ଅର୍ଥ ମନ୍ତ୍ରଣାଳୟ

ନୂତନ ଚାହିଦା ପୂରଣ ପାଇଁ ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା 2.0 ଅଧିକ କୋହଳ ସହ ସଂପ୍ରସାରିତ

Posted On: 17 AUG 2020 5:34PM by PIB Bhubaneshwar

ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଂଶସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା (ପିସିଜିଏସ୍‌ 2.0) ଗତ ମେ 20ରେ ଆରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଦ୍ୱାରା ଏନ୍‌ବିଏଫ୍‌ସି/ ଏଚ୍‌ଏଫ୍‌ସି ଓ ଏମ୍‌ଏଫ୍‌ଆଇ ଆଦି ଦ୍ୱାରା ଜାରି କରାଯାଉଥିବା ଏଏ ରେଟିଂ ବା ତାଠାରୁ ନିମ୍ନସ୍ତରର ବଣ୍ଡ୍‌ ବା କମର୍ସିଆଲ ପେପର କ୍ରୟ ଉପରେ ସରକାରଙ୍କ ଦ୍ୱାରା ପ୍ରତିଭୂତି ଗ୍ୟାରେଣ୍ଟି ପ୍ରଦାନ କରିବା । ଏହି କାର୍ଯ୍ୟକ୍ରମରେ 45 ହଜାର କୋଟି ଟଙ୍କାର ବଣ୍ଡ୍‌ ଓ ସିପି ଦ୍ୱିତୀୟ ପର୍ଯ୍ୟାୟରେ କିଣିବାର ଲକ୍ଷ୍ୟ ରଖାଯାଇଥିଲା । ଏଥିସହିତ ସରକାର ମଧ୍ୟ ସ୍ୱତନ୍ତ୍ରଭାବେ ସ୍ପେଶାଲ ଲିକ୍ୟୁଡିଟି ସ୍କିମ୍‌ ଘୋଷଣା କରି କମର୍ସିଆଲ ପେପର, ଏନ୍‌ସିଡି ଆଦି କ୍ରୟ କରିବାର ସୁବିଧା ଦେଇଥିଲେ । ଏନ୍‌ବିଏଫ୍‌ସି/ଏଚ୍‌ଏଫ୍‌ସିଗୁଡିକ ଦ୍ୱାରା ଜାରି ହେଉଥିବା ଏହି ରେସିଡୁଆଲ ମ୍ୟାଚ୍ୟୁରିଟିର ସମୟ ମିଆଦ 3ମାସ ରହିଥିବାବେଳେ ଏହାକୁ ଆଉ 3 ମାସ ବଢାଇବାର ବ୍ୟବସ୍ଥା ଥିଲା । ଏହି ଯୋଜନାରେ 30 ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସିପି ଓ ଏନ୍‌ସିଡି କ୍ରୟ କରିବାର ବ୍ୟବସ୍ଥା ହୋଇଥିଲା ।

ପିସିଜିଏସ୍‌ 2.0 ଅଧୀନରେ ପିଏସ୍‌ବି ଏଏ/ଏଏ- ରେଟେଡ ବଣ୍ଡ୍‌ ଓ ସିପି କିଣିବାକୁ ଅନୁମତି ପ୍ରଦାନ କରାଯାଇଛି । 28ଟି ସଂସ୍ଥା ଦ୍ୱାରା ଜାରି ହୋଇଥିବା ଏହି ସିପି ଓ ବଣ୍ଡ୍‌ ଏହା ମାଧ୍ୟମରେ କିଣାଯାଇପାରିବ । ସେହିଭଳି 62ଟି ସଂସ୍ଥାଠାରୁ ଏଏର ତଳ ବର୍ଗର 21,262 କୋଟିର ସିପି ଓ ବଣ୍ଡ କ୍ରୟର ଅନୁମତି ମିଳିଛି ।

ଏହି ଯୋଜନାର ପ୍ରଗତିକୁ ବିଚାରକୁ ନେଇ ସରକାର ବଣ୍ଡ୍‌ ଓ ସିପି କ୍ରୟର ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁସବୁ ସୁବିଧା ଦେଇଛନ୍ତି ତାହାହେଲା- 1. ପୋର୍ଟଫୋଲିଓ ବିଲ୍‌ଡଅପ୍‌ କରିବା ପାଇଁ ଅତିରିକ୍ତ 3 ମାସ ପ୍ରଦାନ କରାଯାଇଛି । 6 ମାସ ଶେଷରେ ଅର୍ଥାତ୍‌ 2020 ନଭେମ୍ବର 19 ସୁଦ୍ଧା ପୋର୍ଟଫୋଲିଓଗୁଡିକ ପ୍ରକୃତ ବିତ୍ତପରୀତ ହୋଇଥିବା ପରିମାଣ ସହିତ ଖାପଖାଇପାରୁଥିବ ତେବେ ଯାଇ ଏହା ଉପରେ ସରକାରୀ ଗ୍ୟାରେଣ୍ଟି କାର୍ଯ୍ୟକାରୀ ହେବ । ଦ୍ୱିତୀୟରେ ପୋର୍ଟଫୋଲିଓ ସ୍ତରରେ ବଣ୍ଡ ଓ ସିପି କ୍ରୟ ଏ ଏବଂ ଏଏ-ଇନ୍‌ଭେଷ୍ଟମେଣ୍ଟ ସବ୍‌ପୋର୍ଟଫୋଲିଓ ଯୋଜନାରେ ନିବେଶ 50 ଶତାଂଶରୁ ଅଧିକ ହେବନାହିଁ । ଆଗରୁ ଏହା 25 ଶତାଂଶ ଧାର୍ଯ୍ୟ ଥିଲା ।

ଆଶା କରାଯାଉଛି ଯେ ପିସିଜିଏସ୍‌ 2.0 ପର୍ଯ୍ୟାୟରେ ବଣ୍ଡ୍‌ ଓ ସିପି କ୍ରୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଯେଉଁସବୁ ସୁବିଧା ଦିଆଯାଇଛି ତାହାଦ୍ୱାରା ସେମାନେ ଉପକୃତ ହେବେ ।

 

**********

 



(Release ID: 1646511) Visitor Counter : 209