ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆତ୍ମନିର୍ଭର ଭାରତ ଇନୋଭେସନ ଚାଲେଞ୍ଜ ଉଦ୍ଘାଟିତ

प्रविष्टि तिथि: 04 JUL 2020 5:06PM by PIB Bhubaneswar

ଦେଶର ଜନସାଧାରଣଙ୍କ ଦ୍ଵାରା ବ୍ୟବହୃତ ଶ୍ରେଷ୍ଠ ଭାରତୀୟ ଆପଗୁଡିକୁ ଚିହ୍ନଟ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଇନୋଭେସନ ଚାଲେଞ୍ଜର ଉଦ୍ଘାଟନ କରିଛନ୍ତି

“ଆଜିକାଲି ବୈଷୟିକ ଷ୍ଟାର୍ଟ ଅପ ଗୋଷ୍ଠୀଙ୍କ ମଧ୍ୟରେ ଭାରତୀୟ ଆପଗୁଡିକୁ ବିଶ୍ଵସ୍ତରୀୟ କରିବା ପାଇଁ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ରହିଛି । ସେମାନଙ୍କ ଚିନ୍ତାଧାରା ଓ ଉତ୍ପାଦକୁ ପ୍ରୋତ୍ସାହନ ଦେବା ପାଇଁ @GoI_MeitY ଏବଂ @AIMtoInnovate ପ୍ରୟାସ ଆରମ୍ଭ କରିଛନ୍ତି ଏହି ଆହ୍ଵାନ ଆପଣମାନଙ୍କ ପାଇଁ ଏବଂ ଏଥିରେ ଉତ୍କର୍ଷ ପ୍ରତିପାଦନ କରିବା ଲାଗି ଆପଣମାନଙ୍କ ନିକଟରେ ଦୂରଦୃଷ୍ଟି ମଧ୍ୟ ରହିଛି । ମୁଁ ବୈଷୟିକ ଗୋଷ୍ଠୀର ସମସ୍ତ ବନ୍ଧୁମାନଙ୍କୁ ଏଥିରେ ଯୋଗଦେବା ପାଇଁ ଅନୁରୋଧ କରୁଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********


(रिलीज़ आईडी: 1636493) आगंतुक पटल : 240
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam