ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 09 JUN 2020 7:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପାଇନ୍ସ ରାଷ୍ଟ୍ରପତି ମହାମହିମ ରୋଡ୍ରିଗୋ ଦୁତେର୍ତେଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ଏବଂ କୋଭିଡ-19 ମହାମାରୀ ଆହ୍ୱାନର ମୁକାବିଲା ନେଇ ଦୁଇ ଦେଶ ଗ୍ରହଣ କରୁଥିବା ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି

ଜାରି ରହିଥିବା ସ୍ୱାସ୍ଥ୍ୟ ସଙ୍କଟ ସମୟରେ ନିଜ ଦେଶରେ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଏବଂ ସେମାନଙ୍କ ପ୍ରତ୍ୟାବର୍ତ୍ତନ ନେଇ ଉଭୟ ନେତା କୃତଜ୍ଞତା ଜଣାଇଥିଲେ ଫିଲିପାଇନ୍ସକୁ ଅତ୍ୟାବଶ୍ୟକ ଫାର୍ମାସ୍ୟୁଟିକାଲ ଉତ୍ପାଦ ଯୋଗାଣ ଲାଗି ଭାରତ ନେଇଥିବା ପଦକ୍ଷେପକୁ ଫିଲିପାଇନ୍ସ ରାଷ୍ଟ୍ରପତି ପ୍ରଶଂସା କରିଥିଲେ

ମହାମାରୀ ବିରୋଧୀ ଲଢେଇରେ ଫିଲିପାଇନ୍ସକୁ ଭାରତର ସହଯୋଗ ନେଇ ରାଷ୍ଟ୍ରପତି ଦୁତେର୍ତେଙ୍କୁ ପ୍ରଧାନମନ୍ତ୍ରୀ ନିଶ୍ଚିତ କରାଇଥିଲେ ଏବଂ ଏହା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ସୁଲଭ ଔଷଧ ଦ୍ରବ୍ୟ ଉତ୍ପାଦନ ପାଇଁ ଭାରତର ସୁ-ପ୍ରତିଷ୍ଠିତ କ୍ଷମତା ସହିତ ସମ୍ଭାବ୍ୟ ଟୀକା ମିଳିବା ପରେ ସମଗ୍ର ମାନବିକତାର ଲାଭ ପାଇଁ ଏହାକୁ ନିୟୋଜିତ କରାଯିବ

ପ୍ରତିରକ୍ଷା ସହଯୋଗ ସହ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗରେ ନିକଟ ବର୍ଷଗୁଡିକରେ ହୋଇଥିବା ଅଗ୍ରଗତି ନେଇ ନେତାମାନେ ସେମାନଙ୍କର ସନ୍ତୁଷ୍ଟତା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଫିଲିପାଇନ୍ସକୁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଦେଖୁଛି

ଫିଲିପାଇନ୍ସର ଆଗାମୀ ଜାତୀୟ ଦିବସ ପାଇଁ ପ୍ରଧାନମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ଦୁତେର୍ତେ ଏବଂ ଫିଲିପାଇନ୍ସର ନାଗରିକଙ୍କୁ ଶୁଭେଚ୍ଛା ଜଣାଇଥିଲେ

 

**********

 


(रिलीज़ आईडी: 1630556) आगंतुक पटल : 296
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam