ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

ଲୋକପ୍ରିୟ ଖଦୀ ମାସ୍କର ଅନଲାଇନ ବିକ୍ରି ଆରମ୍ଭ

Posted On: 08 JUL 2020 3:14PM by PIB Bhubaneshwar

ଲୋକପ୍ରିୟ ଖଦୀ ମାସ୍କ ଏବେ ଅନଲାଇନରେ ବିକ୍ରି ପାଇଁ ଉପଲବ୍ଧଏହା ଦେଶର ବିଭିନ୍ନ ପ୍ରାନ୍ତରେ ରହୁଥିବା ଲୋକମାନଙ୍କ ପାଇଁ ଉପଯୋଗୀ ହୋଇପାରିବବିଭିନ୍ନ ସମସ୍ୟା ଯୋଗୁ ଯେଉଁମାନେ ଖଦୀ ଭାରତ ଦୋକାନଗୁଡିକୁ ଯାଇପାରୁନଥିବେ ସେମାନେ ଏହାର ସୁବିଧା ନେଇପାରିବେଖଦି ମାସ୍କ କ୍ରୟ କରିବା ପାଇଁ http://www.kviconline.gov.in/khadimask. ଅନଲାଇନରେ ଅର୍ଡର କରିବାକୁ ହେବ

ଖଦୀ ଏବଂ ଗ୍ରାମଦ୍ୟୋଗ କମିଶନ (KVIC) ଦ୍ୱାରା ଖଦୀ ସୂତା ଏବଂ ସିଲ୍କ ମାସ୍କ ବିକ୍ରୟ କରାଯାଉଛିଖଦୀ ସୂତାରେ ପ୍ରସ୍ତୁତ ପ୍ରତି ମାସ୍କର ମୂଲ୍ୟ 30 ଟଙ୍କା ଏବଂ ଖଦୀ ସିଲ୍କ ମାସ୍କର ମୂଲ୍ୟ 100 ଟଙ୍କା ରଖାଯାଇଛିଅନଲାଇନ ମାସ୍କ କ୍ରୟ କରିବା ପାଇଁ ଅତି କମରେ 500 ଟଙ୍କାର ଅର୍ଡର କରିବାକୁ ପଡିବଉପଲବ୍ଧ କରାଯାଇଥିବା ଚାରି ପ୍ରକାର ମାସ୍କ ମଧ୍ୟରୁ ନିଜ ପସନ୍ଦର ମାସ୍କ କ୍ରେତା ଚୟନ କରିପାରିବେକଳା ଧଡି ସହ ଧଳା ସୂତାରେ ତିଆରୀ ମାସ୍କ, ତ୍ରିରଂଗା ଧଡି ସାଙ୍ଗକୁ ଧଳା ସୂତା ସିଲ୍କ ମାସ୍କ, ବିଭିନ୍ନ ରଙ୍ଗର ପ୍ରିଣ୍ଟ ସିଲ୍କ ମାସ୍କ ଅନଲାଇନରେ ଉପଲବ୍ଧ

କ୍ରୟ କରିବାର 5 ଦିନ ମଧ୍ୟରେ କ୍ରେତାଙ୍କ ପାଖରେ କେଭିଆଇସି ଦ୍ୱାରା ମାସ୍କଗୁଡିକର ପରିବହନ ସଂପୂର୍ଣ୍ଣ ମାଗଣାରେ କରାଯିବସଂପ୍ରତି ମାସ୍କଗୁଡିକ ଦେଶ ଭିତରେ ହିଁ ବିକ୍ରୟ କରାଯିବାର ବ୍ୟବସ୍ଥା କରାଯାଇଛି

କେଭିଆଇସି ଅଧ୍ୟକ୍ଷ ଶ୍ରୀ ବିନୟ କୁମାର ସକ୍ସେନା କହିଥିଲେ ଯେ ଜନସାଧାରଣଙ୍କୁ ପ୍ରକୃତ ଖଦୀରେ ପ୍ରସ୍ତୁତ ଫେସ ମାସ୍କ ଯୋଗାଇ ଦେବା ତଥା କ୍ରେତାମାନଙ୍କୁ ଠକେଇରୁ ନିବୃତ୍ତ ରଖିବା ପାଇଁ ଅନଲାଇନରେ ବିକ୍ରି ବ୍ୟବସ୍ଥା କରାଯାଇଛିଅନେକ ଅନଲାଇନ ପୋର୍ଟାଲରେ ଖଦୀ ନାଁ ରେ ମାସ୍କ ବିକ୍ରୀ କରାଯାଉଛି ଯାହା ଅସଲି ଖଦୀ ନୁହେଁ କି ହାତ ତିଆରୀ ମଧ୍ୟ ନୁହେଁଅନେକ ଲୋକ ଅତି ସହଜରେ ଏହି ଠକାମିର ଶିକାର ହେଉଛନ୍ତି

ବିଶେଷ ଭାବେ, ଖଦୀ ସୂତା ଫେସ ମାସ୍କ ଡବଲ-ଟ୍ୱିଷ୍ଟେଡ ଶତ ପ୍ରତିଶତ ସୂତା କପଡାରେ ପ୍ରସ୍ତୁତ କରାଯାଇଛିତିନୋଟି ଭାଙ୍ଗ ସହ ଦୁଇ ପରସ୍ତର ଏହି ମାସ୍କ ତିନୋଟି ପ୍ରକାରରେ ଉପଲବ୍ଧ - ଲଘୁ, ମଧ୍ୟମ ଏବଂ ବଡଏହି ମାସ୍କ ଦୁଇ ପ୍ରକାରରେ ଉପଲବ୍ଧ - କଳା ପାଇପିଙ୍ଗ ସହ ଧଳା ମାସ୍କ ଏବଂ ତ୍ରିରଂଗା ରଙ୍ଗର ଧଡି ସହ ଧଳା ରଙ୍ଗର ରହିଛି

ଅନ୍ୟପକ୍ଷରେ, ସିଲ୍କ ମାସ୍କ ତିନି ପରସ୍ତର ଯାହା ଶତ ପ୍ରତିଶତ ସୂତାରେ ଏବଂ ଏହା ଦୁଇ ପରସ୍ତରେ ପ୍ରସ୍ତୁତସିଲ୍କ ମାସ୍କ ଛିଟ ଏବଂ ଏଥିସହିତ ବିଭିନ୍ନ ରଙ୍ଗରେ ଉପଲବ୍ଧଆକର୍ଷଣୀୟ ମୋତି କାମଥାଇ ଖଦୀ ସିଲ୍କ ମାସ୍କ ଉପଲବ୍ଧ ଏବଂ ଏହି ମାସ୍କରେ କାନ ପାଖରେ ଛୋଟ ବଡ କରିବା ପାଇଁ ଲୁପ ମଧ୍ୟ ଲଗାଯାଇଛି

 

****************



(Release ID: 1637600) Visitor Counter : 174