ଅର୍ଥ ମନ୍ତ୍ରଣାଳୟ

ଚଳିତ ଆର୍ଥିକ ବର୍ଷର ଜିଏସ୍‌ଟି କ୍ଷତିପୂରଣ ଆବଶ୍ୟକତା ପୂରଣ ପାଇଁ ଋଣ ବିକଳ୍ପ

Posted On: 29 AUG 2020 3:45PM by PIB Bhubaneshwar

ଚଳିତ ମାସ 27 ତାରିଖରେ ଜିଏସ୍‌ଟି ପରିଷଦର 41ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚଳିତ ଆର୍ଥିକ ବର୍ଷ ବା 2020-21ର ଜିଏସ୍‌ଟି କ୍ଷତିପୂରଣ ଆବଶ୍ୟକତା ପୂରଣ ପାଇଁ ଋଣ ବିକଳ୍ପ ଉପରେ ବିଶେଷ ଆଲୋଚନା ହୋଇଥିଲା । ବୈଠକର ଏହି ନିଷ୍ପତ୍ତି ସଂପର୍କରେ ରାଜ୍ୟ ସରକାରମାନଙ୍କୁ ଅବଗତ କରାଯାଇଛି । ଏ ସଂକ୍ରାନ୍ତ ପ୍ରେସ ଇସ୍ତାହାର ସହିତ ସଂଲଗ୍ନ ନଥି ଅନୁସାରେ ରାଜ୍ୟମାନେ ସେମାନଙ୍କର ଅଗ୍ରାଧିକାର ଓ ମତାମତ 7ଟି କାର୍ଯ୍ୟକାରୀ ଦିବସ ମଧ୍ୟରେ ଜଣାଇବାକୁ କୁହାଯାଇଛି । କେନ୍ଦ୍ର ଅର୍ଥ ସଚିବ ଓ କେନ୍ଦ୍ର ବ୍ୟୟ ସଚିବଙ୍କ ସହିତ ରାଜ୍ୟର ଅର୍ଥ ସଚିବମାନଙ୍କର ଏକ ବୈଠକ ଆସନ୍ତା ସେପ୍‌ଟେମ୍ବର 1 ତାରିଖରେ ଅନୁଷ୍ଠିତ ହେବ । ଏ ସଂପର୍କରେ ଯଦି କିଛି ପ୍ରସଙ୍ଗ ଥାଏ ସେ ବିଷୟରେ ସେଥିରେ ଆଲୋଚନା କରାଯିବ ।

 

**********



(Release ID: 1649605) Visitor Counter : 231