ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭିଡ଼ିଓ କନଫରେନ୍ସିଂ ଜରିଆରେ କୃଷି ଭିତ୍ତିଭୂମି ପାଣ୍ଠି ଅର୍ଥ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Posted On:
09 AUG 2020 1:11PM by PIB Bhubaneshwar
ଆଜି ହଳାଷ୍ଟମୀ ତିଥି, ଭଗବାନ ବଳରାମଙ୍କ ପବିତ୍ର ଜୟନ୍ତୀ ।
ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି କୃଷକ ସାଥୀମାନଙ୍କୁ ହଲଛଠ୍ର, ଦାଉ ଜନ୍ମୋତ୍ସବର, ଅନେକ ଅନେକ ଶୁଭକାମନା ଜଣାଉଛି!!
ଏହି ମହାନ୍ ପବିତ୍ର ଉତ୍ସବ ଅବସରରେ ଦେଶର କୃଷି ସହିତ ସଂଶ୍ଳିଷ୍ଟ ସକଳ ପ୍ରକାର ସୁବିଧା ସୁଯୋଗ ପ୍ରସ୍ତୁତ କରିବା ନିମନ୍ତେ ଏକ ଲକ୍ଷ କୋଟି ଟଙ୍କାର ବିଶେଶ ପାଣ୍ଠିର ଶୁଭାରମ୍ଭ କରାଯାଇଛି । ଏହା ଫଳରେ ଦେଶର ପ୍ରତ୍ୟେକ ଗାଁରେ ଉତ୍ପାଦିତ ଶସ୍ୟର ଉତ୍ତମ ଭଣ୍ଡାର ସୁବିଧା, ଆଧୁନିକ କୋଲ୍ଡ ଷ୍ଟୋରେଜ୍ ବ୍ୟବସ୍ଥା ଚେନ୍ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ବେଶ୍ ସହଯୋଗ ମିଳିପାରିବ ଏବଂ ଏହାଦ୍ୱାରା ଗାଁଗଣ୍ଡାରେ ରୋଜଗାରର ଅନେକ ଅବସର ପ୍ରସ୍ତୁତ ହୋଇପାରିବ ।
ଏଥିସହ ସାଢ଼େ 8 କୋଟି କୃଷକ ପରିବାରଙ୍କ ବ୍ୟାଙ୍କ ଜମାଖାତାରେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଆକାରରେ 17 ହଜାର କୋଟି ଟଙ୍କା ହସ୍ତାନ୍ତର କରିବା ବେଳେ ମୋତେ ପର୍ଯ୍ୟାପ୍ତ ସନ୍ତୋଷ ପ୍ରାପ୍ତ ହେଉଛି । ସନ୍ତୋଷ ଏଇଥିପାଇଁ ହେଉଛି ଯେ, ଏହି ଯୋଜନାର ଯେଉଁ ମୂଳ ଲକ୍ଷ୍ୟ ଥିଲା, ତାହା ହାସଲ ହେବାକୁ ଯାଉଛି ।
ପ୍ରତ୍ୟେକ କୃଷକଙ୍କ ପରିବାର ପର୍ଯ୍ୟନ୍ତ ସିଧା ସଳଖ ଭାବେ ଏହି ସହାୟତା ପହଞ୍ଚିପାରିବ ଏବଂ ଆବଶ୍ୟକ ସମୟରେ ହିଁ ତାହା ପହଞ୍ଚିବ । ଏହି ଉଦ୍ଦେଶ୍ୟ ହାସଲ କରିପାରିଥିବାରୁ ଏ ଯୋଜନା ସଫଳ ହୋଇଛି ବୋଲି କୁହାଯାଇପାରେ । ବିଗତ ଦେଢ଼ ବର୍ଷ ଭିତରେ ଏହି ଯୋଜନା ମାଧ୍ୟମରେ 75 ହଜାର କୋଟି ଟଙ୍କା ସିଧା ସଳଖ କୃଷକମାନଙ୍କ ବ୍ୟାଙ୍କ ଜମାଖାଦାରେ ଜମା ହୋଇ ସାରିଛି । ସେଥି ମଧ୍ୟରୁ 22 ହଜାର କୋଟି ଟଙ୍କା ତ କେବଳ କରୋନା ମହାମାରୀ ସଂକ୍ରମଣ କାରଣରୁ ଜାରି ଲକଡାଉନ୍ ସମୟରେ ହିଁ କୃଷକମାନଙ୍କ ନିକଟରେ ପହଞ୍ଚାଯାଇଛି ।
ସାଥୀଗଣ,
ଦଶନ୍ଧି ଦଶନ୍ଧି ଧରି ଏହି ଦାବି ହୋଇ ଆସୁଥିଲା ଏବଂ ତାହା ଉପରେ ଢ଼େର୍ ମାନସ ମନ୍ଥନ ବି ଜାରି ରହିଥିଲା ଯେ ଗାଁଗଣ୍ଡାରେ ଉଦ୍ୟୋଗମାନ କାହିଁକି ପ୍ରତିଷ୍ଠା ହେଉନାହିଁ? ଯେମିତି ଉଦ୍ୟୋଗମାନ ନିଜର ଉତ୍ପାଦର ମୂଲ୍ୟ କେତେ ନିର୍ଦ୍ଧାରଣ କରିବେ ଏବଂ ଦେଶରେ ଯେକୌଣସି ସ୍ଥାନରେ ସେସବୁ ବିକ୍ରି କରିବାର ସ୍ୱାଧୀନତା ସେମାନଙ୍କର ରହିଛି, ସେହିଭଳି ସୁବିଧା କୃଷକମାନଙ୍କୁ କାହିଁକି ମିଳୁ ନଥିଲା?
