ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
“ସ୍ୱଦେଶୀ ମାଇକ୍ରୋପ୍ରୋସେସର୍ ଚାଲେଞ୍ଜ”ର ଶୁଭାରମ୍ଭ କଲେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦ
• ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ : ରବିଶଙ୍କର ପ୍ରସାଦ
• 2020 ଅଗଷ୍ଟ 18 ତାରିଖ ଠାରୁ ମାଇଁ ଗଭ୍ ପୋର୍ଟାଲ ମାଧ୍ୟମରେ ଆରମ୍ଭ ହେବ ପଞ୍ଜିକରଣ ପକ୍ରିୟା
• 100 ସେମି-ଫାଇନାଲିଷ୍ଟଙ୍କ ପାଇଁ ମୋଟ 1.00 କୋଟି ପୁରସ୍କାର ଜିଣିବାର ସୁବର୍ଣ୍ଣ ସୁଯୋଗ, 25 ଫାଇନାଲିଷ୍ଟଙ୍କୁ ପ୍ରଦାନ କରାଯିବ 1.00 କୋଟିର ପୁରସ୍କାର
• ଫାଇନାଲରେ ପ୍ରବେଶ କରୁଥିବା ଶୀର୍ଷ 10ଟି ଟିମଙ୍କୁ 2.30 କୋଟି ଟଙ୍କାର ସିଡ଼ ଫଣ୍ଡ ଏବଂ 12 ମାସର ଇନକୁବେସନ୍ ସହାୟତା ଯୋଗାଇ ଦିଆଯିବ
• ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ମାଇକ୍ରୋପ୍ରୋସେସର “ଶକ୍ତି” ଏବଂ “ଭେଗା”କୁ MeitYର ମାଇକ୍ରୋପ୍ରୋସେସର ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଇଛି ବିକାଶ
प्रविष्टि तिथि:
18 AUG 2020 3:31PM by PIB Bhubaneshwar
କେନ୍ଦ୍ର ଆଇନ ଏବଂ ନ୍ୟାୟ, ସଂଚାର ଏବଂ ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଆଜି “ସ୍ୱଦେଶୀ ମାଇକ୍ରୋ ପ୍ରୋସେସର ଚାଲେଞ୍ଜ- “ଆତ୍ମନିର୍ଭର ଭାରତ ନିର୍ମାଣ ନିମନ୍ତେ ନବାଚାର ସମାଧାନ”ର ଶୁଭାରମ୍ଭ କରିଛନ୍ତି । ଦେଶର ଷ୍ଟାର୍ଟ ଅପ୍, ନବାଚାର ଏବଂ ଅନୁସନ୍ଧାନ କାର୍ଯ୍ୟକ୍ରମକୁ ଶକ୍ତି ପ୍ରଦାନ କରିବା ଏବଂ ଏହି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ପ୍ରୋତ୍ସାହନ ପ୍ରଦାନ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ମାଇକ୍ରୋ ପ୍ରୋସେସର ବିକାଶ କାର୍ଯ୍ୟକ୍ରମର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ମାଡ଼୍ରାସ (ଆଇଆଇଟି, ମାଡ୍ରାସ) ଏବଂ ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଆଡ଼ଭାନ୍ସଡ଼୍ କମ୍ପ୍ୟୁଟିଂ (ସିଡିଏସି) ନିଜ ନିଜର ସୋର୍ସ ନିର୍ମାଣଶୈଳୀକୁ ଉପଯୋଗ କରି “ଶକ୍ତି” (32 ବିଟ୍) ଏବଂ “ଭେଗା” (64 ବିଟ୍) ନାମକ ଦୁଇଟି ମାଇକ୍ରୋ ପ୍ରୋସେସରର ବିକାଶ ଘଟାଇ ପାରିଛନ୍ତି ।
