ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

ପୋଷ୍ଟ କରାଯିବା ଦିନାଙ୍କ: 07 JUN 2020 2:50PM by PIB Bhubaneswar

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 5,220 ଜଣ କୋଭିଡ-19 ରୋଗୀ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ମୋଟ 1,19,293 ଜଣ କୋଭିଡ-19 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ଆରୋଗ୍ୟ ଲାଭ ହାର 48.37% ରହିଛି । 1,20,406 ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ କରୋନା ଭୂତାଣୁ ଚିହ୍ନଟ ପାଇଁ ଆଇସିଏମଆର ପରୀକ୍ଷଣ କ୍ଷମତାକୁ ଆହୁରି ବୃଦ୍ଧି କରିଛି । ସରକାରୀ ପରୀକ୍ଷାଗାର ସଂଖ୍ୟା 531କୁ ବୃଦ୍ଧି କରାଯାଇଥିବା ବେଳେ ଘରୋଇ ପରୀକ୍ଷାଗାର ସଂଖ୍ୟା 228କୁ ବୃଦ୍ଧି କରାଯାଇଛି (ମୋଟ 759) । ଗତ 24 ଘଣ୍ଟା ମଧ୍ୟରେ 1,42,069 ନମୁନା ପରୀକ୍ଷା କରାଯାଇଛି । ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିବା ମୋଟ ନମୁନା ସଂଖ୍ୟା ହେଉଛି 46,66,386 |

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।

ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ ।

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।

https://www.mohfw.gov.in/pdf/coronvavirushelplinenumber.pdf

 

 

**********

 


(ରିଲିଜ ଆଡି: 1630078) ପରିଦର୍ଶକ କାଉଣ୍ଟର : 325