ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ

ସିଭିଲ ସର୍ଭିସରେ ମନୋନୀତ ଯୁବକଙ୍କୁ ସମ୍ମାନୀତ କଲେ ମୁକ୍ତାର ଆବାସ ନକଭୀ

• ସରକାର ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିଛନ୍ତି, ଯେଉଁଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନଙ୍କର ଦକ୍ଷତାକୁ ପ୍ରୋତ୍ସାହନ ଦିଆଯାଉଛି
• ଛାତ୍ରବୃତ୍ତି ଯୋଜନାର ଏହି ହିତାଧିକାରୀଙ୍କ ମଧ୍ୟରୁ 50 ପ୍ରତିଶତରୁ ଅଧିକ ହେଉଛନ୍ତି ବାଳିକା
• ସିଭିଲ ସର୍ଭିସ, ଅନ୍ୟାନ୍ୟ ୟୁପିଏସସି ପରୀକ୍ଷା, ମେଡିକାଲ, ଇଞ୍ଜିନିୟରିଂ, ବ୍ୟାଙ୍କିଙ୍ଗ, ପ୍ରଶାସନିକ ପରୀକ୍ଷା ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସଂଖ୍ୟାଲଘୁ ଯୁବକମାନଙ୍କୁ ମନ୍ତ୍ରଣାଳୟର “ନୟି ଉଡାନ୍‍”, “ନୟା ସବେରା”, ଅଧୀନରେ ମାଗଣା କୋଚିଂ
• ଚଳିତ ବର୍ଷ, ସଂଖ୍ୟାଲଘୁ ସମ୍ପ୍ରଦାୟର 145 ଜଣ ବ୍ୟକ୍ତି ସମ୍ମାନଜନକ ସିଭିଲ ସର୍ଭିସରେ ମନୋନୀତ

Posted On: 18 AUG 2020 4:52PM by PIB Bhubaneshwar

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁକ୍ତାର ଆବାସ ନକଭୀ ଆଜି କହିଛନ୍ତି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ଯୁବକମାନଙ୍କରଉନ୍ନତି ଏବଂ ପ୍ରଗତିପାଇଁ ସରକାର ଦୃଢ ତଥା ପ୍ରଭାବଶାଳୀ ପ୍ରୟାସ ଜାରି ରଖିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ଗରିବ, ଦୁର୍ବଳ, ବଞ୍ଚିତ ବର୍ଗର 22 ଜଣ ଯୁବକ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତନୟି ଉଡାନ୍‍, ଯୋଜନା ଅଧୀନରେ ମାଗଣା କୋଚିଂ ସହାୟତାରେ ସମ୍ମାନଜନକ ସିଭିଲ ସର୍ଭିସ୍ ପାଇଁ ମନୋନୀତ ହୋଇଛନ୍ତି

ସଂଖ୍ୟାଲଘୁ ସମ୍ପ୍ରଦାୟ ମନ୍ତ୍ରଣାଳୟର ମାଗଣା କୋଚିଂ କାର୍ଯ୍ୟକ୍ରମ ସହାୟତାରେ ସିଭିଲ ସର୍ଭିସ୍ 2019ରେ ମନୋନୀତ ହୋଇଥିବା ଯୁବକମାନଙ୍କୁ ଆଜି ଅନ୍ତୋଦୟ ଭବନରେ ସମ୍ମାନିତ କରିବା ଅବସରରେ ଶ୍ରୀ ନକଭୀ କହିଛନ୍ତି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟରେ ପ୍ରତିଭାର ଅଭାବ ନାହିଁ । କିନ୍ତୁ ଏହାପୂର୍ବରୁ, ଏକ ପରିବେଶ ସୃଷ୍ଟି କରିବାକୁ କୌଣସି ପ୍ରୟାସ କରାଯାଇ ନଥିଲା, ଯାହା ସଂଖ୍ୟାଲଘୁ ଯୁବକମାନଙ୍କ ମଧ୍ୟରେ ଥିବା ସମ୍ଭାବନାକୁ ଚିହ୍ନିଥାଏ ।

ଶ୍ରୀ ନକଭୀ କହିଛନ୍ତି ଯେ, ସରକାର ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିଛନ୍ତି, ଯେଉଁଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନଙ୍କର ଦକ୍ଷତାକୁ ପ୍ରୋତ୍ସାହନ ଦିଆଯାଉଛି । ସଶକ୍ତିକରଣର ଏହି ସକାରାତ୍ମକ ବାତାବରଣ ନିଶ୍ଚିତ କରିଛି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ବହୁ ସଂଖ୍ୟାରେ ଯୁବକଙ୍କୁ ଉଚ୍ଚ ପ୍ରଶାସନିକ ସେବାରେ ଚୟନ କରାଯାଉଛି ଚଳିତ ବର୍ଷ ମଧ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର 145 ଜଣ ବ୍ୟକ୍ତି ସମ୍ମାନଜନକ ସିଭିଲ ସର୍ଭିସରେ ମନୋନୀତ ହୋଇଛନ୍ତି । ଗତ ତିନିବର୍ଷ ହେବ ସିଭିଲ ସର୍ଭିସରେ ଉତ୍ସାହଜନକ ଫଳାଫଳ ଦେଖିବାକୁ ମିଳିଛି ।

