ଅର୍ଥ ମନ୍ତ୍ରଣାଳୟ

ଇସିଏଲଜିଏସ ଅଧୀନରେ 1 ଲକ୍ଷ କୋଟିରୁ ଉର୍ଦ୍ଧ୍ଵ ଋଣ ପ୍ରଦାନ

• ଅଗଷ୍ଟ 18 ସୁଦ୍ଧା ଓଡ଼ିଶାକୁ ମିଳିଛି 1,617.60 କୋଟି ଟଙ୍କା
• ମଞ୍ଜୁର ହୋଇଛି 2,151.80 କୋଟି
• ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦେଇଛନ୍ତି 56,483 କୋଟି
• ଘରୋଇ ବ୍ୟାଙ୍କଗୁଡ଼ିକରୁ ମିଳିଛି 45,762 କୋଟି

Posted On: 20 AUG 2020 11:19AM by PIB Bhubaneshwar

କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜର ଅଂଶସ୍ୱରୂପ ଆପାତକାଳୀନ ନିଶ୍ଚିତ ଋଣ ଯୋଜନା (ECLGS) କାର୍ଯ୍ୟକାରୀ କରାଯାଇଥିଲାଏହି ଯୋଜନାରେ ବିଭିନ୍ନ ରାଷ୍ଟ୍ରାୟତ୍ତ ଘରୋଇ ବ୍ୟାଙ୍କ ପକ୍ଷରୁ ଅଗଷ୍ଟ 18 ତାରିଖ ସୁଦ୍ଧା 1 ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛିଓଡ଼ିଶାକୁ ଏଥିରୁ 1,617.60 କୋଟି ଟଙ୍କା ମିଳିଛିରାଜ୍ୟ ପାଇଁ ଏହି ସ୍କିମରେ 2,151.80 କୋଟି ଟଙ୍କା ମଞ୍ଜୁର କରାଯାଇଥିଲାଏହି ଋଣ ଅର୍ଥ ଦ୍ୱାରା ଓଡ଼ିଶାର ଏମଏସଏମଇ ସମେତ ଅନ୍ୟ ଲକଡାଉନ ପ୍ରଭାବିତ କ୍ଷେତ୍ର ଉପକୃତ ହେବେସେମାନେ ପୁଣି ଅଣ୍ଟା ସଳଖିବାକୁ ଚେଷ୍ଟା କରିବେଯୋଜନାରେ ମୋଟ 1,50,759.45 କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିଲା

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ସ୍କିମରେ ମହାରାଷ୍ଟ୍ର ପାଇଁ ସର୍ବାଧିକ 7,756.20 କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲାସେଥିରୁ ରାଜ୍ୟକୁ 6,007.32 କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କ ଯୋଗାଇ ଦେଇଛନ୍ତିଉତ୍ତର ପ୍ରଦେଶ ପାଇଁ 7,261.60 କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିବା ବେଳେ ଅଗଷ୍ଟ 18 ତାରିଖ ସୁଦ୍ଧା ରାଜ୍ୟକୁ 5,554.08 କୋଟି ଟଙ୍କା ପ୍ରଦାନ କରାଯାଇଛିଗୁଜରାଟକୁ ଏହି ସ୍କିମରେ 5,150.69 କୋଟି ଟଙ୍କା ମିଳିଥିବା ବେଳେ ତାମିଲନାଡୁକୁ 5,693.71 କୋଟି ଟଙ୍କା, ଆନ୍ଧ୍ର ପ୍ରଦେଶକୁ 2,883.67 କୋଟି, ଦିଲ୍ଲୀକୁ 1,964.52 କୋଟି, ହରିଆଣାକୁ 2,083.45 କୋଟି, କର୍ଣ୍ଣାଟକକୁ 3,590.05 କୋଟି, ମଧ୍ୟ ପ୍ରଦେଶକୁ 2,266.75 କୋଟି, ରାଜସ୍ଥାନକୁ 3,147.14 କୋଟି ଟଙ୍କା ପ୍ରଦାନ କରାଯାଇଛି

ଏହି ଯୋଜନାରେ ମୋଟ 1,50,759.45 କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିବା ବେଳେ ଅଗଷ୍ଟ 18 ତାରିଖ ସୁଦ୍ଧା ମୋଟ 1,02,245.77 କୋଟି ଟଙ୍କା ଦିଆଯାଇଥିବା ଅର୍ଥ ମନ୍ତ୍ରାଳୟ ଦର୍ଶାଇଛିରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ 76,044.44 କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଥିବା ବେଳେ ଅଗଷ୍ଟ 18 ସୁଦ୍ଧା ସେମାନେ ରାଜ୍ୟଗୁଡ଼ିକୁ ସେଥିରୁ ମୋଟ 56,483.41 କୋଟି ଟଙ୍କା ପ୍ରଦାନ କରାଯାଇଛିବଳକା 45,762.36 କୋଟି ଟଙ୍କା ଘରୋଇ ବ୍ୟାଙ୍କଗୁଡ଼ିକ ଯୋଗାଇଛନ୍ତିଘରୋଇ ବ୍ୟାଙ୍କଗୁଡ଼ିକ ଏହି ସ୍କିମରେ 74,715.02 କୋଟି ଟଙ୍କାର ଋଣ ମଞ୍ଜୁର କରିଥିଲେଅଧିକ ଋଣ ଦେଇଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), କାନାଡ଼ା ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB), ବ୍ୟାଙ୍କ ଅଫ ଇଣ୍ଡିଆ (BOI) ୟୁନିଅନ ବ୍ୟାଙ୍କ ଥିବା ବେଳେ ଘରୋଇ ବ୍ୟାଙ୍କ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ ସର୍ବାଧିକ ଋଣ ପ୍ରଦାନ କରିଛି

ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ମାର୍ଚ୍ଚ 25 ତାରିଖରେ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେଏଥିଯୋଗୁ ଦେଶରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ଠପ ହୋଇପଡ଼ିଥିଲାଏହାଦ୍ୱାରା ବିଶେଷ କରି ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ର ଅଧିକ ପ୍ରଭାବିତ ହୋଇଥିଲାଏମାନଙ୍କ ଅଣ୍ଟା ସଳଖିବା ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଥିଲେଏହି ପ୍ୟାକେଜ ଅଧୀନରେ ଇସିଏଲଜିଏସ ସ୍କିମ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଥିଲାକେନ୍ଦ୍ର ସରକାରଙ୍କ ଏହି ସ୍କିମ ଦ୍ୱାରା ଅନେକ କ୍ଷେତ୍ର ଉପକୃତ ହୋଇପାରିଛନ୍ତି

 

***************


(Release ID: 1647403) Visitor Counter : 185