ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଏକବିଂଶ କାରଗିଲ ବିଜୟ ଦିବସ ଅବସରରେ ବୀର ଶହୀଦଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଶ୍ରଦ୍ଧାଞ୍ଜଳି; ଶହୀଦଙ୍କ ବୀରତ୍ୱ ଓ ପରାକ୍ରମର ସ୍ମୃତିଚାରଣ

• କାରଗିଲ ବିଜୟ ଦିବସ ଭାରତର ଆତ୍ମ ସମ୍ମାନ, ଅଦ୍ୱିତୀୟ ସାହସିକତା ଓ ଦୃଢ଼ ନେତୃତ୍ୱର ପ୍ରତୀକ – ସ୍ଵରାଷ୍ଟ୍ର ମନ୍ତ୍ରୀ
• କାରଗିଲରୁ ଶତ୍ରୁଙ୍କୁ ହଟାଇବାରେ ଉଦାହରଣୀୟ ସାହସ ପ୍ରଦର୍ଶନ କରିଥିବା ବୀର ଯୋଦ୍ଧାଙ୍କୁ ମୋର ଅଭିବାଦନ
• କାରଗିଲ ବିଶ୍ୱର ଅନ୍ୟତମ ବିପଦସଂକୁଳ ଉପତ୍ୟକା ଯେଉଁଠି ଭାରତୀୟ ସୈନ୍ୟ ଏହାର ଶିଖରରେ ଜାତୀୟ ପତାକା କରିଥିଲେ ଉତ୍ତୋଳନ
• ଏହି ବୀର ଯବାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ରାଷ୍ଟ୍ର ଗର୍ବିତ: ଶ୍ରୀ ଅମିତ ଶାହ

Posted On: 26 JUL 2020 2:14PM by PIB Bhubaneshwar

କାରଗିଲ ବିଜୟ ଦିବସର ଏକବିଂଶ ବାର୍ଷିକ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ସାହସ ଓ ପରାକ୍ରମର ସ୍ମୃତିଚାରଣ କରିଛନ୍ତି । ସେ କହିଛନ୍ତି ଯେ କାରଗିଲ ବିଜୟ ଦିବସ ଭାରତର ଆତ୍ମସମ୍ମାନ, ଅଦ୍ୱିତୀୟ ସାହସିକତା ଓ ଦୃଢ ନେତୃତ୍ୱର ପ୍ରତୀକ ।

ସେ କହିଛନ୍ତି ଯେ ବିଶ୍ୱର ଅନ୍ୟତମ ଅତି ବିପଦସଂକୁଳ ଉପତ୍ୟକା କାରଗିଲରୁ ଶତ୍ରୁମାନଙ୍କୁ ହଟାଇ ଏହି ପାହାଡର ଶିଖରରେ ତ୍ରିରଙ୍ଗା ପତାକା ସ୍ଥାପନ କରିବାରେ ଉଦାହରଣୀୟ ସାହସ ଓ ପରାକ୍ରମ ପ୍ରଦର୍ଶନ କରିଥିବା ଆମର ବୀର ଯବାନମାନଙ୍କୁ ମୁଁ ସାଲ୍ୟୁଟ୍‌ କରୁଛି । ରାଷ୍ଟ୍ର ବୀର ଯବାନମାନଙ୍କ ପାଇଁ ଗର୍ବିତ । ସେମାନେ ମାତୃଭୂମିର ଆଞ୍ଚଳିକ ଅଖଣ୍ଡତାକୁ ସୁରକ୍ଷିତ ରଖିବାକୁ ସମର୍ପିତ

1999 ଜୁଲାଇ 26 ତାରିଖରେ ଅପରେସନ ବିଜୟମାଧ୍ୟମରେ ଭାରତୀୟ ସେନା ପାକିସ୍ତାନକୁ କାରଗିଲ ଯୁଦ୍ଧରେ ପରାସ୍ତ କରିଥିଲା । ସେହିଦିନଠାରୁ ଏହି ଦିବସକୁ କାରଗିଲ ବିଜୟ ଦିବସଭାବେ ପାଳନ କରାଯାଇଆସୁଛି । ପ୍ରତିବର୍ଷ ଏହି ଅବସରରେ ଭାରତୀୟ ଯବାନମାନଙ୍କ ଅଦମନୀୟ ସାହସ, ଶକ୍ତି, ପରାକ୍ରମ ଏବଂ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରାଯାଉଛି ।

 

**********

 

 



(Release ID: 1641424) Visitor Counter : 200