ଏବେ ତ ଏମିତି ହେଉନାହିଁ ଯେ ଯଦି ସାବୁନ ଉତ୍ପାଦନ ନିମନ୍ତେ କୌଣସି ଉଦ୍ୟୋଗ ସହରରେ ପ୍ରତିଷ୍ଠା କରାଯିବ, ତା’ହେଲେ ତାହାର ବିକ୍ରି କେବଳ ସେହି ସହର ଭିତରେ ହେବ । କିନ୍ତୁ କୃଷି କାର୍ଯ୍ୟରେ ଏପର୍ଯ୍ୟନ୍ତ ସେଇଆ ହୋଇ ଆସୁଥିଲା । ଯେଉଁଠି ଖାଦ୍ୟଶସ୍ୟ ଉତ୍ପାଦିତ ହେଉଥିଲା, ସେହିଠାରେ ହିଁ କୃଷକମାନଙ୍କୁ, ଉତ୍ପାଦନକାରୀମାନଙ୍କୁ ସେସବୁ ଉତ୍ପାଦନକୁ ସ୍ଥାନୀୟ ମଣ୍ଡିରେ ବିକ୍ରି କରିବାକୁ ପଡ଼ୁଥିଲା । ଏହିଭଳି ଭାବେ ଏପରି ମଧ୍ୟ ଦାବି ହୋଇ ଆସୁଥିଲା ଯେ ଯଦି ଅନ୍ୟାନ୍ୟ ଉଦ୍ୟୋଗରେ କୌଣସି ଦଲାଲ ନାହାନ୍ତି, ତା’ହେଲେ ଫସଲ ଉତ୍ପାଦନ କ୍ଷେତ୍ରରେ ଏ ଦଲାଲମାନେ କାହିଁକି ଅଛନ୍ତି? ସେମାନଙ୍କର ହେବା ଦରକାର କି? ଯଦି ଉଦ୍ୟୋଗମାନଙ୍କର ବିକାଶ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରାଯିବା ଦରକାର ପଡ଼ୁଛି, ତା’ହେଲେ ସେହିଭଳି ଆଧୁନିକ ଭିତ୍ତିଭୂମି ଓ ସଂସାଧନ କୃଷି କ୍ଷେତ୍ର ସକାଶେ କାହିଁକି ବ୍ୟବସ୍ଥା କରାଯାଉନାହିଁ?
ସାଥୀଗଣ,
ବର୍ତ୍ତମାନ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ କୃଷକ ଏବଂ କୃଷିକାର୍ଯ୍ୟ ସହିତ ଜଡ଼ିତ ଏହି ସମସ୍ତ ପ୍ରଶ୍ନର ସମାଧାନ ଖୋଜି ବାହାର କରାଯାଉଛି । ଏକ ରାଷ୍ଟ୍ର, ଏକ ମଣ୍ଡି ବ୍ୟବସ୍ଥା ଭଳି ମିଶନକୁ ନେଇ ବିଗତ 7 ବର୍ଷ ଧରି କାର୍ଯ୍ୟ ଜାରି ରହିଥିଲା, ଏବେ ତାହା ସଂପୂର୍ଣ୍ଣ ହେବାକୁ ଯାଉଛି । ପ୍ରଥମେ ଇ- ନାମ୍ ମାଧ୍ୟମରେ, ଗୋଟିଏ ପ୍ରଯୁକ୍ତି ଆଧାରିତ ଏକ ବୃହତ୍ ବ୍ୟବସ୍ଥା ଗଠନ କରାଯାଇଥିଲା । ଏବେ ଆଇନ ପ୍ରଣୟନ କରାଯାଇ କୃଷକମାନଙ୍କୁ ମଣ୍ଡି ସମସ୍ୟାରୁ ଏବଂ ମଣ୍ଡି ଟିକସ ସମସ୍ୟାରୁ ମୁକ୍ତ କରି ଦିଆଯାଇଛି । ଏବେ କୃଷକମାନଙ୍କ ନିକଟରେ ଅନେକ ବିକଳ୍ପ ଉପଳବ୍ଧ ହୋଇଛି । ଯଦି ସେମାନେ ନିଜର କ୍ଷେତରୁ ଉତ୍ପାଦିତ ଶସ୍ୟକୁ ବିକ୍ରି କରିବାକୁ ଚାହିଁବେ ତେବେ ସେମାନେ ତାହା ବିନା ବାଧାରେ ସହଜରେ କରିପାରିବେ ।
କିମ୍ବା ପୁଣି ଯଦି ସେମାନେ ଚାହାନ୍ତି, ତେବେ ଉତ୍ପାଦିତ ଫସଲକୁ ସିଧା ୱେର ହାଉସରେ, ଇ- ନାମ୍ ସହିତ ସଂଶ୍ଳିଷ୍ଟ ବ୍ୟବସାୟୀମାନଙ୍କୁ ଏବଂ ସଂସ୍ଥାମାନଙ୍କୁ, ଯିଏ ବି ସେମାନଙ୍କୁ ଫସଲର ସର୍ବାଧିକ ମୂଲ୍ୟ ଦେବେ, ସେମାନଙ୍କ ସହିତ କୃଷକମାନେ ସେମାନଙ୍କର ଫସଲକୁ ବିକ୍ରି କରିପାରିବେ ।
