ରାଷ୍ଟ୍ରପତିଙ୍କ ସଚିବାଳୟ

ଜନ୍ମାଷ୍ଟମୀ ପୂର୍ବସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 11 AUG 2020 5:22PM by PIB Bhubaneswar

ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଜନ୍ମାଷ୍ଟମୀ ପୂର୍ବସନ୍ଧ୍ୟାରେ ତାଙ୍କ ବାର୍ତ୍ତାରେ କହିଛନ୍ତି: -

ଜନ୍ମାଷ୍ଟମୀର ଶୁଭ ଅବସରରେ, ମୁଁ ଭାରତ ତଥା ବିଦେଶରେ ଥିବା ସମସ୍ତ ନାଗରିକଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି

ଭଗବାନ ଶ୍ରୀକୃଷ୍ଣ ଆମକୁ ନ୍ୟାୟପୂର୍ଣ୍ଣ, ସମ୍ବେଦନଶୀଳ ଏବଂ କରୁଣାମୟ ସମାଜ ପ୍ରତିଷ୍ଠା କରିବାକୁ ପ୍ରେରଣା ଦେଇଛନ୍ତିତାଙ୍କ କର୍ମଯୋଗ ବାର୍ତ୍ତାରେ ରହିଛି, ପ୍ରାପ୍ତିର ଆଶା ନକରି ଆମେ ଆମର ଦାୟିତ୍ଵ ଉପରେ ଧ୍ୟାନ ଦେବା କୋଭିଡ-19 ଲଢେଇର ସମ୍ମୁଖରେ ରହି କାର୍ଯ୍ୟ କରୁଥିବା ଆମର ସମସ୍ତ କରୋନା ଯୋଦ୍ଧାମାନଙ୍କ କାର୍ଯ୍ୟରେ ଏହି ଭାବନା ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି

ଆମେ ଏହି ପର୍ବ ପାଳନ ଅବସରରେ, ଆସନ୍ତୁ ଆମେ ସମସ୍ତେ ଆମ ଜୀବନ ଏବଂ ମାନବିକତାର କଲ୍ୟାଣ ପାଇଁ ଭଗବାନ କୃଷ୍ଣଙ୍କ ସାର୍ବଜନୀନ ବାଣୀକୁ ଅନୁସରଣ କରିବାକୁ ସଂକଳ୍ପ ନେବା

 

**********


(ରିଲିଜ ଆଡି: 1645205) ପରିଦର୍ଶକ କାଉଣ୍ଟର : 173
ଏହି ରିଲିଜ ପଢନ୍ତୁ : English , Urdu , Marathi , Manipuri , Punjabi , Tamil , Telugu