ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
ବିଶ୍ଵର ବିଭିନ୍ନ ଦେଶରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭାରତରେ ଅଭିନବ ଉଦ୍ଭାବନ ପାଇଁ ନିବେଦନ କଲେ ଧର୍ମେନ୍ଦ୍ର ପ୍ରଧାନ
Posted On:
12 JUL 2020 11:42AM by PIB Bhubaneshwar
ବିଶ୍ଵର ବିଭିନ୍ନ ବିଶ୍ୱ ବିଶ୍ୱବିଦ୍ୟାଳୟର ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଭାରତ ଆସି ଅଭିନବ ଉଦ୍ଭାବନ ସହିତ ଉଦୀୟମାନ ସୁଯୋଗର ଅନୁସନ୍ଧାନ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି । ସେ ଗତକାଲି ଭାରତରେ ଶେଷ ମାଇଲ୍ ଶକ୍ତି ପ୍ରବେଶ ଉପରେ ବିଦେଶରେ ଥିବା ଯୁବ ବିଦ୍ୱାନ, ଛାତ୍ର ଏବଂ ବନ୍ଧୁମାନଙ୍କ ସହିତ ଭିଡିଓ କାନଫରେନ୍ସ ଯୋଗେ ସମ୍ପର୍କ କରିଥିଲେ । ପ୍ରିନ୍ସଟନ୍ ୟୁନିଭରସିଟିର ଲିଡ୍ ଇଣ୍ଡିଆ ଗ୍ରୁପ୍, ଥିଙ୍କ ଇଣ୍ଡିଆ ପର୍ଡୁ, ଡେଭଲପମେଣ୍ଟ ସଶକ୍ତିକରଣ ଏବଂ ମେରିଲ୍ୟାଣ୍ଡ ୟୁନିଭରସିଟିରେ ଇଣ୍ଡିଆ ଗ୍ରୁପ୍ ଦ୍ୱାରା ଏହି ଇ-ମିଟ୍ ଆୟୋଜିତ ହୋଇଥିଲା |
ଭାରତର ଶକ୍ତି ଦୃଷ୍ଟିକୋଣରୁ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ଶକ୍ତିର ଭବିଷ୍ୟତ ପାଇଁ ଏକ ସ୍ୱଚ୍ଛ ମାର୍ଗଦର୍ଶିକା କଳ୍ପନା କରିଛନ୍ତି, ଯାହା ଶକ୍ତି ଉପଲବ୍ଧତା ଏବଂ ସମସ୍ତ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଶକ୍ତି ସୁଲଭତା, ଦକ୍ଷତା ଉପରେ ନିର୍ଭର କରେ ।
ଓଡିଶା ବୌଦ୍ଧିକ କ୍ଷମତାର ପେଣ୍ଠସ୍ଥଳି । ଏହାକୁ ଧ୍ୟାନରେ ରଖି ଓଡିଆ ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଉପଯୋଗ କରି କରୋନା ପରବର୍ତ୍ତୀ ଦୃଶ୍ୟପଟ୍ଟରେ ଓଡିଶା ଓ ଭୁବନେଶ୍ୱରରେ ଥିବା ନୂଆ ସମ୍ଭାବନାକୁ ସୁଯୋଗରେ ପରିଣତ କରାଯାଇପାରିବ ବୋଲି ବିଦେଶରେ ରହୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଲାଷ୍ଟ ମାଇଲ ଏନର୍ଜି ଆକ୍ସେସ ଇନ ଇଣ୍ଡିଆ ଉପରେ ଆୟୋଜିତ ୱେବିନାରରେ ଓଡିଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି, ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ହେବା ପାଇଁ ଯାଉଛି । ଓଡିଶା ତଥା ଭୁବନେଶ୍ୱରରେ ଅପାର ସମ୍ଭାବନା ରହିଛି । କରୋନାର ପରବର୍ତ୍ତୀ ସମୟରେ ଓଡିଶା ତଥା ଭୁବନେଶ୍ୱରକୁ ବିକଶିତ କରିବା ପାଇଁ ଯୁବ ସମ୍ବଳକୁ ଉପଯୋଗ କରାଯିବ ଏବଂ ନୂଆ ମାର୍ଗ ଓ ନୂଆ ମଡେଲ ଦିଗରେ ଭାରତ ସରକାର କାର୍ଯ୍ୟ କରିବା ପାଇଁ ଯୋଜନା ରଖିଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଉର୍ଜା ଚାହିଦାରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି । ଚୀନ ଓ
