ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

प्रविष्टि तिथि: 07 JUN 2020 2:50PM by PIB Bhubaneshwar

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 5,220 ଜଣ କୋଭିଡ-19 ରୋଗୀ ସୁସ୍ଥ ହୋଇଛନ୍ତି ଏପର୍ଯ୍ୟନ୍ତ ମୋଟ 1,19,293 ଜଣ କୋଭିଡ-19 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ବର୍ତ୍ତମାନ ଆରୋଗ୍ୟ ଲାଭ ହାର 48.37% ରହିଛି 1,20,406 ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି

ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ କରୋନା ଭୂତାଣୁ ଚିହ୍ନଟ ପାଇଁ ଆଇସିଏମଆର ପରୀକ୍ଷଣ କ୍ଷମତାକୁ ଆହୁରି ବୃଦ୍ଧି କରିଛି ସରକାରୀ ପରୀକ୍ଷାଗାର ସଂଖ୍ୟା 531କୁ ବୃଦ୍ଧି କରାଯାଇଥିବା ବେଳେ ଘରୋଇ ପରୀକ୍ଷାଗାର ସଂଖ୍ୟା 228କୁ ବୃଦ୍ଧି କରାଯାଇଛି (ମୋଟ 759) ଗତ 24 ଘଣ୍ଟା ମଧ୍ୟରେ 1,42,069 ନମୁନା ପରୀକ୍ଷା କରାଯାଇଛି ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିବା ମୋଟ ନମୁନା ସଂଖ୍ୟା ହେଉଛି 46,66,386 |

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

 

**********

 


(रिलीज़ आईडी: 1630078) आगंतुक पटल : 311
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam