB Bhubaneswar

2020 ସେପ୍ଟେମ୍ବର 4 ତାରିଖ ପୂର୍ବାହ୍ନ 11ଟା ବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀ (ଏସଭିପି ଏନପିଏ)ର ଦିକ୍ଷାନ୍ତ ପ୍ୟାରେଡ୍ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଇପିଏସ୍ ଶିକ୍ଷାନବୀଶଙ୍କ ସହ ଆଲୋଚନା କରିବେ ।

28 ଜଣ ମହିଳାଙ୍କ ସମେତ 131 ଜଣ ଆଇପିଏସ୍ ଶିକ୍ଷାନବୀଶ ଏହି ଏକାଡେମୀରେ 42 ସପ୍ତାହର ଫେଜ୍-1 ଟ୍ରେନିଂର ବେସିକ୍ କୋର୍ସ ଶେଷ କରିଛନ୍ତି ।

ସେମାନେ ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍, ମସୁରୀ ଏବଂ ଡ. ମ୍ୟାରୀ ଚନ୍ନା ରେଡ୍ଡୀ ଏଚଆରଡି ଇନଷ୍ଟିଚ୍ୟୁଟ୍ ଅଫ୍ ତେଲଙ୍ଗାନା, ହାଇଦ୍ରାବାଦରେ ଆଇଏଏସ୍ ଓ ଆଇଏଫଏସ୍ ପ୍ରୋବେସନରଙ୍କ ସହ ସେମାନଙ୍କର ଫାଉଣ୍ଡେସନ୍ କୋର୍ସ ଶେଷ କରିବା ପରେ 2018 ଡିସେମ୍ବର 17ରେ ଏହି ଏକାଡେମୀରେ ଯୋଗ ଦେଇଥିଲେ ।

ଏସଭିପି ଏନପିଏ ଠାରେ ବେସିକ୍ କୋର୍ସ ଟ୍ରେନିଂ ବେଳେ ପ୍ରୋବେସନରମାନଙ୍କୁ ଆଇନ, ତଦନ୍ତ, ଫୋରେନସିକ୍, ନେତୃତ୍ୱ ଓ ପରିଚାଳନା, କ୍ରିମିନୋଲୋଜି, ପବ୍ଲିକ୍ ଅର୍ଡର ଓ ଆଭ୍ୟନ୍ତରୀଣ ସୁରକ୍ଷା, ନୈତିକତା ଓ ମାନବ ଅଧିକାର, ଆଧୁନିକ ଭାରତୀୟ ନୀତି, ଫିଲ୍ଡ କ୍ରାଫ୍ଟ ଓ ଟାକ୍ଟିକ୍, ଅସ୍ତ୍ର ଟ୍ରେନିଂ ଓ ଫାୟାରିଂ ଭଳି ଇନଡୋର୍ ଓ ଆଉଟଡୋର୍ ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

 

**********


(ରିଲିଜ ଆଡି: 1651107) ପରିଦର୍ଶକ କାଉଣ୍ଟର : 243