ଶ୍ରୀ ନକଭୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସେବାରେ ସଫଳ ହୋଇଥିବା ଯୁବକମାନେ ସଂଖ୍ୟାଲଘୁ ସମ୍ପ୍ରଦାୟର ତଥା ସମାଜର ଅନ୍ୟାନ୍ୟ ଦୁର୍ବଳ ବର୍ଗର ଯୁବକମାନଙ୍କ ପାଇଁ ହେଉଛନ୍ତି ଏକ ଆଦର୍ଶ

ଶ୍ରୀ ନକଭୀ କହିଛନ୍ତି ଯେ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିଭାବାନ ଯୁବକମାନଙ୍କ ପାଇଁ ଏକ ବ୍ୟାପକ ସ୍ତରର କୋଚିଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି । ସିଭିଲ ସର୍ଭିସ, ଅନ୍ୟାନ୍ୟ ୟୁପିଏସସି ପରୀକ୍ଷା, ମେଡିକାଲ, ଇଞ୍ଜିନିୟରିଂ, ବ୍ୟାଙ୍କିଙ୍ଗ, ପ୍ରଶାସନିକ ପରୀକ୍ଷା ଏବଂ ଅନ୍ୟାନ୍ୟ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସଂଖ୍ୟାଲଘୁ ଯୁବକମାନଙ୍କୁ ମନ୍ତ୍ରଣାଳୟନୟି ଉଡାନ୍‍”, “ନୟା ସବେରା”, ଅଧୀନରେ ମାଗଣା କୋଚିଂ ଯୋଗାଇ ଦିଆଉଛି ।

ଶ୍ରୀ ନକଭୀ କହିଛନ୍ତି ଯେ, 2014 ପୂର୍ବରୁ କେବଳ 2 କୋଟି 94 ଲକ୍ଷ ସଂଖ୍ୟାଲଘୁ ଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା; ଅନ୍ୟପକ୍ଷରେ ବର୍ତ୍ତମାନର ସରକାରଙ୍କ ପ୍ରତିବଦ୍ଧତା ଗତ 6 ବର୍ଷ ମଧ୍ୟରେ 4 କୋଟି 60 ଲକ୍ଷ ସଂଖ୍ୟାଲଘୁ ଛାତ୍ରଙ୍କୁ ଛାତ୍ରବୃତ୍ତି ସୁନିଶ୍ଚିତ କରିଛି ।

ଶ୍ରୀ ନକଭୀ କହିଛନ୍ତି ଯେ, ଛାତ୍ରବୃତ୍ତି ଯୋଜନାର ଏହି ହିତାଧିକାରୀଙ୍କ ମଧ୍ୟରୁ 50 ପ୍ରତିଶତରୁ ଅଧିକ ହେଉଛନ୍ତି ବାଳିକା ଆମର ଏକାଗ୍ର ପ୍ରୟାସ ହେତୁ ସଂଖ୍ୟାଲଘୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟାଳୟରେ ଅଧାରୁ ପାଠ ଛାଡିବା (ଡ୍ରପ ଆଉଟ୍) ହାର ବିଶେଷ ଭାବରେ ବାଳିକାମାନଙ୍କ ହାର ହ୍ରାସ ପାଇଛି ଏବଂ ଗରିବ ଏବଂ ଅଭାବୀ ପରିବାରର ଛାତ୍ରମାନେ ଉନ୍ନତ ଶିକ୍ଷା ଗ୍ରହଣ କରୁଛନ୍ତି ।

ଶ୍ରୀ ନକଭୀ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମ” (ପିଏମଜେଭିକେ)  ଅଧୀନରେ ବିଦ୍ୟାଳୟ, କଲେଜ, ଡାକ୍ତରଖାନା, ଗୋଷ୍ଠୀ କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର, ଆଇଟିଆଇ, ପଲିଟେକନିକ, ବାଳିକା ହଷ୍ଟେଲ, ସଦଭାବନା ମଣ୍ଡପ, ହୁନର ହବ୍ ଇତ୍ୟାଦି 34,000ରୁ ଅଧିକ ଭିତ୍ତିଭୂମି ପ୍ରକଳ୍ପ ଗତ 6 ବର୍ଷ ମଧ୍ୟରେ ସମଗ୍ର ଦେଶର ପଛୁଆ ଏବଂ ଅବହେଳିତ ସଂଖ୍ୟାଲଘୁ କେନ୍ଦ୍ରିତ ଅଞ୍ଚଳରେ ବିକଶିତ ହୋଇଛି । 2014 ପୂର୍ବରୁ କେବଳ 22,000 ଏହିପରି ପ୍ରକଳ୍ପର ବିକାଶ କରାଯାଇଥିଲା 2014 ପୂର୍ବରୁ ଦେଶର 90ଟି ଜିଲ୍ଲା ସଂଖ୍ୟାଲଘୁ ସମ୍ପ୍ରଦାୟର ବିକାଶ ପାଇଁ ଚିହ୍ନଟ ହୋଇଥିବାବେଳେ ସରକାର ଦେଶର 308ଟି ଜିଲ୍ଲାର ସଂଖ୍ୟାଲଘୁଙ୍କ ପାଇଁ ବିକାଶ କାର୍ୟ୍ୟକ୍ରମ ସଂପ୍ରସାରଣ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡକ୍ଟର ଜିତେନ୍ଦ୍ର ସିଂ ଏବଂ ଯୁବ ବ୍ୟାପାର, କ୍ରୀଡ଼ା ଏବଂ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

 

**********



(Release ID: 1646804) Visitor Counter : 112