ଭାରତୀୟ ପ୍ରତିଯୋଗିତା ଆୟୋଗ

ଅଦାନୀ ପାୱାର ଲିମିଟେଡ ଦ୍ଵାରା ଓପିଜିସିର ପ୍ରସ୍ତାବିତ 49 ପ୍ରତିଶତ ଇକ୍ୟୁଟି ସେୟାର ଅଧିଗ୍ରହଣକୁ ସିସିଆଇ ମଞ୍ଜୁରି

ପୋଷ୍ଟ କରାଯିବା ଦିନାଙ୍କ: 30 JUL 2020 7:23PM by PIB Bhubaneswar

ଅଦାନୀ ପାୱାର ଲିମିଟେଡ (ଏପିଏଲ) ଦ୍ଵାରା ଓଡିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି)ର ପ୍ରସ୍ତାବିତ 49 ପ୍ରତିଶତ ଇକ୍ୟୁଟି ସେୟାର ଅଧିଗ୍ରହଣକୁ କମ୍ପିଟିସନ କମିଶନ ଅଫ ଇଣ୍ଡିଆ (ସିସିଆଇ) ମଞ୍ଜୁରି ପ୍ରଦାନ କରିଛନ୍ତି ଏପିଏଲ ଅଦାନୀ ଗ୍ରୁପର ଏକ କମ୍ପାନୀ, ଏହାର ସେୟାର ଉଭୟ ବମ୍ବେ ଓ ନେସନାଲ ଷ୍ଟକ ଏକ୍ସଚେଞ୍ଜରେ ରହିଛି । ଏପିଏଲ ମୁଖ୍ୟତଃ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଅଛି ।

ଓପିଜିସି ଓଡିଶା ସରକାରଙ୍କର ଏକ ସାର୍ବଜନୀନ କମ୍ପାନୀ ଯାହାକି ଓଡିଶା ସରକାର, ଏଇଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଏବଂ ଏଇଏସ ଓପିଜିସି ହୋଲଡିଙ୍ଗର ମିଳିତ ଉଦ୍ୟୋଗ । ଓପିଜିସି ମଧ୍ୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟରତ । ଏହି ପ୍ରସ୍ତାବିତ ଅଧିଗ୍ରହଣ ସମ୍ପର୍କିତ ସିସିଆଇର ବିସ୍ତୃତ ନିର୍ଦ୍ଦେଶ ପରବର୍ତ୍ତୀ କାଳରେ ଜାରି କରାଯିବ ।

 

**********


(ରିଲିଜ ଆଡି: 1642437) ପରିଦର୍ଶକ କାଉଣ୍ଟର : 187
ଏହି ରିଲିଜ ପଢନ୍ତୁ : English , Marathi , हिन्दी , Manipuri , Punjabi , Tamil , Telugu