ଏହି ଭଳି ଭାବେ ଆଉ ଗୋଟିଏ ନୂଆ ଆଇନ ସରକାର ପ୍ରସ୍ତୁତ କରିଛନ୍ତି । ଏହା ଦ୍ୱାରା କୃଷକମାନେ ଏବେ ଉଦ୍ୟୋଗମାନଙ୍କ ସହିତ ସିଧା ସଳଖ ଭାବେ ବ୍ୟବସାୟିକ ସଂପର୍କ ସ୍ଥାପନ କରିପାରିବେ ।
ଏବେ ଯେମିତି ଆଳୁ ଉତ୍ପାଦନକାରୀ କୃଷକମାନେ ଚିପ୍ସ ପ୍ରସ୍ତୁତ କରୁଥିବା ଉଦ୍ୟୋଗୀମାନଙ୍କ ସହିତ, ଫଳ ଉତ୍ପାଦକମାନେ ଅର୍ଥାତ ଫଳ ବଗିଚା ଥିବା କୃଷିକାରୀମାନେ ଜୁସ୍, ମୋରବା, ଚଟଣି ଏବଂ ସେହିଭଳି ଅନ୍ୟାନ୍ୟ ଉତ୍ପାଦ ପ୍ରସ୍ତୁତ କରୁଥିବା ଉଦ୍ୟୋଗମାନଙ୍କୁ ସହ ସହଯୋଗ ସଂପର୍କ ସ୍ଥାପନ କରିପାରିବେ । ଏହା ଫଳରେ କୃଷକମାନଙ୍କୁ ଫସଲ ବୁଣା ସମୟ ଠାରୁ ହିଁ ଅମଳର ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରିବ ଏବଂ ସେହି ନିର୍ଦ୍ଧାରିତ ମୂଲ୍ୟରେ ହିଁ ତାଙ୍କୁ ବିକ୍ରି କରିବାର ସୁଯୋଗ ମିଳିବ । ଏହା ଦ୍ୱାରା ମୂଲ୍ୟରେ ହେଉଥିବା ହ୍ରାସରୁ ସେମାନଙ୍କୁ ମୁକ୍ତି ମିଳିପାରିବ ।
ସାଥୀଗଣ,
ଆମର କ୍ଷେତ୍ରରୁ ଫସଲ ଉତ୍ପାଦନ ହେବାରେ କୌଣସି ବିଶେଷ ସମସ୍ୟା ନାହିଁ, କିନ୍ତୁ ଫସଲ ଅମଳ ହୋଇ ସାରିବା ପରେ ସେହି ଉତ୍ପାଦ ଢ଼େର୍ ମାତ୍ରାରେ ନଷ୍ଟ ହୋଇଯିବାରେ ପର୍ଯ୍ୟାପ୍ତ ସମସ୍ୟା ରହିଛି । ଏହା ଦ୍ୱାରା କୃଷକଙ୍କ କ୍ଷତି ହେଉଛି ଏବଂ ଦେଶର ବି ଅନୁରୂପ ଭାବେ କ୍ଷତି ହେଉଛି । ଏଭଳି ସମସ୍ୟାରୁ ମୁକ୍ତି ପାଇବା ନିମନ୍ତେ ଗୋଟିଏ ପଟେ ଆଇନଗତ ସମସ୍ୟାକୁ ଦୂର କରିବାକୁ ପଡ଼ୁଛି ଏବଂ ଅନ୍ୟ ପଟେ କୃଷକମାନଙ୍କୁ ସିଧା ସଳଖ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ଏବେ ଯେମିତି ଅତ୍ୟାବଶ୍ୟକ ସାମଗ୍ରୀ ସଂପର୍କୀତ ଗୋଟିଏ ଆଇନ ଆମ ଦେଶରେ ପ୍ରସ୍ତୁତ କରାଯାଇଥିଲା, ଯେତେବେଳେ ଦେଶରେ ଖାଦ୍ୟ ସମସ୍ୟା ଉକ୍ରଟ ରହିଥିଲା । ସେତେବେଳେ ଚାହିଦା ମୁତାବକ ଖାଦ୍ୟସାମଗ୍ରୀ ଉପଲବ୍ଧ ନଥିଲା । କିନ୍ତୁ ସେହି ଆଇନ ଆଜି ସୁଦ୍ଧା ବଳବତ୍ତର ରହିଛି ଯେତେବେଳେ କି ଆମେ ବିଶ୍ୱର ବିରାଟ ଖାଦ୍ୟ ସାମଗ୍ରୀ ଉତ୍ପାଦକ ରାଷ୍ଟ୍ର ହୋଇ ସାରିଛେ ।