ଆମେରିକା ପରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର ହୋଇଛି । ଉର୍ଜା କ୍ଷେତ୍ରରେ ବର୍ତ୍ତମାନ ଦେଶରେ ଗ୍ୟାସର ସେୟାର 6.2 ପ୍ରତିଶତ ରହିଛି ଏବଂ 2030 ସୁଦ୍ଧା ଏହାକୁ 15 ପ୍ରତିଶତ କରାଇବାର ଲକ୍ଷ୍ୟ ରଖାଯାଇଛି । ନିକଟରେ ପ୍ରଥମ ଅନଲାଇନ୍ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ ହୋଇଛି । ଏହି ପ୍ଲାଟଫର୍ମ ଦେଶକୁ ପ୍ରାକୃତିକ ଗ୍ୟାସର ଫ୍ରି ମାର୍କେଟିଂ ପ୍ରାଇସିଂ ଦିଗରେ ଆଗେଇ ନେବାରେ ସାହାଯ୍ୟ କରିବ ।
ସେହିପରି ନିକଟରେ ଦେଶର ବିଭିନ୍ନ ଅଂଚଳରେ 56ଟି ସିଏନଜି ଷ୍ଟେସନର ଲୋକାର୍ପଣ ହୋଇଯାଇଛି । ଏହା ସିଜିଡି ବା ସିଟି ଗ୍ୟାସ ବିତରଣ କ୍ଷେତ୍ରରେ ଦେଶର ଜନସଂଖ୍ୟାର 70 ପ୍ରତିଶତ ଏବଂ 53 ପ୍ରତିଶତ ଭୌଗଳିକ କ୍ଷେତ୍ରକୁ ଆଚ୍ଛାଦିତ କରୁଛି । ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ଏହା ସହାୟକ ହେବ । ଦେଶର ଉର୍ଜା ଆମଦାନୀକୁ ହ୍ରାସ କରିବା ପାଇଁ ଭାରତ ସରକାର କାମ କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଜୈବ ଅର୍ଥନୀତିର ବିକାଶ ପାଇଁ ଭାରତ ପାଖରେ ଅପାର ସମ୍ଭାବନା ରହିଛି । ଉର୍ଜାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଦେଶର ନୂଆ ଜୈବ ଉର୍ଜା ନୀତି ଦେଶର ଅନ୍ନଦାତା କୃଷକଙ୍କୁ ଉର୍ଜାଦାତା କରିବା ପାଇଁ ବିଧିବଦ୍ଧ ଯୋଜନା କ୍ରିୟାନ୍ୱିତ କରାଯାଉଛି । ଆଜି ଦିନରେ ଭାରତର ମୁଣ୍ଡପିଛା କାର୍ବନ ଗ୍ୟାସ୍ ନିଗର୍ମନ ବିଶ୍ୱର ହାରାହାରି ହାର ଠାରୁ କମ୍ ରହିଛି ଏବଂ ଏହାକୁ ଆହୁରି କମ୍ କରିବା ପାଇଁ ଜୈବଇନ୍ଧନ ଉପଯୁକ୍ତ ମାଧ୍ୟମ । ତୈଳ ଆମଦାନୀକୁ ହ୍ରାସ କରିବାରେ ମଧ୍ୟ ଜୈବଇନ୍ଧନ ଏକ ଭଲ ମାଧ୍ୟମ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା କୋଟି କୋଟି ଗରିବ ମହିଳାଙ୍କ ଜୀବନଶୈଳିକୁ ପରିବର୍ତ୍ତନ କରିଛି । ଏହି ଯୋଜନାରେ ଗରିବ ଘରେ ଗ୍ୟାସ ପହଁଚିପାରିଛି । ସବୁ ଭାରତୀୟ ଲୋକମାନେ ସ୍ୱଚ୍ଛ, ସୁଲଭ, ନିରନ୍ତର ଉର୍ଜା ପାଇପାରିବେ ସେ ଦିଗରେ ଭାରତ ସରକାରଙ୍କ ପକ୍ଷରୁ ନିରନ୍ତର ଉଦ୍ୟମ ଜାରୀ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ବିଶ୍ୱର କାର୍ଲିଫର୍ଣ୍ଣିଆ, ପ୍ରିନ୍ସଟନ, କେମ୍ବ୍ରିଜ୍, ଟୋରୋଣ୍ଟୋ ସମେତ 40ରୁ ଉଦ୍ଧ୍ୱର୍ ବିଶ୍ୱବିଦ୍ୟାଳୟର ଭାରତୀୟ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲା ବେଳେ ଏଥିରେ ଓଡିଆ ଦୁଇ ଛାତ୍ର ସୋନିକ କିରନ ଦାଶ ଏବଂ ସୌମେନ ମହାପାତ୍ର ସାମିଲ ଓ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ସାମିଲ ଥିଲେ । ବୈଷୟିକ ଶିକ୍ଷା, ରାଜନୀତି ବିଜ୍ଞାନ, ଅର୍ଥନୀତି, ସାମାଜିକ ବିଜ୍ଞାନରେ ପାରଙ୍ଗମ ଥିବା ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।
**********
(Release ID: 1638219)