ଶକ୍ତି ମନ୍ତ୍ରଣାଳୟ

ଇଇଏସଏଲ ଏବଂ ୟୁଏସଏଆଇଡି "ସୁସ୍ଥ ଏବଂ ଶକ୍ତି କ୍ଷେତ୍ରରେ ସମ୍ପନ୍ନ ବିଲ୍ଡିଂ" ପଦକ୍ଷେପ ଘୋଷଣା କରିଛନ୍ତି

Posted On: 05 JUN 2020 3:31PM by PIB Bhubaneshwar

ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ଏନର୍ଜି ଏଫିସିଏନ୍ସି ସର୍ଭିସେସ୍ ଲିମିଟେଡ୍(ଇଇଏସ୍ଏଲ୍) ୟୁଏସ୍ ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟସ୍(ୟୁଏସଏଆଇଡି) ବନ୍ଧୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ସହଭାଗିତାରେ, “ସୁସ୍ଥ ଏବଂ ଶକ୍ତି କ୍ଷେତ୍ରରେ ସମ୍ପନ୍ନ ବିଲ୍ଡିଂ” ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି କାର୍ଯ୍ୟକ୍ଷେତ୍ରକୁ ଅଧିକ ପରିଷ୍କାର ଏବଂ ସବୁଜ କରିବା ପାଇଁ ପଥ ଉନ୍ମୁକ୍ତ କରିବା ପାଇଁ ଏହି ପଦକ୍ଷେପ ଆରମ୍ଭ କରାଯାଇଛି

ଶକ୍ତି ମନ୍ତ୍ରଣାଳୟ ଏବଂ ୟୁଏସଏଆଇଡିର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଲ୍ଡିଂ ବା କୋଠା ଭିତରେ ଏକ ମାନଦଣ୍ଡ ଭାବରେ ପ୍ରଭାବଶାଳୀ ଢଙ୍ଗରେ ଶକ୍ତି ଦକ୍ଷତାକୁ ଅଭ୍ୟାସ ଭାବରେ ଗ୍ରହଣ କରିବା

ଏହି ଯୋଜନା "ସୁସ୍ଥ ଏବଂ ଶକ୍ତି କ୍ଷେତ୍ରରେ ସମ୍ପନ୍ନ ବିଲ୍ଡିଂ" ର ଏକ ଅଂଶ ଭାବରେ, ଇଇଏସଏଲ ଏହାର କାର୍ଯ୍ୟାଳୟରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରି ନେତୃତ୍ୱ ହାସଲ କରିଛି ଇଇଏସଏଲର ପରିଚାଳନା ନିର୍ଦ୍ଦେଶକ ସୌରଭ କୁମାର କହିଛନ୍ତି, “ଏହି ପଦକ୍ଷେପ ଉଭୟ କୋଠା ଏବଂ ଏୟାର କଣ୍ଡିସିନର ବ୍ୟବସ୍ଥାର ପୁନଃନିର୍ମାଣର ଆହ୍ଵାନକୁ ସମାଧାନ କରୁଛି ଆମେ ଆଶା କରୁଛୁ ଯେ ଏହି ପାଇଲଟ ଯୋଜନା ଅନ୍ୟ ଅଟ୍ଟାଳିକା ପାଇଁ ସ୍ୱଚ୍ଛ ଏବଂ ଶକ୍ତି ସମ୍ପନ୍ନ ହେବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ମାର୍ଗ ପ୍ରଶସ୍ତ କରିବ ବୁଥର ପରି, ଆମର କାର୍ଯ୍ୟ ହେଉଛି ଜନସାଧାରଣ ତଥା ସମସ୍ତଙ୍କୁ ଲାଭ ପ୍ରଦାନ କରିବା ଏବଂ ୟୁଏସଏଆଇଡି ସହିତ ଆମର ସହଭାଗୀତା ଏହାକୁ ଆଗକୁ ନେବାରେ ସାହାଯ୍ୟ କରିବ।

ଭାରତରେ ଦୀର୍ଘ ସମୟ ହେବ ବାୟୁର ଖରାପ ଗୁଣବତ୍ତା ଚିନ୍ତାର କାରଣ ପାଲଟିଛି ଏବଂ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଯେହେତୁ ଲୋକମାନେ ନିଜ କାର୍ଯ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନକୁ ଫେରିବା ଆରମ୍ଭ କରିଛନ୍ତି, ଆରାମ, ସୁସ୍ଥତା, ଉତ୍ପାଦକତା ଏବଂ ସାମଗ୍ରିକ ଜନସ୍ୱାସ୍ଥ୍ୟ ପାଇଁ ସ୍ୱଚ୍ଛ ଆଭ୍ୟନ୍ତରୀଣ ବାୟୁ ଗୁଣବତ୍ତା ବଜାୟ ରଖିବା ଆବଶ୍ୟକ ହୋଇ ପଡିଛି।

