ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 02 JUN 2020 9:16PM by PIB Bhubaneshwar

ଆମେରିକା ରାଷ୍ଟ୍ରପତି ମହାମହିମ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

ରାଷ୍ଟ୍ରପତି ଟ୍ରମ୍ପ ଗ୍ରୁପ ଅଫ ସେଭେନରେ ଆମେରିକାର ଅଧ୍ୟକ୍ଷ ପଦ ବିଷୟରେ କଥା ହୋଇଥିଲେ ଏବଂ ଗ୍ରୁପର ଆଭିମୁଖ୍ୟ ବୃଦ୍ଧି କରିବା ଲାଗି ବର୍ତ୍ତମାନର ସଦସ୍ୟତା ବାହାରେ ଭାରତ ସହିତ ଅନ୍ୟ ମହତ୍ଵପୂର୍ଣ୍ଣ ଦେଶଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାକୁ ତାଙ୍କର ଇଚ୍ଛା ପ୍ରକାଶ କରିଥିଲେ ଏହି ପ୍ରସଙ୍ଗରେ ଆମେରିକାରେ ହେବାକୁ ଥିବା ପରବର୍ତ୍ତୀ ଜି-7 ଶିଖର ସମ୍ମିଳନୀରେ ଯୋଗଦେବାକୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ

ରାଷ୍ଟ୍ରପତି ଟ୍ରମ୍ପଙ୍କ ରଚନାତ୍ମକ ଏବଂ ଦୂରଦୃଷ୍ଟି ସମ୍ପନ୍ନ ଆଭିମୁଖ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରି କହିଥିଲେ ଯେ, ଏଭଳି ବିସ୍ତାରିତ ମଞ୍ଚ  କୋଭିଡ ପରବର୍ତ୍ତୀ ବିଶ୍ଵ ପାଇଁ ଅନୁକୂଳ ହେବ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରସ୍ତାବିତ ଶିଖର ସମ୍ମିଳନୀର ସଫଳତାକୁ ସୁନିଶ୍ଚିତ କରିବା ଲାଗି ଆମେରିକା ଏବଂ ଅନ୍ୟ ଦେଶ ସହ କାର୍ଯ୍ୟ କରିବାରେ ଭାରତ ଖୁସି ହେବ

ଆମେରିକାରେ ଚାଲିଥିବା ନାଗରିକ ବିଶୃଙ୍ଖଳା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଉଦବେଗ ପ୍ରକାଶ କରିଥିଲେ ଏବଂ ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ

କୋଭିଡ-19 ପରିସ୍ଥିତି, ଭାରତ-ଚୀନ ସୀମା ପରିସ୍ଥିତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ସଂସ୍କାରର ଆବଶ୍ୟକତା ଭଳି ଅନ୍ୟ ପ୍ରମୁଖ ପ୍ରସଙ୍ଗ ଉପରେ ମଧ୍ୟ ଦୁଇ ନେତା ମତ ବିନିମୟ କରିଥିଲେ

ରାଷ୍ଟ୍ରପତି ଟ୍ରମ୍ପ ଚଳିତ ବର୍ଷ ଫେବୃଆରୀର ଭାରତ ଗସ୍ତକୁ ସ୍ମରଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଟ୍ରମ୍ଫଙ୍କ ସେହି ଗସ୍ତ ଅନେକାଂଶରେ ସ୍ମରଣୀୟ ଏବଂ ଐତିହାସିକ ଥିଲା ଏବଂ ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ମଧ୍ୟ ଆହୁରି ସୁଦୃଢ କରିଛି

ବାର୍ତ୍ତାଳାପର ଅସାଧାରଣ ଉଷ୍ମତା ଓ ସ୍ପଷ୍ଟତା ଭାରତ-ଆମେରିକା ସମ୍ପର୍କର ସ୍ୱତନ୍ତ୍ରତା ଏବଂ ଦୁଇ ନେତାଙ୍କ ମଧ୍ୟରେ ବନ୍ଧୁତା ତଥା ପାରସ୍ପରିକ ସମ୍ମାନକୁ ପ୍ରତିଫଳିତ କରିଥିଲା

 

**********

 



(Release ID: 1628875) Visitor Counter : 304