ଗାଁମାନଙ୍କରେ ଯଦି ଉତ୍ତମ ଭଣ୍ଡାର ସୁବିଧା ସୃଷ୍ଟି କରାଯାଇ ନଥିଲା, କୃଷି ଆଧାରିତ ଉଦ୍ୟୋଗକୁ ଆମେ ଯଦି ପ୍ରୋତ୍ସାହନ ପ୍ରଦାନ କରୁନଥିଲୁ, ତେବେ ତାହାର ଏକ ବଡ଼ କାରଣ ଏହି ଆଇନ ଥିଲା ବୋଲି ଆମକୁ ଗ୍ରହଣ କରିବାକୁ ପଡ଼ିବ । ଏହି ଆଇନର ଉପଯୋଗ ଅପେକ୍ଷା ଅଧିକ ଦୁରୁପଯୋଗ କରାଯାଇଛି । ଏହା ଦ୍ୱାରା ଦେଶର ବ୍ୟବସାୟୀମାନଙ୍କୁ, ନିବେଶକମାନଙ୍କୁ ଅଧିକ ଡରାଇବା ଧମକାଇବା କାର୍ଯ୍ୟ କରାଯାଇଛି । ଏବେଏହି ଡର ତନ୍ତ୍ର ଦ୍ୱାରା କୃଷି ସହିତ ଯୋଡ଼ି ହୋଇଥିବା ବ୍ୟବସାୟକୁ ସଂପୂର୍ଣ୍ଣ ମୁକ୍ତ କରାଯାଇଛି । ଏହା ପରେ ଏବେ ବ୍ୟବସାୟୀ- କାରବାରକାରୀମାନେ ଗାଁମାନଙ୍କରେ ଷ୍ଟୋରେଜ୍ ବ୍ୟବସ୍ଥା କରି ଆଉ ଏକ ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ କରିବା ସକାଶେ ଆଗେଇ ଆସିବେ ।
ସାଥୀଗଣ,
ଆଜି ଯେଉଁ କୃଷି ଭିତ୍ତିଭୂମି ପାଣ୍ଠିର ଶୁଭାରମ୍ଭ କରାଯାଇଛି, ସେଥିରେ କୃଷକମାନେ ନିଜ ସ୍ତରରେ ମଧ୍ୟ ଗାଁମାନଙ୍କରେ ଭଣ୍ଡାରର ଆଧୁନିକ ସୁବିଧାସୁଯୋଗ ପ୍ରସ୍ତୁତ କରିପାରିବେ । ଏହି ଯୋଜନା ଦ୍ୱାରା ଗାଁରେ କୃଷକମାନଙ୍କୁ ସାମଗ୍ରିକ ଭାବେ, କୃଷକ ସମିତିମାନଙ୍କୁ, ଏପପିଓମାନଙ୍କ ୱେର ହାଉସ୍ ନିର୍ମାଣ କରିବା ନିମନ୍ତେ, କୋଲ୍ଡ ଷ୍ଟୋରେଜ୍ ନିର୍ମାଣ କରିବା ସକାଶେ, ଫୁଡ଼୍ ପ୍ରୋସେସିଂ ସହିତ ସଂଶ୍ଳିଷ୍ଟ ଉଦ୍ୟୋଗ ପ୍ରତିଷ୍ଠା କରିବା ଲାଗି 1 ଲକ୍ଷ କୋଟି ଟଙ୍କାର ସାହାଯ୍ୟ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହି ଯେଉଁ ରାଶି କୃଷକମାନଙ୍କୁ ଉଦ୍ୟମୀ କରିବା ନିମନ୍ତେ ଉପଲବ୍ଧ କରାଯାଉଛି, ଏହା ଉପରେ 3 ପ୍ରତିଶତ ସୁଧ ଛାଡ଼ର ମଧ୍ୟ ବ୍ୟବସ୍ଥା କରାଯାଇଛି । କିଛି ସମୟ ପୂର୍ବରୁ ଏହିଭଳି କିଛି କୃଷକ ସଂଘର ପ୍ରତିନିଧିମାନଙ୍କ ସହ ମୁଁ ଆଲୋଚନା କରୁଥିଲି । ଏହିସବୁ ସଂଘ ଢ଼େର୍ ବର୍ଷ ଧରି କୃଷକମାନଙ୍କୁ ସାହାଯ୍ୟ ସହଯୋଗ କରି ଆସୁଥିଲେ । ଏହି ନୂତନ ପାଣ୍ଠି ଗଠନ ହେବାଦ୍ୱାରା ଦେଶସାରା ଏଭଳି ସଂଗଠନମାନଙ୍କୁ ଢ଼େର୍ ଶକ୍ତି ମିଳିପାରିବ ।
ସାଥୀଗଣ,
ଏଭଳି ଅତ୍ୟାଧୁନିକ ଭିତ୍ତିଭୂମି ଗଠନ ହେବା ଦ୍ୱାରା କୃଷି ଉପରେ ଆଧାରିତ ଉଦ୍ୟୋଗ ସ୍ଥାପନ ସକାଶେ ପର୍ଯ୍ୟାପ୍ତ ସହଯୋଗ ମିଳିପାରିବ ।
ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଦେଶର ପ୍ରତ୍ୟେକ ଜିଲ୍ଲା ଯେଉଁସବୁ ଶସ୍ୟ ଉତ୍ପାଦନ ସକାଶେ ସୁଖ୍ୟାତି ଅର୍ଜନ କରିଛନ୍ତି ଏବଂ ସେହିସବୁ ସାମଗ୍ରକୁ ଦେଶ ଓ ଦୁନିଆସାରା ବିକ୍ରି କରନ୍ତି, ଏବେ ସେମାନେ ତାହାର ଏକ ବିରାଟ ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ମାଧ୍ୟମରେ ଦେଶର ଭିନ୍ନ ଭିନ୍ନ ଜିଲ୍ଲାରେ ଗାଁମାନଙ୍କ ନିକଟରେ ହିଁ କୃଷିଭିତ୍ତିକ ଉଦ୍ୟୋଗର କ୍ଲଷ୍ଟର ପ୍ରତିଷ୍ଠା ହେବାକୁ ଯାଉଛି ।
