ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ ମୃତ୍ୟୁହାର 2 ପ୍ରତିଶତରୁ କମ୍‌, ବିଶ୍ୱରେ ଅନ୍ୟତମ ସର୍ବନିମ୍ନ

• ଆରୋଗ୍ୟ ହାର ବୃଦ୍ଧି ପାଇ ଆଜି 72 ପ୍ରତିଶତରେ
• କୋଭିଡ ପରୀକ୍ଷଣ ପାଖାପାଖି 3 କୋଟିରେ

Posted On: 16 AUG 2020 12:40PM by PIB Bhubaneshwar

ଭାରତରେ କରୋନା ସଂକ୍ରମିତଙ୍କ ମୃତ୍ୟୁହାର କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି । ଏବେ ଭାରତରେ ଏହି ମୃତ୍ୟୁହାର ବିଶ୍ୱରେ ଅନ୍ୟତମ ସର୍ବନିମ୍ନ । ଆଜିସୁଦ୍ଧା ଏହି ହାର 1.93 ଶତାଂଶ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସମନ୍ୱିତ ଉଦ୍ୟମ ଫଳରେ କୋଭିଡ୍‌ ମୃତ୍ୟୁହାର କମିବାରେ ଲାଗିଛି ଏବଂ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି ।

ଆମେରିକାରେ 50 ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପାଇଁ 23 ଦିନ ଲାଗିଥିବାବେଳେ ବ୍ରାଜିଲରେ ଏହା 95 ଦିନ ଓ ମେକ୍ସିକୋରେ 141 ଦିନ । ଭାରତରେ ଏହି ମୃତ୍ୟୁସଂଖ୍ୟା ଟପିବା ପାଇଁ 156 ଦିନ ଲାଗିଛି ।

କରୋନା ଆକ୍ରାନ୍ତଙ୍କୁ ହସପିଟାଲରେ ଚିକିତ୍ସା, ସ୍ୱଳ୍ପ ଆକ୍ରାନ୍ତଙ୍କୁ ଘରୋଇ ଏକାନ୍ତବାସରେ ରଖି ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖିବା, ନନ୍‌ଇନ୍‌ଭେସିଭ ଅକ୍ସିଜେନ ସପୋର୍ଟ, ରୋଗୀଙ୍କ ଯିବା ଆସିବା ପାଇଁ ଉତ୍ତମ ଆମ୍ବୁଲାନ୍ସ ସେବା ଓ ଉପଯୁକ୍ତ ଚିକିତ୍ସା ଫଳରେ ଭାରତରେ କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରିତ ଅବସ୍ଥାରେ ରହିଛି । ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଛି । ଚିକିତ୍ସା କ୍ଷେତ୍ରରେ ଓ ରୋଗୀଙ୍କୁ ଠାବ କରିବାରେ ଡାକ୍ତର ଏବଂ ଆଶାକର୍ମୀମାନେ ଅହର୍ନିଶ କାର୍ଯ୍ୟ କରୁଛନ୍ତି କୋଭିଡ୍‌ ଚିକିତ୍ସାରେ ଦିଲ୍ଲୀ ଏମ୍ସର ବିଶେଷଜ୍ଞମାନେ ବୈଷୟିକ ପରାମର୍ଶ ଟେଲି କନ୍‌ସଲଟେସନ ଜରିଆରେ ଯୋଗାଉଛନ୍ତି । ସମଗ୍ର ବ୍ୟବସ୍ଥାଟି ସୁସଂହତ ଓ ଶୃଙ୍ଖଳିତଭାବେ ଚାଲିଥିବାରୁ ଭାରତର କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବା କେସ୍‌ ଫାର୍ଟାଲିଟି ରେଟ୍‌ ବିଶ୍ୱହାରଠାରୁ ତଳେ ରହିଛି । ସରକାରଙ୍କ ସକ୍ରିୟ  ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ଫଳରେ ରୋଗୀମାନଙ୍କୁ ଚିହ୍ନଟ କରି ତୁରନ୍ତ ପରୀକ୍ଷା କରାଯାଇ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଫଳରେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବୃଦ୍ଧି ପାଉଛି । ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟଙ୍କ ହାର ପ୍ରାୟ 72 ଶତାଂଶରେ ପହଞ୍ଚିଛି ଏବଂ ଆହୁରି ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବେ ବୋଲି ସୂଚନା ମିଳୁଛି । ଗତ 24 ଘଣ୍ଟା ମଧ୍ୟରେ 53,322 ରୋଗୀ ସୁସ୍ଥ ହେବାପରେ ସେମାନଙ୍କୁ ହସ୍ପିଟାଲରୁ ଛାଡି ଦିଆଯାଇଛି । ଏଥିସହିତ ମୋଟ କୋଭିଡ୍‌ ମୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା 18 ଲକ୍ଷ 62 ହଜାର 258ରେ ପହଞ୍ଚିଛି ।

