ରେଳ ମନ୍ତ୍ରଣାଳୟ
ଲକଡାଉନ କାଳରେ 200 ଗୁରୁତ୍ଵପୂର୍ଣ୍ଣ ରେଳବାଇ ରକ୍ଷଣାବେକ୍ଷଣ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି
• ଦେଶରେ ମୁଖ୍ୟ ସେକ୍ସନର ଟ୍ରାକଗୁଡିକରେ ଏହା ନିରାପତ୍ତା ଯୋଗାଇବା ସହ ଟ୍ରେନଗୁଡିକର ଗତି ମଧ୍ୟ ବୃଦ୍ଧି କରିବ
ପୋଷ୍ଟ କରାଯିବା ଦିନାଙ୍କ:
27 JUN 2020 3:15PM by PIB Bhubaneshwar
ଭାରତୀୟ ରେଳବାଇ ଲକଡାଉନ ଯୋଗୁଁ ଯାତ୍ରୀ ଟ୍ରେନ ସେବା ବନ୍ଦ ଥିବା ସମୟର ଯାଥାର୍ଥ ଉପଯୋଗ କରିବାରେ ସମର୍ଥ ହୋଇଛି । ପୁରୁଣା ପୋଲଗୁଡିକର ମରାମତି, ରେଳ ଧାରଣାର ଦୋହରିକରଣ ଓ ବିଦ୍ୟୁତିକରଣ, ଦୀର୍ଘ ଦିନ ଧରି ଅସମ୍ପୂର୍ଣ୍ଣ ରହିଥିବା ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବା, ରେଳବାଇ ୟାର୍ଡଗୁଡିକର ମରାମତି ଭଳି ଦୀର୍ଘ ଦିନରୁ ବାକିଥିବା 200ରୁ ଅଧିକ ରକ୍ଷଣାବେକ୍ଷଣ କାର୍ଯ୍ୟ ସଂପୂର୍ଣ୍ଣ କରିଛି । ମାଲବାହୀ ଓ ପାର୍ସଲ ଟ୍ରେନ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟତୀତ ଲକଡାଉନ କାଳରେ ରେଳବାଇ ଦୀର୍ଘ ଦିନରୁ ବାକି ରହିଥିବା ରକ୍ଷଣାବେକ୍ଷଣ କାର୍ଯ୍ୟଗୁଡିକୁ ସଂପୂର୍ଣ୍ଣ କରିପାରିଛି । ଦୀର୍ଘଦିନରୁ ଅଧାପନ୍ତରିଆ ପଡିରହିଥିବା ଏହି କାର୍ଯ୍ୟଗୁଡିକ ଯୋଗୁଁ ରେଳ ବିଭାଗକୁ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡୁଥିଲା । ଲକଡାଉନ ସମୟକୁ ଏକ ଅଭୂତପୂର୍ବ ସୁଯୋଗ ଭାବେ ବିବେଚନା କରି ଏହି ବକେୟା କାର୍ଯ୍ୟଗୁଡିକୁ ସଂପୂର୍ଣ୍ଣ କରାଯାଇଛି । ଏହି କାର୍ଯ୍ୟଗୁଡିକ ହାତକୁ ନେଇ ରେଳ ନିରାପତ୍ତାକୁ ସୁଦୃଢ କରାଯାଇପାରିଛି । ଏଗୁଡିକ ମଧ୍ୟରେ 82ଟି ପୋଲର ପୁନଃନିର୍ମାଣ, 48ଟି ଲେବଲ କ୍ରସିଂ ସ୍ଥାନରେ ସୀମିତ ଉଚ୍ଚତା ସମ୍ପନ୍ନ ପୋଲ, 16ଟି ପାଦଚଲା ପୋଲ, 14ଟି ପୁରୁଣା ଭଙ୍ଗା ପାଦଚଲା ପୋଲ, 7ଟି ରାସ୍ତା ଓଭର ବ୍ରିଜ, 5ଟି ରେଳବାଇ ୟାର୍ଡର ନବୀକରଣ, ଗୋଟିଏ ରେଳପଥର ଦୋହରିକରଣ ଓ ବୈଦ୍ୟୁତିକରଣ ଓ 26ଟି ଅନ୍ୟାନ୍ୟ ପ୍ରକଳ୍ପ ରହିଛି ।
**********
(ରିଲିଜ ଆଡି: 1634816)
ପରିଦର୍ଶକ କାଉଣ୍ଟର : 357