ସାଥୀଗଣ,
ଏବେ ଆମେମାନେ ଏହି ସ୍ଥିତି ଦିଗରେ ଧୀରେ ଧୀରେ ଆଗକୁ ବଢ଼ି ଚାଲିଛେ, ଯେଉଁଠି ଗ୍ରାମର କୃଷି ଉଦ୍ୟୋଗ ସହିତ ସଂଶ୍ଳିଷ୍ଟ ଖାଦ୍ୟ ଆଧାରିତ ଉତ୍ପାଦ ସହରକୁ ଯାଇପାରିବ ଏବଂ ସହରରୁ ଅନ୍ୟାନ୍ୟ ଔଦ୍ୟୋଗିକ ସାମଗ୍ରୀ ପ୍ରସ୍ତୁତ ହୋଇ ଗାଁରେ ପହଞ୍ଚିବ । ଏହା ହିଁ ତ ଆତ୍ମନିର୍ଭର ଭାରତ ଅଭିଯାନର ସଂକଳ୍ପ ଯାହା ପାଇଁ ଆମେ କାର୍ଯ୍ୟ କରିଚାଲିଛୁ । ଏବେ ପ୍ରଶ୍ନ ଉଠେ ଯେ ଯେଉଁସବୁ କୃଷି ଆଧାରିତ ଉଦ୍ୟୋଗ ପ୍ରତିଷ୍ଠା କରାଯିବ, ତାହାକୁ ଚଳାଇବ କିଏ? ସେଥିରେ ମଧ୍ୟ ଅଧିକତର ଭାଗିଦାରୀ ଆମର ଛୋଟମୋଟ କୃଷକମାନଙ୍କର ବଡ଼ ସମୂହ, ଯାହାଙ୍କୁ ଆମେ ଏଫପିଓ ବୋଲି କହିଥାଏ, କିମ୍ବା କୃଷକ ଉତ୍ପାଦକ ସଂଘ ବୋଲି ନାମିତ କରିଛେ, ସେମାନଙ୍କୁ ହିଁ ସବୁଠାରୁ ଅଧିକ ଫାଇଦା ହେବାକୁ ଯାଉଛି ।
ଏଇଥିପାଇଁ ବିଗତ ସାତ ବର୍ଷ ଧରି ଏଫପିଓ-କୃଷକ ଉତ୍ପାଦକ ସମୂହର ଏକ ବିରାଟ ନେଟୱର୍କ ପ୍ରସ୍ତୁତ କରିବାର ଅଭିଯାନ କାର୍ଯ୍ୟକାରୀ କରାଯାଉଛି । ଆଗାମୀ ବର୍ଷମାନଙ୍କରେ ଏଭଳି 10 ହଜାର ଏଫପିଓ-କୃଷକ ଉତ୍ପାଦକ ସମୂହ ସାରା ଦେଶରେ ଗଠିତ ହୋଇପାରିବ, ଏ ଦିଗରେ ମଧ୍ୟ କାର୍ଯ୍ୟ ଜାରି ରହିଛି ।
ସାଥୀଗଣ,
ଗୋଟିଏ ପଟେ ଏଫପିଓମାନଙ୍କ ନେଟୱର୍କ ଉପରେ କାର୍ଯ୍ୟ କରାଯାଉଛି ତ ଅନ୍ୟ ପଟେ କ୍ଷେତ ସହିତ ସଂଶ୍ଳିଷ୍ଟ ଷ୍ଟାର୍ଟ ଅପମାନଙ୍କୁ ପ୍ରୋତ୍ସାହିତ ମଧ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ପାଖାପାଖି ସାଢ଼େ ତିନି ଶହ କୃଷି ଷ୍ଟାର୍ଟ ଅପ୍ଙ୍କୁ ସହଯୋଗ ପ୍ରଦାନ କରାଯାଇ ସାରିଛି । ସେହିସବୁ ଷ୍ଟାର୍ଟ ଅପ୍, ଖାଦ୍ୟ ପ୍ରକ୍ରିୟାକରଣ ସହିତ ସଂଶ୍ଳିଷ୍ଟ ରହିଆସିଛନ୍ତି, କୃତ୍ରିମ ପ୍ରଜ୍ଞା, ଇଣ୍ଟରନେଟ୍ ଅଫ ଥିଙ୍ଗସ୍, କୃଷିକ୍ଷେତ୍ର ସହିତ ଜଡ଼ିତ ସ୍ମାର୍ଟ ଉପକରଣର ନିର୍ମାଣ ଏବଂ ଅକ୍ଷୟ ଶକ୍ତି ସହିତ ଯୋଡ଼ି ହୋଇପାରିଛି ।
ସାଥୀଗଣ,
