ଅର୍ଥ ମନ୍ତ୍ରଣାଳୟ

ଆଇଜିଆଇ ବିମାନବନ୍ଦରରେ 66 ଲକ୍ଷ ଟଙ୍କାରୁ ଅଧିକ ଚୋରାଚାଲାଣ ସିଗାରେଟ ଜବତ କରିଛି ଦିଲ୍ଲୀ କଷ୍ଟମ୍ସ

Posted On: 24 JUL 2020 7:28PM by PIB Bhubaneshwar

କୋଭିଡ-19 କାରଣରୁ ଦୁବାଇରେ ଫସି ରହି ଫେରିଥିବା 13 ଜଣ ଭାରତୀୟ ଯାତ୍ରୀଙ୍କ ଠାରୁ 23 ଜୁଲାଇ, 2020ରେ ଦିଲ୍ଲୀ କଷ୍ଟମ୍ସ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ଚିତ୍ରିତ ଚେତାବନୀ ନଥିବା ବିଦେଶୀ ସିଗାରେଟ (3700 ଦଣ୍ଡା) ଜବତ କରି ଚୋରା ଚାଲାଣ ମାମଲା ରୁଜୁ କରିଛି ଯାତ୍ରୀମାନେ ବିମାନ ନମ୍ବର ଇକେ-510 ଦେଇ ଦୁବାଇରୁ ଦିଲ୍ଲୀ ଯାତ୍ରା କରୁଥିଲେ ଏବଂ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ-3ରେ 23.07.2020 ସକାଳ 09:05ରେ ପହଞ୍ଚିଥିଲେ ଏହି 13 ଜଣ ଭାରତୀୟ ଯାତ୍ରୀ ଗ୍ରୀନ ଚ୍ୟାନେଲ ପାର ହେବା ପରେ ସେମାନଙ୍କୁ ଧରା ଯାଇଥିଲା

କଷ୍ଟମ୍ସ ଆଇନ 1962ର ଧାରା 110 ଅନୁଯାୟୀ ଉଦ୍ଧାର ହୋଇଥିବା ସିଗାରେଟ ଜବତ କରାଯାଇଛି ଜବତ ସାମଗ୍ରୀର ସାମୂହିକ ମୂଲ୍ୟ 66.60 ଲକ୍ଷ

କଷ୍ଟମ୍ସ ଆଇନ 1962ର ଧାରା 104 ଅନୁଯାୟୀ 13 ଜଣ ଭାରତୀୟ ଯାତ୍ରୀଙ୍କୁ ଗିରଫ କରାଯାଇଛି ଅଧିକ ଅନୁସନ୍ଧାନ ଚାଲିଛି

 

**********


(Release ID: 1641077) Visitor Counter : 138