ଆରୋଗ୍ୟ ହାରରେ ଦ୍ରୁତ ଉନ୍ନତି ନିଶ୍ଚିତ କରିଛି ଯେ ଦେଶରେ କେସ୍‌ ଲୋଡ ବା ଆକ୍ରାନ୍ତଙ୍କ ହାର କମୁଛି । ଏବେ ଦେଶରେ ପ୍ରକୃତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 77 ହଜାର 444 ରହିଛି । ମୋଟ ପଜିଟିଭ୍‌ କେସ୍‌ର ଏହା ମାତ୍ର 26.16 ଶତାଂଶ । ଗତ 24 ଘଣ୍ଟା ମଧ୍ୟରେ ଏହା ମଧ୍ୟ ଆହୁରି ହ୍ରାସ ପାଇଛି । ସରକାର ସନ୍ଦିଗ୍ଧ କୋଭିଡ୍‌ ଆକ୍ରାନ୍ତଙ୍କ ପରୀକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ ଏବଂ ବ୍ୟାପକ କରିଥିବାରୁ ଏବେ ଏହି ସଂଖ୍ୟା ପ୍ରାୟ 3 କୋଟିରେ ପହଞ୍ଚିଲାଣି । ଗତ 24 ଘଣ୍ଟାରେ 7 ଲକ୍ଷ 46 ହଜାର 608 ଜଣଙ୍କର ପରୀକ୍ଷା କରାଯାଇଥିବାବେଳେ ମୋଟ ନମୁନା ପରୀକ୍ଷା ସଂଖ୍ୟା 2 କୋଟି 93 ଲକ୍ଷ 9 ହଜାର 703ରେ ପହଞ୍ଚିଛି । ଦେଶରେ ପରୀକ୍ଷାଗାର ସଂଖ୍ୟା ବୃଦ୍ଧି ଫଳରେ ଏହା ସମ୍ଭବ ହୋଇଛି । ଏବେ 969ଟି ସରକାରୀ ଏବଂ 500 ଘରୋଇ ପରୀକ୍ଷାଗାରକୁ ମିଶାଇ ମୋଟ 1469ଟି ପରୀକ୍ଷାଗାରରେ ଏହି ପରୀକ୍ଷା କରାଯାଉଛି । ଏଥିରେ ବିଭିନ୍ନ ପ୍ରକାର ପରୀକ୍ଷାଗାର ରହିଛି । ସେଥିମଧ୍ୟରୁ ରିୟଲ ଟାଇମ୍‌ ପିସିଆର ଭିତ୍ତିକ ପରୀକ୍ଷାଗାର ସଂଖ୍ୟା 754ଏଥିରେ 450 ସରକାରୀ ଏବଂ 304 ଘରୋଇ ପରୀକ୍ଷାଗାର ରହିଛି । ସେହିଭଳି ଦେଶରେ ମୋଟ 598ଟି ଟ୍ରୁ ନ୍ୟାଟ ଭିତ୍ତିକ ପରୀକ୍ଷାଗାର ରହିଛି । ସେଥିରେ 485 ସରକାରୀ ଓ 113 ଘରୋଇ । ସେହିଭଳି ଦେଶରେ ଏବେ ସିବିଏନ୍‌ଏଏଟି ଭିତ୍ତିକ 117ଟି ପରୀକ୍ଷାଗାର ରହିଛି । ସେଥିରୁ ସରକାରୀ 34ଟି ଏବଂ ଘରୋଇ 83ଟି ।

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ ।

 

*********

 

 

 


(Release ID: 1646340) Visitor Counter : 226