କୃଷକମାନଙ୍କ ସହିତ ଯୋଡ଼ିହୋଇ ରହିଥିବା ଏସବୁ ଯେତେ ଯେତେ ଯୋଜନାମାନ ରହିଛି, ଯେତେ ଯେତେ ସଂସ୍କାର ଘଟାଯାଉଛି, ତାହାର କେନ୍ଦ୍ରବିନ୍ଦୁ ହେଉଛନ୍ତି ଆମର ଛୋଟ ଛୋଟ କୃଷକ ଭାଇମାନେ । ଏହି ଛୋଟ ଛୋଟ କୃଷକମାନେ, ସେମାନଙ୍କ ଉପରେ ସବୁଠାରୁ ଅଧିକ ସମସ୍ୟାର ବୋଝ ପଡ଼ିଥାଏ । ଏବଂ ଏହି ଛୋଟ ଛୋଟ କୃଷକମାନଙ୍କ ପର୍ଯ୍ୟନ୍ତ ସବୁ ସରକାରୀ ସାହାଯ୍ୟ ସହଯୋଗ ପହଞ୍ଚି ପାରିନଥାଏ । ବିଗତ 6-7 ବର୍ଷ ଭିତରେ ଦେଶର ଛୋଟ କୃଷକମାନଙ୍କ ସ୍ଥିତିରେ ପରିବର୍ତ୍ତନ ଆଣିବା ସକାଶେ ସରକାର ସବୁମତେ ପ୍ରୟାସ କରି ଆସୁଛନ୍ତି । ଛୋଟ ଛୋଟ କୃଷକମାନଙ୍କୁ ଦେଶର କୃଷିକୁ ସଶକ୍ତିକରଣ କରିବା କାର୍ଯ୍ୟକ୍ରମ ସହ ସଂଶ୍ଳିଷ୍ଟ କରାଯାଉଛି ଏବଂ ଏହାଦ୍ୱାରା ସେମାନେ ମଧ୍ୟ ସଶକ୍ତ ହୋଇ ପାରିବେ, ସେକଥାକୁ ମଧ୍ୟ ସୁନିଶ୍ଚିତ କରାଯାଉଛି ।
ସାଥୀଗଣ,
ଦୁଇ ଦିନ ପୂର୍ବେ, ଦେଶର ଛୋଟ ଛୋଟ କୃଷକମାନଙ୍କ ସହିତ ଯୋଡ଼ିହୋଇ ରହିଥିବା ଏକ ବହୁତ ବଡ଼ ଯୋଜନାର ଶୁଭାରମ୍ଭ କରାଯାଇଥିଲା ଯାହା ଆମାଗୀ ଦିନରେ ସମଗ୍ର ଦେଶକୁ ବହୁତ ବଡ଼ ଲାଭ ପ୍ରଦାନ କରିବାକୁ ଯାଉଛି । ଦେଶର ପ୍ରଥମ କିଷାନ ରେଳ ମହାରାଷ୍ଟ୍ର ଏବଂ ବିହାର ମଧ୍ୟରେ ଚଳାଚଳ ଆରମ୍ଭ କରିଛି ।
ଏବେ ମହାରାଷ୍ଟ୍ରର କମଳା, ଅଙ୍ଗୁର, ପିଆଜ ଭିଳ ଅନେଭ ଫଳ ଓ ପନିପରିବାକୁ ନେଇ ଏହି ଟ୍ରେନ୍ ବାହାରିବ ଏବଂ ବିହାରରୁ ମଖାନା, ଲିଚି, ପାନ, ତାଜା ପନିପରିବା, ମାଛ ଭଳି ଆହୁରି ଅନେକ ସାମଗ୍ରୀ ଧରି ଫେରିବ । ଅର୍ଥାତ୍, ବିହାରର ଛୋଟ ବଡ଼ କୃଷକମାନେ ମୁମ୍ବାଇ ଏବଂ ପୁଣେ ଭଳି ବଡ଼ ବଡ଼ ସହର ସହିତ ସିଧା ସଳଖ ଯୋଡ଼ି ହୋଇଗଲେ । ଏହି ପ୍ରଥମ ଟ୍ରେନର ଲାଭ ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶର କୃଷକମାନଙ୍କୁ ମଧ୍ୟ ମିଳିପାରିବ । କାରଣ ଟ୍ରେନ୍ ତ ସେହି ବାଟ ଦେଇ ଯାତାୟାତ କରିବ । ଏହି ଟ୍ରେନର ବିଶେଷତା ହେଲା ଏଇଆ ଯେ ଏହା ସଂପୂର୍ଣ୍ଣ ରୂପେ ବାତାନୁକୁଳିତ ହୋଇଛି । ଅର୍ଥାତ, ଏକ ପ୍ରକାର କହିବାକୁ ଗଲେ ଏହାକୁ ରେଳ ଧାରଣା ଉପରେ ଦୌଡ଼ୁଥିବା ଏକ ଶୀତଳ ଭଣ୍ଡାର ବୋଲି କୁହାଯାଇପାରେ ।
ଏହି ଟ୍ରେନରେ ଦୁଧ, ଫଳ, ପନିପରିବା, ମାଛ, ପାଳଙ୍ଗ ଏହିଭଳି ସକଳ ପ୍ରକାର କୃଷିଜାତ ଦ୍ରବ୍ୟ ପରିବହନ ହେବ ଏବଂ ସେଥିରୁ କେବଳ କୃଷକମାନଙ୍କୁ ହିଁ ସର୍ବାଧିକ ଲାଭ ମିଳିବ ଏବଂ ସହରମାନଙ୍କରେ ଏସବୁ ଉପଯୋଗ କରୁଥିବା ଉପଭୋକ୍ତାମାନେ ମଧ୍ୟ ସେଥିରୁ ଉପକୃତ ହେବେ ।