ଆଗାମୀ ବର୍ଷଗୁଡିକରେ, ଇଇଏସ୍ଏଲ୍ ଅଫିସ ପାଇଲଟ ଯୋଜନା  ସମଗ୍ର ଦେଶର ଅନ୍ୟାନ୍ୟ କୋଠାରେ ଏହାକୁ ବ୍ୟବହାର କରିବା ପାଇଁ ସ୍ଵତନ୍ତ୍ର ବିଶେଷତ୍ଵ ସହିତ ବିକାଶ କରି ଏହି ସମସ୍ୟାର ସମାଧାନ କରିବ। ଏହା ସହିତ ବିଭିନ୍ନ ଟେକ୍ନୋଲୋଜିକୁ ପ୍ରଭାବଶାଳୀ କମ୍ ବ୍ୟୟରେ ସେମାନଙ୍କର ବାୟୁ ଗୁଣବତ୍ତା, ସୁବିଧା ଏବଂ ଶକ୍ତି ବ୍ୟବହାର କ୍ଷେତ୍ରରେ   ସ୍ୱଳ୍ପ ଏବଂ ଦୀର୍ଘକାଳୀନ ପ୍ରଭାବଗୁଡିକର ମୂଲ୍ୟାଙ୍କନ କରିବାରେ ସହାୟକ ହେବ

ଭାରତରେ ୟୁଏସଏଡର କାର୍ଯ୍ୟନିର୍ବାହୀ ମିଶନ ନିର୍ଦ୍ଦେଶକ ରାମୋନା ଏଲ୍ ହାମଜୋଇ କହିଛନ୍ତି, ଇଇଏସ୍ଏଲ୍ ସହ ସହଭାଗିତା ପାଇଁ ୟୁଏସଏଆଇଡି ଗର୍ବ ଅନୁଭବ କରେ ଇଇଏସ୍ଏଲ୍ ଏହି ଧାରଣାକୁ ଆଗେଇ ନେଇ ପ୍ରଥମେ ଏହାର କାର୍ଯ୍ୟାଳୟ, ନୂଆଦିଲ୍ଲୀରେ ଏହାକୁ କାର୍ଯ୍ୟକାରୀ କରିବା ବେଶ ପ୍ରେରଣାଦାୟକ ଅଟେ ଆମର ସହଭାଗିତାରେ ବୃହତ ଅଂଶରେ ନିର୍ମିତ ଏହି ଅଗ୍ରଣୀ ପ୍ରୟାସରେ ବାୟୁ ଗୁଣବତ୍ତା ଏବଂ ବିଲ୍ଡିଂରେ ଶକ୍ତି ବ୍ୟବହାର ପ୍ରସଙ୍ଗର ସିଧାସଳଖ ସମାଧାନ ହେବ ବିଳାସପୂର୍ଣ୍ଣ ସୁବିଧା, ସ୍ୱାସ୍ଥ୍ୟ, ଉତ୍ପାଦକତାରେ ସିଧାସଳଖ ଉନ୍ନତି ଏବଂ ଶେଷରେ ଭାରତ ଏବଂ ଦକ୍ଷିଣ ଏସିଆରେ ନାଗରିକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣି ହେବ।

ଶ୍ରୀ କୁମାର ଏବଂ ସୁଶ୍ରୀ ଏଲ ହମଜୋଇ ଏହି ଯୋଜନା କିପରି କାର୍ଯ୍ୟ କରିବ ଏବଂ ଇଇଏସ୍ଏଲ୍ କର୍ମଚାରୀମାନେ କର୍ମକ୍ଷେତ୍ରଫେରିବା ପରେ କିପରି ସୁରକ୍ଷିତ ମଣୁଛନ୍ତି ତାହା ସ୍ପଷ୍ଟ କରି ଏହି ଭିଡିଓ ସେୟାର କରିଚନ୍ତି। ଯାହା ଏହି ଲିଙ୍କରେ ଦେଖାଯାଇପାରିବ: https:// www. youtube.com/watch?v=NfeZjEQKa-c

 

**********



(Release ID: 1629847) Visitor Counter : 231