ଶକ୍ତି ମନ୍ତ୍ରଣାଳୟ

ପିଏମ-କୁସୁମ ଯୋଜନା ଅଧୀନରେ ପଞ୍ଜୀକରଣ ପାଇଁ ଆବେଦନ ଗ୍ରହଣ କରୁଥିବା ଜାଲ ୱେବସାଇଟ ନେଇ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ନୂତନ ମାର୍ଗଦର୍ଶିକା

Posted On: 10 JUL 2020 2:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ କିଶାନ ଉର୍ଜା ସୁରକ୍ଷା ଏବଂ ଉତ୍ଥାନ ମହାଅଭିଯାନ (ପିଏମ-କୁସୁମ)ରେ ପଞ୍ଜୀକରଣ କରିବା ନିମନ୍ତେ ଜାଲ ୱେବସାଇଟଗୁଡିକ ନେଇ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଆଜି (10.07.2020) ନୂତନ ମାର୍ଗଦର୍ଶିକା ଜାରି କରିଛି ନିକଟରେ ପିଏମ-କୁସୁମ ଯୋଜନା ପାଇଁ ପଞ୍ଜୀକରଣ ପୋର୍ଟାଲ ବାବଡକୁ ଦୁଇଟି ୱେବସାଇଟ ବେଆଇନ ଭାବେ ତିଆରି ହୋଇଥିବା ମନ୍ତ୍ରଣାଳୟର ନଜରକୁ ଆସିଛି । ଏହି ୱେବସାଇଟ ଗୁଡିକର ଠିକଣା ହେଲା - https://kusum-yojana.co.in/ ଏବଂ https://www.onlinekusumyojana.co.in/ ଏଭଳି ୱେବସାଇଟଗୁଡିକ ଜାରି କରିଥିବା ଅପରାଧୀମାନେ ଏହି ପୋର୍ଟାଲକୁ ମାଧ୍ୟମ କରି ସାଧାରଣ ଜନତାଙ୍କୁ ଠକି ଥାନ୍ତି । ବିଭାଗୀୟ ମନ୍ତ୍ରଣାଳୟ ଏହି ୱେବସାଇଟ ପ୍ରସ୍ତୁତି ପଛରେ ଥିବା ଅପରାଧୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସତ୍ଵେ ସାଧାରଣ ଜନତା ଓ ପ୍ରକୃତ ହିତାଧିକାରୀମାନଙ୍କୁ ନୂତନ ମାର୍ଗଦର୍ଶିକା ଜାରି କରି ସଚେତନ କରାଇ ଦେଉଛି । ଏହି ନୂତନ ପୋର୍ଟାଲଗୁଡିକ ମଧ୍ୟ ଏହାର ବୈଧତା ପରୀକ୍ଷା କରିବା ପାଇଁ ନିବେଦନ କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ପିଏମ-କୁସୁମ ପାଇଁ ପ୍ରଶାସନିକ ଅନୁମୋଦନ ମନ୍ତ୍ରଣାଳୟ ପକ୍ଷରୁ 8 ମାର୍ଚ୍ଚ, 2019ରେ ଜାରି କରାଯାଇଥିଲା । ପରେ ପରେ ଜୁଲାଇ 22, 2019ରେ ଏହି ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶାବଳିମାନ ମଧ୍ୟ ଜାରି କରାଯାଇଛି । ଏହି ଯୋଜନା ସୌର ପମ୍ପ ପ୍ରତିଷ୍ଠା, ବିଦ୍ୟୁତ ଗ୍ରୀଡ ଦ୍ଵାରା ସଂଯୁକ୍ତ କୃଷି କାର୍ଯ୍ୟ ପାଇଁ ବ୍ୟବହୃତ ପମ୍ପର ସୌରଶକ୍ତିକରଣ, ଅକ୍ଷୟ ଶକ୍ତି ପ୍ଳାଣ୍ଟ ଦ୍ଵାରା ଗ୍ରୀଡକୁ ସଂଯୁକ୍ତ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ଯୋଜନା ଆରମ୍ଭ ହେବା ପରେ କେତେକ ୱେବସାଇଟ ଏହାକୁ ପଞ୍ଜୀକରଣ କରିବା ପାଇଁ ତିଆରି ହୋଇଥିବା ନଜରକୁ ଆସିଛି । ଜନସାଧାରଣଙ୍କ ହିତ ଦୃଷ୍ଟିରୁ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ 18, 2019 ଓ ଜୁନ 03, 2020ରେ ଏହାର ପଞ୍ଜୀକରଣ ନେଇ ମାର୍ଗଦର୍ଶିକା ଜାରି କରାଯାଇଥିଲା । ଏଥିସହ ସଂଶ୍ଳିଷ୍ଟ ହିତାଧିକାରୀମାନଙ୍କୁ ଅବଗତ କରାଇ ଦିଆଯାଉଛି ଯେ, ପିଏମ-କୁସୁମ ଯୋଜନା ସମ୍ପୃକ୍ତ ରାଜ୍ୟଗୁଡ଼ିକର ତ୍ୱରାନ୍ୱିତ କରୁଥିବା ସଂସ୍ଥା ଦ୍ଵାରା ପରିଚାଳିତ ହେଉଛି । ଏହିସବୁ ସଂସ୍ଥାଗୁଡ଼ିକ ସମ୍ପର୍କରେ ସବିଶେଷ ତଥ୍ୟ ମନ୍ତ୍ରଣାଳୟର ୱେବସାଇଟ www.mnre.gov.in ରେ ଉପଲବ୍ଧ । ମନ୍ତ୍ରଣାଳୟ କୌଣସି ହିତାଧିକାରୀଙ୍କୁ ଏହାର ୱେବସାଇଟ ଜରିଆରେ କୌଣସି ପଞ୍ଜୀକୃତ କରେନାହିଁ । ସେଦୃଷ୍ଟିରୁ ଏହି ଯୋଜନା ପାଇଁ କରାଯାଇଥିବା ପଞ୍ଜୀକରଣ ପୋର୍ଟାଲ ବିଭ୍ରାନ୍ତିକର ଓ ନକଲି ସଂକ୍ରାନ୍ତରେ କୌନସାଇ ଜାଲ ୱେବସାଇଟ ଦୃଷ୍ଟିଗୋଚର ହେଲେ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟକୁ ଅବଗତ କରାଇବା ପାଇଁ ଅନୁରୋଧ କରାଯାଇଛି । ଏହି ଯୋଜନା ପାଇଁ ଯୋଗ୍ୟ ଉପଯୁକ୍ତ ହିତାଧିକାରୀଙ୍କ ସମ୍ପର୍କରେ ତଥ୍ୟ ଓ ଯୋଜନାକୁ ତ୍ୱରାନ୍ୱିତ କରାଇବାର ପ୍ରକ୍ରିୟା ମନ୍ତ୍ରଣାଳୟର ୱେବସାଇଟ www.mnre.gov.in ରେ ସନ୍ନିବେଶିତ । ଏଥିପାଇଁ ଆଗ୍ରହୀ ଜନସାଧାରଣ ମନ୍ତ୍ରଣାଳୟର ୱେବସାଇଟ ଦେଖିବା ସହ ଦେୟମୁକ୍ତ ହେଲ୍ପଲାଇନ ନମ୍ବର 1800-180-3333ରେ ଯୋଗାଯୋଗ କରିବାକୁ କୁହାଯାଇଛି ।

 

**********

 



(Release ID: 1637861) Visitor Counter : 243