କୃଷକମାନଙ୍କୁ ଲାଭ ହେବ ଯେ ସେମାନେ ନିଜର ଫସଲକୁ ଆଉ ସ୍ଥାନୀୟ ମଣ୍ଡି କିମ୍ବା ହାଟ ବଜାରରେ କମ୍ ଦାମରେ ବିକ୍ରି କରିବା ପାଇଁ ମଜବୁର ହେବାକୁ ପଡ଼ିବନାହିଁ । ଟ୍ରକମାନଙ୍କରେ ଫଳ ପନିପରିବା ଭଳି ନେବା ଆଣିବା କଲାବେଳେ ଯେତିକି ପନିପନରିବା ନଷ୍ଟ ହେଉଥିଲା ତାହା ଆଉ ହେବନାହିଁ । ସେମାନଙ୍କୁ ଆଉ ସେଥିପାଇଁ ବ୍ୟତିବ୍ୟସ୍ତ ହେବାକୁ ପଡ଼ିବନାହିଁ ଏବଂ ଟ୍ରକମାନଙ୍କୁ ଅତ୍ୟଧିକ ଭଡ଼ା ଗଣିବାକୁ ପଡ଼ିବନାହିଁ ।
ସହରମାନଙ୍କରେ ରହୁଥିବା ସାଥୀଗଣଙ୍କୁ ଏଇଆ ଲାଭ ହେବ ଯେ ଏବେ ସେମାନେ ବର୍ଷାଦିନ ଯୋଗୁ କିମ୍ବା ଅନ୍ୟ କୌଣସି ସଂକଟ ପରିସ୍ଥିତିରେ ତାଜା ପନିପରିବା କିମ୍ବା ଫଳ ଆଦିର ଅଭାବ ଅନୁଭବ କରିବେନାହିଁ । ପୁଣି ସେସବୁର ଦାମ ବି କମ୍ ରହିବ । କେବଳ ସେତିକି ନୁହେଁ, ଏହା ଦ୍ୱାରା ଗାଁର ଛୋଟ ମୋଟ କୃଷକମାନଙ୍କ ସ୍ଥିତିରେ ମଧ୍ୟ ଢ଼େର୍ ପରିବର୍ତ୍ତନ ଘଟିବ ।
ଏବେ ଯେତେବେଳେ ଦେଶର ବଡ଼ ବଡ଼ ସହରମାନଙ୍କ ପର୍ଯ୍ୟନ୍ତ ଛୋଟ ମୋଟ କୃଷକମାନେ ପହଞ୍ଚିବାକୁ ଆରମ୍ଭ କଲେଣି, ସେତେବେଳେ ତଟକା ପନିପରିବା ଉପୁଜାଇବା ଦିଗରେ କୃଷକମାନେ ମଧ୍ୟ ଆଗଭର ହେବେ । ପଶୁପାଳନ ଏବଂ ମତ୍ସ୍ୟପାଳନ ଦିଗରେ ସେମାନେ ମଧ୍ୟ ପ୍ରୋତ୍ସାହିତ ହେବେ । ଏହାଦ୍ୱାରା କମ୍ ଜମିରୁ ଅଧିକ ଆୟ ମିଳିବାର ମାର୍ଗ ଉନ୍ମୋଚନ ହୋଇପାରିବ, ରୋଜଗାର ଏବଂ ସ୍ୱରୋଜଗାର ଭଳି ଅନେକ ନୂଆ ନୂଆ ଅବସର ମଧ୍ୟ ମିଳିପାରିବ ।
ସାଥୀଗଣ,
ଏସବୁ ଯେତେ ଯେତେ ପଦକ୍ଷେପମାନ ସରକାର ଗ୍ରହଣ କରିଛନ୍ତି ସେଥିରୁ ଏକବିଂଶ ଶତାବ୍ଦୀରେ ଦେଶର ଗ୍ରାମୀଣ ଅର୍ଥ ବ୍ୟବସ୍ଥା ଯଥା ଶୀଘ୍ର ବଦଳିବାକୁ ଯାଉଛି, କୃଷିକର୍ମ ଦ୍ୱାରା ଉପାର୍ଜନ କାହିଁ କେତେ ଗୁଣ ବୃଦ୍ଧି ପାଇବାକୁ ଯାଉଛି । ନିକଟରେ ଗ୍ରହଣ କରାଯାଇଥିବା ପ୍ରତ୍ୟେକ ସିଦ୍ଧାନ୍ତ, ଆଗାମୀ ଦିଗରେ ଗାଁ ପାର୍ଶ୍ଵବର୍ତ୍ତୀ କ୍ଷେତ୍ରରେ ରୋଜଗାରର ନୂଆ ନୂଆ ସାଧନ ପ୍ରସ୍ତୁତ କରିବାକୁ ଯାଉଛି ।
ଗାଁ ଏବଂ କୃଷକ, ବିପଦ ଆପଦ ପରିସ୍ଥିତିରେ ସୁଦ୍ଧା ଦେଶକୁ କିଭଳି ଭାବେ ସମ୍ଭାଳି ଆସିଛନ୍ତି ଏବଂ କେତେ ସହଯୋଗ ଦେଇପାରନ୍ତି, ଏକଥା ବିଗତ 6 ମାସରେ ଆମେ ନିଜ ଆଖିରେ ଦେଖିଆସୁଛୁ । ସେମାନେ କେବଳ ଆମର କୃଷକ ନୁହନ୍ତି, ଯେଉଁମାନେ ଲକ୍ ଡାଉନ୍ ସମୟରେ ସୁଦ୍ଧା ଦେଶକୁ ଖାଦ୍ୟ ପାନୀୟ ଭଳି ଜରୁରି ସାମଗ୍ରୀ ଯୋଗାଇ ଚାଲିଛନ୍ତି ଏବଂ ଆମକୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ଦେଇନାହାନ୍ତି । ସମଗ୍ର ଦେଶ ଯେତେବେଳେ ଲକଡାଉନରେ ଥିଲା, ସେତେବେଳେ ଆମର କୃଷକମାନେ କ୍ଷେତରେ ଫସଲ କାଟିବା କାର୍ଯ୍ୟରେ ବ୍ୟସ୍ତ ଥିଲେ ଏବଂ ତଳି ପକାଉଥିଲେ । ଏଭଳି କରି ସେମାନେ ମଧ୍ୟ ଏକ ରେକର୍ଡ଼ ସୃଷ୍ଟି କରି ଚାଲିଥିଲେ ।
ଲକ ଡାଉନ୍ ପୂର୍ବର ଦିନମାନଙ୍କ ଠାରୁ ନେଇ ଦୀପାବଳୀ ଏବଂ ଛଠ୍ ପୂଜା ପର୍ଯ୍ୟନ୍ତ 8 ମାସ ପାଇଁ 80 କୋଟିରୁ ଅଧିକ ଦେଶବାସୀଙ୍କୁ ଯଦି ଆମେ ମାଗଣାରେ ରାସନ ପହଞ୍ଚାଇ ପାରୁଛେ, ତେବେ ତା’ପଛରେ ଥିବା ଅସଲ ସାମର୍ଥ୍ୟ ଆମର କୃଷକ ଭାଇମାନଙ୍କ ହିଁ ନିହିତ ରହିଛି ।
ସାଥୀଗଣ,
ସରକାର ମଧ୍ୟ ସୁନିଶ୍ଚିତ କରିଛନ୍ତି ଯେ, କୃଷକମମାନଙ୍କ ଉତ୍ପାଦନର ରେକର୍ଡ଼ ପରିମାଣ କ୍ରୟ କରିବେ । ଯାହା ପୂର୍ବ ଥର ତୁଳନାରେ ପାଖାପାଖି 27 ହଜାର କୋଟି ଟଙ୍କା ଅଧିକ ହେବ ଏବଂ ସେହି ଅର୍ଥ କୃଷକମାନଙ୍କ ପକେଟକୁ ହିଁ ଯିବ । ବିହନ ହେଉ ଅଥବା ସାର, ଏବେ ମୁସ୍କିଲ ପରିସ୍ଥିତିରେ ସୁଦ୍ଧା ରେକର୍ଡ଼ ଉତ୍ପାଦନ କରାଯାଇଛି ଏବଂ ଏହାର ଚାହିଦା ଅନୁସାରେ କୃଷକମାନଙ୍କ ନିକଟରେ ତାହା ପହଞ୍ଚାଯାଉଛି ।
ଏହାହିଁ କାରଣ ଯେ ଏଭଳି ସଂକଟର ସମୟରେ ସୁଦ୍ଧା ଆମର ଗ୍ରାମୀଣ ଅର୍ଥ ବ୍ୟବସ୍ଥା ମଜଭୁତ ରହିଛି, ଗାଁରେ ସମସ୍ୟା ମଧ୍ୟ କମ୍ ହୋଇଛି ।
ଆମର ଗାଁର ଏଭଳି ସାମର୍ଥ୍ୟ ଦେଶର ବିକାଶର ଗତିକୁ ଆହୁରି ପ୍ରଖର କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ । ଏହି ବିଶ୍ୱାସର ସହ ଆପଣମାନଙ୍କୁ ସମସ୍ତ କୃଷକ ସାଥୀମାନଙ୍କ ବହୁତ ବହୁତ ଶୁଭକାମନା ଜ୍ଞାପନ କରୁଛି!
କରୋନା ମହାମାରୀକୁ ଗାଁରୁ ବାହାରେ ରଖିବାରେ ଯେଉଁ ପ୍ରଶଂସନୀୟ କାର୍ଯ୍ୟ ଆପଣମାନେ କରିଛନ୍ତି, ସେଭଳି ପ୍ରୟାସକୁ ଆପଣମାନେ ଜାରି ରଖନ୍ତୁ ।
ଦୁଇ ଗଜର ଦୂରତା ଏବଂ ମାସ୍କ ପରିଧାନ ନିଶ୍ଚୟ କରନ୍ତୁ ଏବଂ ଏହି ମନ୍ତ୍ରକୁ ସଦା ସର୍ବଦା ଜାରି ରଖନ୍ତୁ ।
ସତର୍କ ରହନ୍ତୁ, ସୁରକ୍ଷିତ ରହନ୍ତୁ ।
ଆପଣମାନଙ୍କ ନିକଟରେ ବହୁତ ବହୁତ ଋଣୀ!!
**********
(Release ID: 1644669)
Visitor Counter : 251
Read this release in:
Assamese
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam