ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ଶ୍ରୀରାମ ଜନ୍ମଭୂମି ମନ୍ଦିର’ର ଭୂମି ପୂଜନ ସମ୍ପନ୍ନ

• ଆପୋସ ସ୍ନେହ ଓ ଭ୍ରାତୃତ୍ୱଭାବର ମୂଳଦୂଆ ଉପରେ ମନ୍ଦିର ନିର୍ମାଣ ହେବା ଉଚିତ : ପ୍ରଧାନମନ୍ତ୍ରୀ
• ‘ସବକା ସାଥ’ ଜରିଆରେ ଏବଂ ‘ସବକା ବିଶ୍ୱାସ’ ସହିତ ଆମକୁ ‘ସବକା ବିକାଶ’ କରିବାର ଅଛି : ପ୍ରଧାନମନ୍ତ୍ରୀ
• ରାମ ମନ୍ଦିର ଆମ ସଂସ୍କୃତି, ଚିରନ୍ତନ ବିଶ୍ୱାସ, ରାଷ୍ଟ୍ରୀୟ ଭାବନା ଏବଂ ସାମୂହିକ ଇଚ୍ଛାଶକ୍ତିର ଆଧୁନିକ ପ୍ରତୀକ ହେବ ଯାହା ପରବର୍ତ୍ତୀ ପିଢ଼ିକୁ ଅନୁପ୍ରାଣିତ କରିବ : ପ୍ରଧାନମନ୍ତ୍ରୀ
• ରାମ ମନ୍ଦିର ନିର୍ମାଣ ଫଳରେ ସ୍ଥାନୀୟ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆସିବ: ପ୍ରଧାନମନ୍ତ୍ରୀ
• ରାମମନ୍ଦିର ସ୍ୱପ୍ନକୁ ସାକାର କରିବା ଲାଗି ସଂଘର୍ଷ କରିଥିବା ଲୋକମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
• ଶ୍ରୀରାମ ହେଉଛନ୍ତି ଦେଶର ବିବିଧତା ମଧ୍ୟରେ ଏକତାର ସୂତ୍ର : ପ୍ରଧାନମନ୍ତ୍ରୀ
• ବର୍ତ୍ତମାନର କୋଭିଡ ପରିସ୍ଥିତିରେ ‘ଦୁଇ ଗଜ ଦୂରତା-ମାସ୍କ ଜରୁରି’, ‘ମର୍ଯ୍ୟାଦା’ର ଆବଶ୍ୟକତା ରହିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ

Posted On: 05 AUG 2020 2:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାଠାରେଶ୍ରୀରାମ ଜନ୍ମଭୂମି ମନ୍ଦିରପାଇଁ ଭୂମି ପୂଜନ ସମ୍ପନ୍ନ କରିଛନ୍ତି

ଭାରତ ପାଇଁ ଏକ ଗୌରବମୟ ଅଧ୍ୟାୟ

ପ୍ରଧାନମନ୍ତ୍ରୀ ଏହି ପବିତ୍ର ଅବସରରେ ଉଦବୋଧନ ଦେଇ ଦେଶବାସୀ ସାରା ବିଶ୍ୱରେ ଥିବା ରାମଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଥିଲେଏହାକୁ ଏକ ଐତିହାସିକ କ୍ଷଣ ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ ଭାରତ ଆଜି ଏକ ଗୌରବମୟ ଅଧ୍ୟାୟର ଆରମ୍ଭ କରୁଛିଆଜି ସାରା ଦେଶବାସୀ ଉତ୍ସାହିତ ଏବଂ ଭାବପ୍ରବଣ ହୋଇଉଠିଛନ୍ତିସେମାନଙ୍କ ଦୀର୍ଘ ଶତାବ୍ଦୀର ସ୍ୱପ୍ନ ଆଜି ସାକାର ହୋଇପାରିଛିସେମାନଙ୍କ ମଧ୍ୟରୁ କିଛି ଲୋକ ସେମାନଙ୍କ ଜୀବନ କାଳ ମଧ୍ୟରେ ଏପରି କିଛି ଘଟୁଥିବା ବିଶ୍ୱାସ କରିପାରୁନାହାନ୍ତିସେ କହିଥିଲେ ଯେ ରାମ ଜନ୍ମଭୂମି ବାରମ୍ବାର ଭାଙ୍ଗିବା ଏବଂ ପୁନଃନିର୍ମାଣ ହେବା ଚକ୍ରରୁ ମୁକ୍ତ ହୋଇଛିଏବେ ଟେଂଟ ସ୍ଥାନରେ ରାମଲଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ

ପ୍ରଧାନମନ୍ତ୍ରୀ କହିଥିଲେ ଯେ 15 ଅଗଷ୍ଟ ଯେପରି ସ୍ୱାଧୀନତା ପାଇଁ ସାରା ଦେଶରେ ସଂଗ୍ରାମ କରିଥିବା ଳୋକମାନଙ୍କ ବଳିଦାନର ପ୍ରତିନିଧିତ୍ୱ କରିଥାଏ ଠିକ ସେହିପରି ଆଜିର ଦିନ ରାମ ମନ୍ଦିର ପାଇଁ ପିଢ଼ି ପରେ ପିଢ଼ି ସଂଘର୍ଷ କରିଥିବା ଲୋକମାନଙ୍କ ସମର୍ପଣ ଏବଂ ନିରନ୍ତର ସଂଘର୍ଷର ପ୍ରତିନିଧିତ୍ୱ କରିବରାମ ମନ୍ଦିର ସ୍ୱପ୍ନକୁ ସାକାର କରିବା ଲାଗି ସଂଘର୍ଷ କରିଥିବା ଲୋକମାନଙ୍କୁ ସେ ସ୍ମରଣ କରିବା ସହିତ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ

ଶ୍ରୀରାମ - ଆମ ସଂସ୍କୃତିର ଆଧାର

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀରାମଙ୍କ ଅସ୍ଥିତ୍ୱକୁ ଶେଷ କରିଦେବା ପାଇଁ ବାରମ୍ବାର ପ୍ରୟାସ କରାଯାଇଛି, କିନ୍ତୁ ସେ ଏବେ ବି ଆମ ସଂସ୍କୃତିର ଆଧାର ହୋଇ ରହିଛନ୍ତିସେ କହିଥିଲେ ଯେ ରାମ ମନ୍ଦିର ଆମ ସଂସ୍କୃତି, ଚିରନ୍ତନ ବିଶ୍ୱାସ, ରାଷ୍ଟ୍ରୀୟ ଭାବନା ଏବଂ ସାମୁହିକ ଇଚ୍ଛାଶକ୍ତିର ଆଧୁନିକ ପ୍ରତୀକ ଯାହା ଭବିଷ୍ୟତର ପିଢ଼ିକୁ ଅନୁପ୍ରାଣିତ କରିବରାମ ମନ୍ଦିର ନିର୍ମାଣ ହେବା ଫଳରେ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ସୁଯୋଗ ସୃଷ୍ଟି ହେବ ଏବଂ ଏହା ସ୍ଥାନୀୟ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଦିନ କୋଟି କୋଟି ରାମଭକ୍ତମାନଙ୍କର ଅତୁଟ ବିଶ୍ୱାସ ଦୃଢ଼ସଂକଳ୍ପର ପ୍ରମାଣ ଦେଉଛିଗତ ବର୍ଷ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ପ୍ରତ୍ୟେକ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଦେଶବାସୀ ପ୍ରକଟ କରିଥିବା ଧୈର୍ଯ୍ୟ ସଂଯମକୁ ସେ ପ୍ରଶଂସା କରିଥିଲେସମାନ ପ୍ରକାରର ଧୈର୍ଯ୍ୟ ସଂଯମ ଆଜି ମଧ୍ୟ ଦେଖିବାକୁ ମିଳିଛି

ଶ୍ରୀରାମ ଚନ୍ଦ୍ରଙ୍କ ବିଜୟ, ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋବର୍ଦ୍ଧନ ପର୍ବତ ଧାରଣ, ଛତ୍ରପତି ଶିବାଜୀଙ୍କ ଦ୍ୱାରା ସ୍ୱରାଜ ପ୍ରତିଷ୍ଠା, ଗାନ୍ଧୀଜୀ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେବା ଭଳି ଗରିବ, ପଛୁଆ, ଦଳିତ, ଆଦିବାସୀଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ କିଭଳି ଭାବେ ସଫଳତା ଅର୍ଜନ କରିଛନ୍ତି ସେ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେସେହିପରି, ସାଧାରଣ ଜନତାଙ୍କ ସହଯୋଗ ଏବଂ ଯୋଗଦାନ ବଳରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି ବୋଲି ସେ କହିଥିଲେ