“ସ୍ୱଦେଶୀ ମାଇକ୍ରୋ ପ୍ରୋସେସର ଚାଲେଞ୍ଜ- “ଆତ୍ମନିର୍ଭର ଭାରତ ପାଇଁ ନବାଚାର ସମାଧାନ” କାର୍ଯ୍ୟକ୍ରମ ଅଧିୀନରେ ନବ ଉନ୍ମେଷୀ, ଷ୍ଟାର୍ଟ ଅପ୍ ଏବଂ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଆମନ୍ତ୍ରିତ କରାଯାଇଛି । ସେମାନେ ଏଭଳି ମାଇକ୍ରୋ ପ୍ରୋସେସରର ଉପଯୋଗ କରି ବିଭିନ୍ନ ପ୍ରଯୁକ୍ତି ଉତ୍ପାଦମାନଙ୍କର ବିକାଶ କରିପାରିବେ ।
ଆତ୍ମନିର୍ଭରଶୀଳତାର ମହତ୍ତ୍ୱାକାଂକ୍ଷିକୁ ସାକରା କରିବା ଦିଗରେ ଏହା ଏକ ବଳିଷ୍ଠ ପ୍ରୟାସ ଭାବେ ପରିଗଣିତ ହେବ ଏବଂ “ଆତ୍ମନିର୍ଭର ଭାରତ” ଲକ୍ଷ୍ୟକୁ ସାକାର କରିବା ଦିଗରେ ମଧ୍ୟ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ବିବେଚନା କରାଯିବ । ଏଭଳି ପ୍ରୟାସର ଉଦ୍ଦେଶ୍ୟ କେବଳ ରଣନୀତିକ ଏବଂ ଔଦ୍ୟୋଗିକ କ୍ଷେତ୍ରରେ ଭାରତର ଭବିଷ୍ୟତର ଆବଶ୍ୟକତାକୁ ସାକାର କରାଯାଇ ପାରିବନାହିଁ, ଅପରନ୍ତୁ ଏହା ମାଧ୍ୟମରେ ପ୍ରତିରକ୍ଷା, ଲାଇସେନ୍ସିଂ, ପ୍ରାଦ୍ୟୋଗିକ ଅପ୍ରଚଳନ ସହିତ ସଂଶ୍ଳିଷ୍ଟ ପ୍ରସଙ୍ଗକୁ ମଧ୍ୟ ସମାଧାନ କରାଯାଇପାରିବ ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥାଟି ହେଉଛି ଆମଦାନି ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ ଯାହାଦ୍ୱାରା ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଏହି ସାମଗ୍ରୀ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ସାକାର କରିପାରିବ । ଦେଶ ତଥା ବିଦେଶରେ ଥିବା ଫାଉଣ୍ଡରୀରେ ଏଭଳି ଅତ୍ୟାଧୁନିକା ପ୍ରୋସେସରର ଭେରିଆଣ୍ଟର ଡିଜାଇନ୍, ବିକାଶ ଓ ନିର୍ମାଣ କରାଯିବା, ଦେଶରେ ଇଲେକ୍ଟ୍ରୋନିକ୍ ପ୍ରଣାଳୀର ଡିଜାଇନ ନିର୍ମାଣ କରିବା ଏବଂ ବିନିର୍ମାଣର ଜୀବନ୍ତ ପାରିସ୍ଥିତିକ ତନ୍ତ୍ରର ଅନ୍ତିମ ଲକ୍ଷ୍ୟ ହାସଲ ନିମନ୍ତେ ଦ୍ରୁତ ବେଗରେ ଆଗକୁ ବଢ଼ିବା ଦିଗରେ ଏହା ଏକ ସଫଳ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।
