ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତ-ଚୀନ 4ର୍ଥ ପର୍ଯ୍ୟାୟ ସାମରିକସ୍ତରୀୟ କଥାବର୍ତ୍ତା

Posted On: 16 JUL 2020 1:01PM by PIB Bhubaneshwar

ପ୍ରକୃତ ନିୟନ୍ତ୍ରଣ ରେଖାରେ ଯେଉଁ ଉତ୍ତେଜନା ସୃଷ୍ଟି ହୋଇଛି ତାହାର ସମାଧାନ ପାଇଁ ଉଭୟ ଭାରତ ଓ ଚୀନ ସାମରିକ ତଥା କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି । ଏହି ପ୍ରକ୍ରିୟାରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚାଲିଛି । ଗତ 14 ତାରିଖରେ ଦୁଇ ପକ୍ଷଙ୍କ ମଧ୍ୟରେ ଚୁସୁଲୁଠାରେ 4ର୍ଥ ପର୍ଯ୍ୟାୟ ସାମରିକ ସ୍ତରୀୟ ଆଲୋଚନା ହୋଇଥିଲା । ପ୍ରକୃତ ନିୟନ୍ତ୍ରଣ ରେଖାର ଭାରତ ପାଶ୍ୱର୍ରେ ହୋଇଥିବା ଏହି ଆଲୋଚନାରେ ଦୁଇ ପକ୍ଷର ବରିଷ୍ଠ ସାମରିକ ଅଧିକାରୀମାନେ ଭାଗ ନେଇଥିଲେ । ଦୁଇଦେଶର ସ୍ୱତନ୍ତ୍ର ପ୍ରତିନିଧିଙ୍କ ଦ୍ୱାରା ପୂର୍ବରୁ ହୋଇଥିବା ଆଲୋଚନା ଏବଂ ସୀମାରେଖାରୁ ପରସ୍ପର ପଛକୁ ହଟିବା ଆଦି ସଂପର୍କରେ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ଚତୁର୍ଥ ପର୍ଯ୍ୟାୟ ବୈଠକରେ ତାହାର ସମୀକ୍ଷା କରାଯାଇଥିଲା । ଏହି ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ସଂପୂର୍ଣ୍ଣ କରିବା ଉପରେ ଉଭୟ ପକ୍ଷ ସମୀକ୍ଷା କରିଥିଲେ ।

ଦୁଇପକ୍ଷ ନିୟନ୍ତ୍ରଣ ରେଖାରୁ ସଂପୂର୍ଣ୍ଣ ଅପସରି ଆସିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଅଙ୍ଗୀକାରବଦ୍ଧ ଅଛନ୍ତି । ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ଏହା ଉପରେ ନିରନ୍ତର ନଜର ରଖିବାକୁ ପଡିବ । ଉଭୟ ପକ୍ଷ ସାମରିକ ଓ କୂଟନୈତିକ ସ୍ତରରେ ନିୟମିତ ବୈଠକ କରି ଏହି ପ୍ରକ୍ରିୟାକୁ ଆଗେଇ ନେଉଛନ୍ତି ।

 

**********



(Release ID: 1639158) Visitor Counter : 200