ରସାୟନ ଓ ସାର ମନ୍ତ୍ରଣାଳୟ

ଘରୋଇ ବଜାର ପାଇଁ ବଳକା ଔଷଧ ଉପଲବ୍ଧ ପରେ ହାଇଡ୍ରୋକ୍ସି କ୍ଳୋରୋକୁଇନ (ଏଚସିକ୍ୟୁ) ଉପରୁ ଉଠିଲା ରପ୍ତାନି କଟକଣା

• ଏଚସିକ୍ୟୁ ମାସିକ ଘରୋଇ ଉତ୍ପାଦନ 10 ରୁ 30 କୋଟିକୁ ବୃଦ୍ଧି
• 15 ଦିନକୁ ଥରେ ଆନ୍ତଃସଚିବ ସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ସ୍ଥିତିର ନିୟମିତ ସମୀକ୍ଷା କରୁଛି

Posted On: 19 JUN 2020 4:26PM by PIB Bhubaneshwar

ସରକାର ମାଲେରିଆ ନିରୋଧି ଔଷଧ ହାଇଡ୍ରୋକ୍ସି କ୍ଳୋରୋକୁଇନ ଉପରେ ତତ୍କାଳ ରପ୍ତାନି କଟକଣା ଉଠାଇ ଦେଇଛନ୍ତି ।

ଗତ 3 ତାରିଖ ଦିନ ଆନ୍ତଃସଚିବ ସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ସୁପାରିଶକୁ ଭିତ୍ତିକରି ଏହି ନିଷ୍ପତ୍ତି ନିଆଯାଇଛି । କମିଟିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବ୍ୟତୀତ ଫାର୍ମାସ୍ୟୁଟିକାଲ ବିଭାଗ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏଥିରେ ଯୋଗଦେଇଥିବା ବେଳେ ଫାର୍ମାସ୍ୟୁଟିକାଲ ବିଭାଗ ଏଚସିକ୍ୟୁ ବଟିକା ଉପରୁ ରପ୍ତାନି କଟକଣା ଉଠାଇବା ପାଇଁ ସୁପାରିଶ କରିଥିଲା । ଗତକାଲି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏଥିନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି ।

ବୈଠକରୁ ଆହୁରି ଜଣାପଡିଛି ଯେ,  ଗତ ମାର୍ଚ୍ଚ ରୁ ମେ ମାସ ମଧ୍ୟରେ ଦେଶରେ ଏଚସିକ୍ୟୁ ବଟିକା ୟୁନିଟ 2 ରୁ 12କୁ ବୃଦ୍ଧି ପାଇବା ଫଳରେଏହାର ଉତ୍ପାଦନ ମାସିକ 10 ରୁ 30 କୋଠିକୁ ବୃଦ୍ଧି ପାଇଛି । ଦେଶରେ ଆବଶ୍ୟକତା ଅନୁସାରେ ଏବେ ଅଧିକ ବଟିକା ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ ଦେଶର ଆବଶ୍ୟକତା 12.22 କୋଟି ବଟିକା କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଲାଇଫ କେୟାର ଲିମିଟେଡକୁ ଅର୍ଡର ଦିଆଯାଇଛି । ଦେଶର ଚାହିଦା ପୁରଣ ପରେ ମଧ୍ୟ ପର୍ଯ୍ୟାପ୍ତ ଏଚସିକ୍ୟୁ ବଟିକା ମହଜୁଦ ଅଛି । ଏହାଛଡା 200 ମିଲିଗ୍ରାମ ଶକ୍ତିଯୁକ୍ତ 7.58 କୋଟି ରାଜ୍ୟ ସରକାର, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ଜନଔଷଧି କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଇଛି । ଘରୋଇ ଚାହିଦା ପୂରଣ ନିମନ୍ତେ 10.86 କୋଟି ଏଚସିକ୍ୟୁ ବଟିକା ସ୍ଥାନୀୟ ଫାର୍ମାସୀଗୁଡିକୁ ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଇଛି । ସେଦୃଷ୍ଟିରୁ ମୋଟ 30.66 କୋଟି ବଟିକା ଦେଶକୁ ଯୋଗାଯାଇଛି । ଏହାଛଡା ଦେଶର ପ୍ରମୁଖ ଏଚସିକ୍ୟୁ ବଟିକା ଉତ୍ପାଦନକାରୀ ଘରୋଇ ବଜାରକୁ 5 ଲକ୍ଷ ପର୍ଯ୍ୟନ୍ତ ବଟିକା ଏହି ମାସରେ ଯୋଗାଇଦେବେ ।  

ସମୟକ୍ରମେ ଭାରତୀୟ ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ଦେଶର ଏଚସିକ୍ୟୁ ବଟିକାର ଉପଲବ୍ଧତା ନେଇ ସର୍ଭେ କରିଛନ୍ତି । ଗତମାସ 25 ଓ 26 ତାରିଖରେ ଦେଶର ପ୍ରମୁଖ କୋଭିଡ-19 ହସ୍ପିଟାଲଗୁଡିକରେ କରାଯାଇଥିବା ସର୍ଭେ ଅନୁସାରେ ଶତକଡା 93 ଭାଗରୁ ଅଧିକ ଏଚସିକ୍ୟୁ ବଟିକା ମହଜୁଦ ରହିଛି ।  

ସେଦୃଷ୍ଟିରୁ ଏହା ଉପରୁ ରପ୍ତାନି କଟକଣା ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହାବ୍ୟତୀତ ଘରୋଇ ଏଚସିକ୍ୟୁ ଉତ୍ପାଦନକାରୀଙ୍କ ବ୍ୟତୀତ ଅନ୍ୟ କେତେକ ୟୁନିଟ ମଧ୍ୟ ଘରୋଇ ବଜାର ଆବଶ୍ୟକତାର ଶତକଡା 20 ଭାଗ ପର୍ଯ୍ୟନ୍ତ ବଟିକା ଉତ୍ପାଦନ କରିଥାନ୍ତି । ଏଥିନିମନ୍ତେ ଥିବା କାଇଦା କଟକଣାକୁ କଡାକଡି ଭାବେ ଅନୁସରଣ କରିବାକୁ ଭାରତୀୟ ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 

**********



(Release ID: 1632732) Visitor Counter : 204