ଶ୍ରୀରାମ ଚନ୍ଦ୍ରଙ୍କ ଚରିତ୍ର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଭୁ ଶ୍ରୀରାମ ସବୁବେଳେ ସତ୍ୟ ପ୍ରତି ଗଭୀର ନିଷ୍ଠା ରଖୁଥିଲେ ଏବଂ ସାମାଜିକ ସଦଭାବନାକୁ ସେ ନିଜ ଶାସନର ଆଧାର ଭାବେ ପ୍ରତିଷ୍ଠା କରିଥିଲେସେ ନିଜ ପ୍ରଜାମାନଙ୍କୁ ସମାନ ଭାବେ ଭଲ ପାଉଥିଲେ, କିନ୍ତୁ ଗରିବ ବଂଚିତଙ୍କ ପାଇଁ ତାଙ୍କ ହୃଦୟରେ ଅପାର କରୁଣା ଭରି ରହିଥିଲାଜୀବନର ଏପରି କୌଣସି ଗୋଟିଏ ଦିଗ ନାହିଁ ଯେଉଁଥିରେ ଶ୍ରୀରାମ ଅନ୍ୟମାନଙ୍କୁ ଅନୁପ୍ରାଣିତ କରୁନଥିବେଦେଶର ସଂସ୍କୃତି, ଦର୍ଶନ, ବିଶ୍ୱାସ ଏବଂ ପରମ୍ପରାର ବ୍ୟାପକ କ୍ଷେତ୍ରରେ ଶ୍ରୀରାମଙ୍କ ପ୍ରଭାବ ଦୃଶ୍ୟମାନ ହୋଇଥାଏ

ଶ୍ରୀରାମ ବିବିଧତା ମଧ୍ୟରେ ଏକତାର ସୂତ୍ର

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀରାମ ସବୁବେଳେ ଅନ୍ୟମାନଙ୍କ ପାଇଁ ଆଲୋକବର୍ତ୍ତିକା ସାଜିଛନ୍ତିପ୍ରାଚୀନ କାଳର ବାଲ୍ମିକୀ ରାମାୟଣ, ମଧ୍ୟଯୁଗରେ ତୁଲସୀଦାସ, କବୀର ଗୁରୁନାନକ ଏବଂ ମହାତ୍ମା ଗାନ୍ଧୀଙ୍କ ଭଜନରେ ସେ ଅହିଂସା ସତ୍ୟାଗ୍ରହର ପ୍ରେରଣାଶକ୍ତି ହୋଇ ରହିଥିଲେଭଗବାନ ବୁଦ୍ଧ ମଧ୍ୟ ଶ୍ରୀରାମଙ୍କ ସହିତ ଯୋଡ଼ି ହୋଇ ରହିଥିଲେଅଯୋଧ୍ୟା ସହର ଶହ ଶହ ବର୍ଷ ଧରି ଜୈନମାନଙ୍କର ଆସ୍ଥାର କେନ୍ଦ୍ର ହୋଇ ରହିଆସିଛି ବୋଲି ସେ କହିଥିଲେପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀରାମ ଦେଶରେ ବିବିଧତା ମଧ୍ୟରେ ଏକତାର ସାଧାରଣ ସୂତ୍ର

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଅନ୍ୟ ଦେଶରେ ମଧ୍ୟ ଶ୍ରୀରାମ ପୂଜନୀୟସର୍ବାଧିକ ମୁସଲିମ ବହୁଳ ରାଷ୍ଟ୍ର ଇଣ୍ଡୋନେସିଆ, କାମ୍ବୋଡ଼ିଆ, ଲାଓସ, ମାଲେସିୟା, ଥାଇଲାଣ୍ଡ, ଶ୍ରୀଲଙ୍କା, ନେପାଳ ଆଦି ଦେଶରେ ରାମାୟଣ ଖୁବ ଲୋକପ୍ରିୟ ବୋଲି ସେ ତାଲିକା ଦେଇ କହିଥିଲେଏପରିକି ଚୀନ ଇରାନରେ ମଧ୍ୟ ଶ୍ରୀରାମଙ୍କ ବିଷୟରେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଥାଏବିଭିନ୍ନ ଦେଶରେ ରାମକଥା ବିଶେଷ ଲୋକପ୍ରିୟରାମ ମନ୍ଦିର ନିର୍ମାଣ ସହିତ ଏସବୁ ଦେଶର ଲୋକମାନେ ଏବେ ନିଶ୍ଚିତ ଭାବେ ଆନନ୍ଦିତ ହେଉଥିବେ

ସମଗ୍ର ମାନବ ଜାତି ପାଇଁ ପ୍ରେରଣା

ଭବିଷ୍ୟତରେ ଏହି ମନ୍ଦିର ସମଗ୍ର ମାନବ ଜାତି ପାଇଁ ପ୍ରେରଣା ସାଜିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେସେ ଉଲ୍ଲେଖ କରିଥିଲେ ଯେ ଶ୍ରୀରାମଙ୍କ ବାଣୀ, ରାମମନ୍ଦିର ଏବଂ ଆମର ବହୁପ୍ରାଚୀନ ପରମ୍ପରା ସମଗ୍ର ବିଶ୍ୱରେ ପହଁଚିବା ଜରୁରି  । ଏହାକୁ ଦୃଷ୍ଟିରେ ରଖି ଦେଶରେ ରାମ ସର୍କିଟ ନିର୍ମାଣ କରାଯାଉଛି

