ପ୍ରତିରକ୍ଷା ମନ୍ତ୍ରଣାଳୟ

ଲେହର ଦିହାରଠାରେ ଡିଆରଡିଓ ଯୋଗାଇଲା କୋଭିଡ-19 ପରୀକ୍ଷା ସୁବିଧା

Posted On: 23 JUL 2020 12:59PM by PIB Bhubaneshwar

ଲଦାଖ ଅଞ୍ଚଳରେ କରୋନା ମାମଲାଗୁଡିକର ଚିହ୍ନଟ ପାଇଁ ଲେହର ଅତି ଉଚ୍ଚ ଗବେଷଣା କେନ୍ଦ୍ର ଦିହାରଠାରେ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ପକ୍ଷରୁ ଏକ କୋଭିଡ-19 ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି ଏହି ପରିକ୍ଷା ଯୋଗୁଁ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ସଂକ୍ରମିତଙ୍କ ଉପରେ ନଜର ରଖାଯାଇପାରିବ । ଆଇସିଏମଆର ପକ୍ଷରୁ ପ୍ରଦତ୍ତ ମାର୍ଗଦର୍ଶିକା ଅନୁଯାୟୀ ଏହି କେନ୍ଦ୍ର ସ୍ଥାପନ କରାଯାଇଛି । ଲଦାଖର ଉପରାଜ୍ୟପାଳ ଶ୍ରୀ ଆର.କେ.ମାଥୁର ଗତକାଲି (22.07.2020) ଏହି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ।

ଦିହାରସ୍ଥିତ ଏହି କେନ୍ଦ୍ରରେ ଦୈନିକ 50ଟି ପର୍ଯ୍ୟନ୍ତ ନମୁନା ପରୀକ୍ଷା କରାଯାଇପାରିବ । ଏହି କେନ୍ଦ୍ର ପକ୍ଷରୁ କୋଭିଡ ପରୀକ୍ଷା ପାଇଁ ଲୋକଙ୍କୁ ତାଲିମ ଦିଆଯାଇପାରିବ ଏହାଛଡା ଅନ୍ୟାନ୍ୟ ଜୈବିକ ଓ ପଶୁ ସମ୍ପଦ ରୋଗ ସମ୍ପର୍କରେ ଗବେଷଣା ମଧ୍ୟ କରାଯାଇପାରିବ ଏହି କେନ୍ଦ୍ର ଉଦ୍ଘାଟନ କରିବା ଅବସରରେ ଉପରାଜ୍ୟପାଳ ଶ୍ରୀ ମାଥୁର କୋଭିଡ-19 ପରିଚାଳନା ଦିଗରେ ଡିଆରଡିଓର ଭୂମିକାକୁ ପ୍ରଶଂସା କରିବା ସହ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ଏବଂ ଡିଆରଡିଓ ଅଧ୍ୟକ୍ଷ ଡଃ ଜି. ସତିଶ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଥିଲେ ଶ୍ରୀ ମାଥୁର ପରୀକ୍ଷା କେନ୍ଦ୍ର ମଧ୍ୟ ବୁଲି ଦେଖିବା ସହ ପରୀକ୍ଷାଗାର ସହିତ ସଂଶ୍ଳିଷ୍ଟ ଗବେଷକ ଓ ସ୍ଵାସ୍ଥ୍ୟକର୍ମୀମାନେ ଯେପରି ସୁରକ୍ଷିତ ରହନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ

ଏହି ଅବସରରେ ଦିହାରର ନିର୍ଦ୍ଦେଶକ ଡଃ ଓ.ପି.ଚୌରାସିୟା, ବ୍ରିଗେଡିୟର ଜେ.ବି.ସିଂହ, ଏନଆରଆଇଏସଆରର ନିର୍ଦ୍ଦେଶକ ଡଃ ପଦ୍ମା ଗୁରମିତ, ଲେହସ୍ଥିତ ଏସଏନଏମ ହସ୍ପିଟାଲର ଡାକ୍ତରୀ ବିଶେଷଜ୍ଞ, ବରିଷ୍ଠ ସେନାଧିକାରୀ ଓ ଡିଆରଡିଓର ବୈଜ୍ଞାନିକଗଣ ଉପସ୍ଥିତ ଥିଲେ ।  ଦିହାର ହେଉଛି ଡିଆରଡିଓର ଏକ ପ୍ରମୁଖ ଜୀବବିଜ୍ଞାନ ପରୀକ୍ଷାଗାର । ଏହି ପରୀକ୍ଷାଗାର ଔଷଧୀୟ ଓ ସୁବାଷିତ ଗୁଳ୍ମରାଜିଗୁଡିକୁ ଚିହ୍ନଟ କରି ଏହାକୁ ପ୍ରତିରକ୍ଷାର ବିଭିନ୍ନ କାର୍ଯ୍ୟରେ ଲଗାଇବା ସହ ଅତି ଉଚ୍ଚ ଅଞ୍ଚଳ ଓ ଅତ୍ୟଧିକ ଥଣ୍ଡା ସ୍ଥାନରେ ସବୁଜ ବଳୟ ସୃଷ୍ଟି କରିବାରେ ସାହାଯ୍ୟ କରେ

**********



(Release ID: 1640711) Visitor Counter : 202