“ସ୍ୱଦେଶୀ ମାଇକ୍ରୋ ପ୍ରୋସେସର ଚାଲେଞ୍ଜ” ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଦ୍ୱାର ଦେଶରେ ନବାଚାର ପାରିସ୍ଥିତିକୀ ତନ୍ତ୍ରର ପ୍ରଚାର ଓ ପ୍ରସାର ଦେବା ଉଦ୍ଦେଶ୍ୟରେ ତଥା ଡିଜିଟାଲ ପ୍ରାଦ୍ୟୋଗିକୀକୁ ଗ୍ରହଣ କରିବା ଦିଗରେ ସବୁଠାରୁ ଅଗ୍ରଣୀ ରହିବା ନିମନ୍ତେ ସକ୍ରିୟା, ପୂର୍ବନିର୍ଦ୍ଧାରିତ ଏବଂ ଶ୍ରେଣୀବଦ୍ଧ ଉପାୟ ଶୃଙ୍ଖଳାର ଅଂଶବିଶେଷ ଭାବେ ବିବେଚିତ ହୋଇଆସୁଛି । ଏଭଳି ପ୍ରତିସ୍ପଦ୍ଧା ସମସ୍ତ ଛାତ୍ରଏବଂ ଷ୍ଟାର୍ଟ ଅପମାନଙ୍କ ଲାଗି ଉନ୍ମୁକ୍ତ ଏବଂ ପ୍ରତିଯୋଗୀମାନଙ୍କ ଠାରୁ ପ୍ରତ୍ୟାଶା ରଖାଯାଇଛି ଯେ ସେମାନେ ସ୍ୱଦେଶୀ ପ୍ରୋସେସର ଆଇପି ସହିତ କେବଳ ପରିବର୍ତ୍ତନ କରିବେନାହିଁ ଏବଂ ସାମାଜିକ ଆବଶ୍ୟକତାମାନଙ୍କ ସମାଧାନ କରିବା ଦିଗରେ ବାସ୍ତବ ସମାଧାନ ଉପାୟମାନ ପ୍ରସ୍ତୁତ କରିବା ଆବଶ୍ୟକ । ସେମାନେ ଏଭଳି ସ୍ୱଦେଶୀ ପ୍ରୋସେସର ପାଇଁ ସଂପୂର୍ଣ୍ଣ ପାରିସ୍ଥିତିକୀ ବ୍ୟବସ୍ଥା ଉପଲବ୍ଧ କରାଇପାରିବେ । ଏହାଦ୍ୱାରା ନିକଟ ଭବିଷ୍ୟତରେ ବୈଶ୍ୱିକ ତଥା ସ୍ୱଦେଶୀ ଆବଶ୍ୟକତା ଉଭୟକୁ ସାକାର କରାଯାଇ ପାରିବ ଏବଂ ଜଟିଳତମ ଡିଜାଇନମାନ ବିକାଶ ଘଟାଯାଇ ପାରିବ ।
ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପ୍ରତିଯୋଗୀ ତଥା ପ୍ରାଦ୍ୟୋଗିକୀ ସଂସାଧନକୁ ବିଭିନ୍ନ ପ୍ରକାର ଲାଭ ପାଇଁ ଉପଯୋଗ କରି ଆସୁଛନ୍ତି । ଏହାଦ୍ୱାର କେବଳ ଦେଶର ସବୁଠାରୁ ଉତ୍ତମ ବିଏଲଏଏସଆଇ ଏବଂ ଇଲେକ୍ଟ୍ରୋନିକ୍ସ ସିଷ୍ଟମର ଡିଜାଇନ ବିଶେଷଜ୍ଞମାନଙ୍କ ଠାରୁ ଇଣ୍ଟର୍ଣ୍ଣସିପ୍ ଉପଲବ୍ଧ ହେବାର ଅବସର ମିଳିବ ନାହିଁ, ଅପରନ୍ତୁ ନିୟମିତ ଭାବେ ପ୍ରଯୁକ୍ତିଗତ ମାର୍ଗଦର୍ଶନ ମଧ୍ୟ ପ୍ରାପ୍ତ ହୋଇପାରିବ । ତା’ଛଡ଼ା ଇନକୁବେସନ କେନ୍ଦ୍ରମାନଙ୍କ ଦ୍ୱାରା ବ୍ୟବସାୟ ଏବଂ ଫଣ୍ଡିଂ ସହଯୋଗ ମଧ୍ୟ ମିଳିପାରିବ । ହାର୍ଡୱେର ପ୍ରୋଟୋଟାଇପର ବିକାଶ କରିବା ଏବଂ ଷ୍ଟାର୍ଟ ଅପ୍ ଇନକୁବେସନ୍ ପାଇଁ ଚାଲେଞ୍ଜର ବିଭିନ୍ନ ପର୍ଯ୍ୟାୟରେ 4.30 କୋଟି ଆର୍ଥିକ ସମର୍ଥନର ମଧ୍ୟ ବ୍ୟବସ୍ଥା ରଖାଯାଇଛି ।
ଏହି ଚାଲେଞ୍ଜର ଅବଧି 10 ମାସ ରଖାଯାଇଛି ଏବଂ ଏହାର ପଞ୍ଜିକରଣ ପ୍ରକ୍ରିୟା ଅଗଷ୍ଟ 18, 2020 ତାରିଖ ଠାରୁ https://innovate.mygov.in ୱେବସାଇଟ୍ରେ ଆରମ୍ଭ କରାଯାଇଛି । ତାହା ଜୁନ, 2021ରେ ସମାପ୍ତ ହେବ । ଏଥିରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ସେମି ଫାଇନାଲରେ ପ୍ରବେଶ କଲେ 100ଟି ଟିମକୁ ପୁରସ୍କାର ବାବଦକୁ ମୋଟ 1.00 କୋଟି ଟଙ୍କା ଜିଣିବାର ଅବସର ପ୍ରାପ୍ତ ହେବ । ସେହିଭଳି ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଥିବା ଚୂଡ଼ାନ୍ତ 25ଟି ଟିମ୍ଙ୍କୁ ପୁରସ୍କାର ବାବଦକୁ 1.00 କୋଟି ଟଙ୍କା ଜିଣିବାର ସୁଯୋଗ ମିଳିପାରିବ । ଫିନାଲେରେ ପ୍ରବେଶ କରିବା ଶେଷ 10ଟି ଟିମ୍ ମୋଟ 2.30 କୋଟି ଟଙ୍କାର ସିଡ଼ି ଫଣ୍ଡ୍ ପାଇପାରିବେ ଏବଂ 12 ମାସ ପର୍ଯ୍ୟନ୍ତ ସେମାନଙ୍କୁ ଇନକୁବେସନ୍ ସହାୟତା ଯୋଗାଇ ଦିଆଯିବ । ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥାଟି ହେଲା, ପ୍ରତିଯୋଗୀମାନଙ୍କୁ ସ୍ୱଦେଶୀ ପ୍ରୋସେସରର ଉପଯୋଗ ଦ୍ୱାର ନୂତନ ନବାଚାରର ନିର୍ମାଣ କରିବାର ଅବସର ମିଳିପାରିବ ଏବଂ ଏଭଳି ପ୍ଲାଟଫର୍ମରେ ସେମାନେ ନିଜର ନୂତନ ବିକାଶ ମଡ଼େଲକୁ ପ୍ରଦର୍ଶିତ କରିପାରିବେ । ଏହାଦ୍ୱାରା ସେମାନଙ୍କ ଏହି ବିକାଶ ସଫଳତାକୁ ସର୍ବାଧିକ ଲୋକ ଦେଖିପାରିବେ ଏବଂ ସେମାନଙ୍କ ବିବେଚନାରେ ତାହା ବଜାର ପର୍ଯ୍ୟନ୍ତ ପହଞ୍ଚିପାରିବାର ସୁବିଧା ପ୍ରାପ୍ତ ହେବ । ଏଭଳି ପ୍ରତିଯୋଗୀମାନଙ୍କୁ ସରକାର “ଆତ୍ମନିର୍ଭରତାର ସମଗ୍ର ମିଶନରେ ସାମିଲ କରିବାର ସୁଯୋଗ ପ୍ରଦାନ କରିବେ ।
**********
(रिलीज़ आईडी: 1646819)
आगंतुक पटल : 327