ରାମରାଜ୍ୟ

ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ ଜାତିର ପିତା ମହାତ୍ମା ଗାନ୍ଧୀ ରାମରାଜ୍ୟ ପ୍ରତିଷ୍ଠାର ପରିକଳ୍ପନା କରିଥିଲେସେ କହିଥିଲେ ଯେ ଶ୍ରୀରାମଙ୍କ ବାଣୀ ସାରା ଦେଶର ମାର୍ଗଦର୍ଶନ କରି ଚାଲିଛି, ଏଥିରେ ସାମିଲ ରହିଛି : ଦେଶରେ କେହି ଯେପରି ଗରିବ ଦୁଃଖୀ ରହିବେ ନାହିଁ, ପୁରୁଷ ମହିଳା ସମାନ ଭାବେ ସୁଖୀ ରହିବେ; କୃଷକ ପଶୁପାଳକ ସବୁବେଳେ ସୁଖରେ ରହିବେ; ବୃଦ୍ଧ, ଶିଶୁ ଏବଂ ଚିକିତ୍ସକମାନଙ୍କୁ ସବୁବେଳେ ସୁରକ୍ଷା ଦିଆଯିବ; ଆଶ୍ରା ଚାହୁଁଥିବା ଲୋକମାନଙ୍କୁ ସବୁବେଳେ ସୁରକ୍ଷା ଯୋଗାଇ ଦିଆଯିବ; ଜନ୍ମଭୂମି ସ୍ୱର୍ଗଠାରୁ ବଳି ଏବଂ ରାଷ୍ଟ୍ର ଯେତେ ଅଧିକ ଶକ୍ତିଶାଳୀ ହେବ ଶାନ୍ତି ବଜାୟ ରଖିବାର ସାମର୍ଥ୍ୟ ସେତିକି ବଢ଼ିବ ।  ଶ୍ରୀରାମ ଆଧୁନିକତା ଏବଂ ପରିବର୍ତ୍ତନର ପ୍ରତୀକଶ୍ରୀରାମଙ୍କ ଏସବୁ ଆଦର୍ଶକୁ ପାଳନ କରି ଦେଶ ପ୍ରଗତି ପଥରେ ଅଗ୍ରସର ହେଉଛି

ଆପୋସ ସ୍ନେହ ଭ୍ରାତୃତ୍ୱଭାବର ମୂଳଦୁଆ

ଆପୋସ ସ୍ନେହ ଏବଂ ଭ୍ରାତୃତ୍ୱ ଭାବର ମୂଳଦୁଆ ଉପରେ ମନ୍ଦିର ନିର୍ମାଣ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେସେ କହିଥିଲେ ଯେସବକା ସାଥ (ସମସ୍ତଙ୍କର ସହଯୋଗ)ଜରିଆରେ ସବକା ବିଶ୍ୱାସ (ସମସ୍ତଙ୍କର ବିଶ୍ୱାସ)ସହିତ ଆମେସବକା ବିକାଶ (ସମସ୍ତଙ୍କର ବିକାଶ) ଲକ୍ଷ୍ୟ ହାସଲ କରିବୁ ଏବଂ ଆତ୍ମବିଶ୍ୱାସୀ ଆତ୍ମନିର୍ଭର ଭାରତର ନିର୍ମାଣ କରିବୁବିଳମ୍ବ ହେବା ଅନୁଚିତ ଏବଂ ଆମେ ଆଗକୁ ଆଗେଇ ଯିବା ଉଚିତ, ଶ୍ରୀରାମଙ୍କ ଏହି ବାଣୀ ଉପରେ ସେ ଆଲୋକପାତ କରିବା ସହିତ ସାରା ଦେଶ ଏହାକୁ ଅନୁସରଣ କରିବା ଆବଶ୍ୟକ ବୋଲି କହିଥିଲେ

କୋଭିଡ ସମୟରେ ମର୍ଯ୍ୟାଦା

ଅଭିଭାଷଣର ଶେଷରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନର କୋଭିଡ ପରିସ୍ଥିତିରେ ଶ୍ରୀରାମଙ୍କମର୍ଯ୍ୟାଦାମାର୍ଗର ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେସେ କହିଥିଲେ ଯେଦୁଇ ଗଜ ଦୂରତା-ମାସ୍କ ଜରୁରିବର୍ତ୍ତମାନର ପରିସ୍ଥିତିରେ ଆବଶ୍ୟକ ମର୍ଯ୍ୟାଦା ଏବଂ ଏହାକୁ ସମସ୍ତେ ପାଳନ କରିବା ଉଚିତ ବୋଲି ସେ ଆହ୍ୱାନ କରିଥିଲେ

 

**************



(Release ID: 1643534) Visitor Counter : 141