ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ଭାରତୀୟ ଗ୍ୟାସ ଏକ୍ସଚେଞ୍ଜର ଶୁଭାରମ୍ଭ କଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ପ୍ରଥମ ଦେଶବ୍ୟାପୀ ଅନଲାଇନ ବିତରଣ ଆଧାରିତ ଗ୍ୟାସ ବାଣିଜ୍ୟ ପ୍ଲାଟଫର୍ମ
• ନୂତନ ବୈଦ୍ୟୁତିକ ବାଣିଜ୍ୟ ପ୍ଲାଟଫର୍ମର ଶୁଭାରମ୍ଭ ଦେଶକୁ ପ୍ରାକୃତିକ ଗ୍ୟାସର ମୁକ୍ତ ବଜାର ମୂଲ୍ୟ ଆଡକୁ ଯିବାରେ ସାହାଯ୍ୟ କରିବ

Posted On: 15 JUN 2020 6:54PM by PIB Bhubaneshwar

ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଇ-ସମାରୋହରେ ପ୍ରଥମ ଦେଶବ୍ୟାପୀ ଅନଲାଇନ ବିତରଣ ଭିତ୍ତିକ ଗ୍ୟାସ ବାଣିଜ୍ୟ ପ୍ଲାଟଫର୍ମ ଭାରତୀୟ ଗ୍ୟାସ ଏକ୍ସଚେଞ୍ଜ (ଆଇଜିଏକ୍ସ)ର ଶୁଭାରମ୍ଭ କରିଛନ୍ତି ପ୍ରାକୃତିକ ବାଷ୍ପ ବିତରଣ ପାଇଁ ଆଇଜିଏକ୍ସ ଏକ ବିତରଣ-ଆଧାରିତ ବାଣିଜ୍ୟ ପ୍ଲାଟଫର୍ମ ହେବ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବାଣିଜ୍ୟ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ଲାଟଫର୍ମ ୱେବ ଆଧାରିତ ଇଣ୍ଟରଫେସ ସହିତ ଏହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରାକୃତିକ ଗ୍ୟାସ ପାଇଁ ନୂତନ ବୈଦ୍ୟୁତିକ ବାଣିଜ୍ୟ ପ୍ଲାଟଫର୍ମର ଶୁଭାରମ୍ଭ ଭାରତର ଶକ୍ତି ଇତିହାସରେ ଏକ ନୂତନ ଅଧ୍ୟାୟ ଏବଂ ଦେଶକୁ ପ୍ରାକୃତିକ ଗ୍ୟାସର ମୁକ୍ତ ବଜାର ମୂଲ୍ୟ ଆଡକୁ ଯିବାରେ ସାହାଯ୍ୟ କରିବ । ସେ କହିଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସହିତ ଭାରତ ପ୍ରଗତିଶୀଳ ଅର୍ଥନୀତି ଆଡକୁ ଗତି କରୁଛି । ଯେହେତୁ ସେଠାରେ ଏକ ବଜାର ଚାଳିତ ମୂଲ୍ୟ ନିର୍ଧାରଣ ପ୍ରଣାଳୀ ହେବ, ଇଣ୍ଡିଆ ଗ୍ୟାସ ଏକ୍ସଚେଞ୍ଜ (ଆଇଜିଏକ୍ସ) ଗ୍ୟାସ ପାଇଁ ଏକ ମୁକ୍ତ ବଜାର ହାସଲ ଦିଗରେ ଏକ ବଡ଼ ଭୂମିକା ମଧ୍ୟ ଗ୍ରହଣ କରିବ ।

 

ଶ୍ରୀ ପ୍ରଧାନ କହିଛନ୍ତି ଯେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ (ପିଏନଜିଆରବି) ଖୁବ ଶୀଘ୍ର ଗ୍ୟାସ ପରିବହନ ପାଇଁ ଏକ ନୂତନ ପ୍ରୋ-ବିଜନେସ ଶୁଳ୍କ ନୀତି ଘୋଷଣା କରିବ । ସେହପରି ଆଇଜିଏକ୍ସ ମାଧ୍ୟମରେ ଏଲଏନଜି ଟର୍ମିନାଲ, ଗ୍ୟାସ ପାଇପଲାଇନ, ସିଜିଡି ଭିତ୍ତିଭୂମି ଏବଂ ବଜାର ଚାଳିତ ମୂଲ୍ୟ ମେକାନିଜିମ ପାଇଁ ଅନୁମତି ନିମନ୍ତେ ବଡ ପୁଞ୍ଜିନିବେଶ ପାଇଁ ଭାରତର ଦୂରଦୃଷ୍ଟି ବାସ୍ତବ ରୂପ ନେବ ।

ଗ୍ୟାସ କ୍ଷେତ୍ରରେ ଭାରତର ଦୀର୍ଘକାଳୀନ ଚୁକ୍ତି କତାର, ଅଷ୍ଟ୍ରେଲିଆ, ଋଷ ଏବଂ ଆମେରିକା ଭଳି ଅନେକ ଦେଶ ସହିତ ରହିଛି । ଏହାସହ ଋଷର ମୁଜାମବିକ ସମେତ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଭାରତ ଋଣନୈତିକ ଆସେଟରେ ପୁଞ୍ଜିନିବେଶ କରିଛି । ଅପରପକ୍ଷରେ ଶ୍ରୀ ପ୍ରଧାନ ଏହି ଅବସରରେ ଦେଶରେ ଗ୍ୟାସ ଭିତ୍ତିଭୂମିକୁ ମଜବୁତ କରିଥିବା ପାଇଁ କ୍ରିୟାନ୍ୱୟନ ହେଉଥିବା ପ୍ରକଳ୍ପ ଯଥା ଉର୍ଜା ଗଙ୍ଗା, ଇଷ୍ଟର୍ଣ୍ଣ ଇଣ୍ଡିଆ ଗ୍ରୀଡ, ଧାମରା-ଦହେଜ ପାଇପଲାଇନ କୋଇଲା ଗ୍ୟାସିଫିକେସନ ଏବଂ ସିବିଏମ ପଲିସି ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଆଗାମୀ କିଛି ବର୍ଷ ମଧ୍ୟରେ ଦେଶରେ 30 ହଜାର କିମି ପାଇପଲାଇନ ହେବ ।

ଏହାବ୍ୟତିତ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ଉର୍ଜା ନ୍ୟାୟ ପ୍ରଦାନ କରିବା ଦୂରଦୃଷ୍ଟି ଦିଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସବୁ ଭାରତୀୟ ଲୋକମାନେ ସ୍ୱଚ୍ଛ, ସୁଲଭ, ନିରନ୍ତର ଏବଂ ସମାନ ଉର୍ଜା ଯୋଗାଣ ଦିଗରେ ଭାରତ ସରକାରଙ୍କ ପକ୍ଷରୁ ନିରନ୍ତର ଉଦ୍ୟମ ଜାରୀ ରହିଛି ।

 

**********

 



(Release ID: 1631803) Visitor Counter : 207